Nita Ambani: ଶ୍ରୀକୃଷ୍ଣଙ୍କ ଭଜନରେ ଝୁମିଲେ ନୀତା, ଈଶା, ଶ୍ଲୋକା ଓ ରାଧିକା

Sep 05, 2026 - 18:07
Nita Ambani: ଶ୍ରୀକୃଷ୍ଣଙ୍କ ଭଜନରେ ଝୁମିଲେ ନୀତା, ଈଶା, ଶ୍ଲୋକା ଓ ରାଧିକା

"ମୁମ୍ବାଇ: ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପରିବାର ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ସହ ପାରମ୍ପରିକ ଢଙ୍ଗରେ ପର୍ବପର୍ବାଣୀ ପାଳନ ପାଇଁ ମଧ୍ୟ ବେଶ୍‌ ଚର୍ଚ୍ଚିତ।

ପ୍ରତିବର୍ଷ ଭଳି ଏଥର ମଧ୍ୟ ମୁମ୍ବାଇସ୍ଥିତ ଅମ୍ବାନୀ ପରିବାରର ବିଳାସପୂର୍ଣ୍ଣ ଘର "ଆଣ୍ଟିଲିଆ"ରେ ଧୁମ୍‌ଧାମରେ ଜନ୍ମାଷ୍ଟମୀପାଳନ କରାଯାଇଛି।Advertisment ଏହି ଉତ୍ସବର କିଛି ଝଲକ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ଭିଡିଓରେ ପରିବାରର ମହିଳାମାନେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିରେ ମଜିଥିବା ଦେଖିବାକୁ ମିଳିଛି।

କୃଷ୍ଣ ଭଜନରେ ଝୁମିଲେ ଅମ୍ବାନୀ ପରିବାରର ମହିଳା ଜନ୍ମାଷ୍ଟମୀ ଅବସରରେ ନୀତା ଅମ୍ବାନୀ ତାଙ୍କ ଝିଅ ଈଶା ଅମ୍ବାନୀ ଏବଂ ବୋହୂ ଶ୍ଲୋକା ମେହତା ଓ ରାଧିକା ମର୍ଚାଣ୍ଟଙ୍କ ସହ କୃଷ୍ଣ ଭଜନରେ ନୃତ୍ୟ କରୁଥିବା ନଜର ଆସିଛନ୍ତି।

ଅନ୍ୟପଟେ ନୀତା ଅମ୍ବାନୀ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଈଶା, ଶ୍ଲୋକା ଓ ରାଧିକା ମଧ୍ୟ ଭକ୍ତିର ରଙ୍ଗରେ ରଙ୍ଗୀନ ହୋଇଥିଲେ।

ଜନ୍ମାଷ୍ଟମୀ ଅବସରରେ ଅମ୍ବାନୀ ପରିବାରର ଘର ଆଣ୍ଟିଲିଆକୁ ମଧ୍ୟ ସ୍ୱତନ୍ତ୍ର ଭାବେ ସଜାଯାଇଥିଲା।

ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ପାଇଁ ଘର ଭିତରେ ବିଶେଷ ବ୍ୟବସ୍ଥା କରାଯାଇଥିଲା।

ଫୁଲ, ଦୀପ ଓ ଆଲୋକମାଳାରେ ପୂରା ଘରକୁ ସଜା ଯାଇଥିଲା।

ଏହା ଫଳରେ ଆଣ୍ଟିଲିଆର ପରିବେଶ ସମ୍ପୂର୍ଣ୍ଣ ଭାବେ ଭକ୍ତିମୟ ହୋଇ ଉଠିଥିଲା।

ବାହାରିଲା ଲଗ୍ନ; ମା" ସମଲେଶ୍ବରୀଙ୍କ ଠାରେ କେତେବେଳେ ଲାଗି ହେବ ନବାନ୍ନ ଜାଣନ୍ତୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।