NIT Rourkela Faculty ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଏନ୍ଆଇଟିର ୨୯
"ରାଉରକେଲା(ଦେବ ଗଡ଼ତିଆ): ଗବେଷଣା କ୍ଷେତ୍ରରେ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)କୁ ଏକ ବଡ଼ ସଫଳତା ମିଳିଛି।
ଷ୍ଟାନ୍ଫୋର୍ଡ୍ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଏହି ଅନୁଷ୍ଠାନର ୨୯ ଜଣ ଅଧ୍ୟାପକ ଓ ଜଣେ ଗବେଷକ ସ୍ଥାନ ପାଇଛନ୍ତି।
ପ୍ରଫେସର ଜନ୍ ପି.ଏ.ଆଇଓଆନିଡିସ୍ ଓ ତାଙ୍କ ଟିମ୍ ଦ୍ୱାରା ପ୍ରସ୍ତୁତ ଏହି ତାଲିକା ଏଲସେଭିୟର ଡାଟା ରିପୋଜିଟୋରୀରେ ପ୍ରକାଶିତ ହୋଇଛି।Advertisment NIT Rourkela Innovation ଏନ୍ଆଇଟି ଉଦ୍ଭାବନ: ଥ୍ରୀ-ଡି ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜି ପାଇଁ ବରଦାନ "ଏକ୍ସଟ୍ରୁଡର୍" ଏହି ତାଲିକାରେ ସ୍ଥାନିତ ଅନୁଷ୍ଠାନର ବୈଜ୍ଞାନିକମାନେ ହେଉଛନ୍ତି ଜୀବ ବିଜ୍ଞାନ, ମେଟାଲର୍ଜିକାଲ୍ ଆଣ୍ଡ୍ ମାଟେରିଆଲ୍ସ, ଗଣିତ, କେମିକାଲ୍ ଇଞ୍ଜିନିଅରିଂ, ବାୟୋଟେକ୍ନୋଲୋଜି ଆଣ୍ଡ୍ ମେଡିକାଲ ଇଞ୍ଜିନିଅରିଂ, ହ୍ୟୁମାନିଟିଜ୍ ଆଣ୍ଡ୍ ସୋସିଆଲ ସାଇନ୍ସେସ୍, ସେରାମିକ୍ ଇଞ୍ଜିନିଅରିଂ, ଫିଜିକ୍ସ ଆଣ୍ଡ୍ ଆଷ୍ଟ୍ରୋନୋମୀ, ସିଭିଲ୍ ଇଞ୍ଜିନିଅରିଂ, ମାଇନିଂ ଇଞ୍ଜିନିଅରିଂ ଆଦି ବିଭାଗର।
NIT Rourkela: ଏନ୍ଆଇଟି ରାଉରକେଲାର ସଫଳତା: ଇଭି ବ୍ୟାଟେରିର ଆୟୁଷ ବଢ଼ିବ ଏମାନଙ୍କ ବ୍ୟତୀତ ଏନ୍ଆଇଟିର ପିଏଚ୍ଡି ସ୍ନାତକ ତଥା ବର୍ତ୍ତମାନ ଆଇଆଇଟି ଗୌହାଟିରେ କାର୍ଯ୍ୟରତ ଡ.
ଶ୍ରୀମନ୍ତ ପାତ୍ର ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି।
ଏହି ଗୌରବମୟ ସଫଳତା ପାଇଁ ଅନୁଷ୍ଠାନର ନିର୍ଦେଶକ ପ୍ରଫେସର କେ.
ଉମାମହେଶ୍ୱର ରାଓ ଶୁଭେଚ୍ଛା ଜଣାଇବା ସହ ଏହି ସ୍ୱୀକୃତି ଆମ ସଂସ୍ଥାନର ଗବେଷଣାର ଗୁଣବତ୍ତା ଓ ବୈଶ୍ୱିକ ପ୍ରାସଙ୍ଗିକତାକୁ ଦର୍ଶାଉଛି, ଯାହା ଆଗାମୀ ଦିନରେ ଯୁବ ଗବେଷକମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।