03 SEPTEMBER 2026

Welcome!

Unlock your personalized experience.
Sign Up

Niti Commission Report: ନିତି ଆୟୋଗ ରିପୋର୍ଟ: ପଢା, ଚାକିରିଠୁ ଦୂରରେ ୮.୭ କୋଟି ଯୁବକଯୁବତୀ ‌

Aug 23, 2026 - 06:20
Niti Commission Report: ନିତି ଆୟୋଗ ରିପୋର୍ଟ: ପଢା, ଚାକିରିଠୁ ଦୂରରେ ୮.୭ କୋଟି ଯୁବକଯୁବତୀ ‌

ନୂଆଦିଲ୍ଲୀ: ଦେଶରେ ୧୫ରୁ ୨୯ ବର୍ଷ ବୟସ ବର୍ଗର ୮.୭ କୋଟି ଯୁବକଯୁବତୀ ନା ପାଠ ପଢ଼ୁଛନ୍ତି, ନା ଚାକିରି କରିଛନ୍ତି ନା ତାଲିମ ନେଉଛନ୍ତି। ଯୁବବର୍ଗର ଏତେ ସଂଖ୍ୟକ ବ୍ୟକ୍ତି ପାଠପଢ଼ା, ଚାକିରି ଓ ତାଲିମ ନେବାରୁ ବାହାରେ ଅଛନ୍ତି ବୋଲି ନିତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଜେନ୍‌-ଜି ବର୍ଗର ଆନ୍ଦୋଳନ ଏବେ ଚର୍ଚ୍ଚାରେ ଥିବାବେଳେ ନିତି ଆୟୋଗର ରିପୋର୍ଟ ଚିନ୍ତା ବଢ଼ାଇଛି। ପାଠପଢ଼ା ଓ ଚାକିରି କରୁ ନଥିବା ଯୁବକଯୁବତୀମାନଙ୍କୁ ସୁଲଭ ମୂଲ୍ୟରେ ତାଲିମ ଦେବା ସହ ନୂଆ ନୂଆ କ୍ଷେତ୍ରରେ ଆତ୍ମନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ନିତି ଆୟୋଗ ଏହି ପରିପ୍ରେକ୍ଷୀରେ ପରାମର୍ଶ ଦେଇଛି।  

Meeting: ପଶ୍ଚିମବଙ୍ଗ ପାହାଡ଼ିଆ ଅଞ୍ଚଳର ସମସ୍ୟା, ସ୍ଥାୟୀ ରାଜନୈତିକ ସମାଧାନ ନେଇ ଆଲୋଚନା

୨୦୨୧ ମସିହାରେ ପ୍ରସ୍ତୁତ ୭୮ତମ ଜାତୀୟ ନମୁନା ସର୍ଭେ ରିପୋର୍ଟକୁ ଭିତ୍ତିକରି ନିତି ଆୟୋଗ ୨୦୪୭ରେ ବିକଶିତ ଭାରତ ପାଇଁ ଦକ୍ଷତା ବିକାଶର ପୁନଃ କଳ୍ପନା ଶୀର୍ଷକରେ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଭାରତର କର୍ମଶକ୍ତି ଓ ଛାତ୍ରଛାତ୍ରୀମାନଙ୍କୁ ୫ଟି ବଡ଼ ବର୍ଗରେ ବିଭକ୍ତ କରାଯାଇଛି। ଶିକ୍ଷା, ନିଯୁକ୍ତି ଓ ତାଲିମ ପାଉ ନଥିବା ଏହି ଯୁବବର୍ଗକୁ ଏନ୍‌ଇଇଟି ବର୍ଗ ଆଖ୍ୟା ଦିଆଯାଉଛି। ଆର୍ଥିକ ଅସୁବିଧା କାରଣରୁ ଏହି ବର୍ଗର ବ୍ୟକ୍ତିମାନେ ଅତିରିକ୍ତ ତାଲିମ ପାଇ ପାରୁନାହାନ୍ତି ବୋଲି ନିତି ଆୟୋଗ କହିଛି। ନିମ୍ନ ଆୟବର୍ଗ ପରିବାରର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଓ ଘରୋଇ ଟ୍ୟୁସନ ବାବଦରେ ହେଉଥିବା ଖର୍ଚ୍ଚ ବହନ କରିବା ପରେ ଆଉ ଅଧିକ ଅର୍ଥ ଦେଇ ଦକ୍ଷତା ତାଲିମ ନେବାର ସୁଯୋଗ ପାଉନାହାନ୍ତି। ଏଥିଯୋଗୁ ଅନେକ ସ୍ନାତକ ସ୍ଥାୟୀ ରୋଜଗାର ପାଇଁ ଚାକିରି କରୁଛନ୍ତି। କମ୍‌ ଦରମା ମିଳିଲେ ମଧ୍ୟ ସେମାନେ ଏହାକୁ ଆପଣାଉଛନ୍ତି। ଶିକ୍ଷାରୁ ନିଯୁକ୍ତିକୁ ଯିବା ଲାଗି ଅନେକ ବ୍ୟକ୍ତି ସଂଘର୍ଷ କରିବା ପରେ ପର୍ଯ୍ୟାୟକ୍ରମେ ଏନ୍‌ଇଇଟି ବର୍ଗକୁ ଆସିଯାଉଛନ୍ତି। 

Trump imposes: କାନାଡା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ

ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତି ମଧ୍ୟରେ ବଡ଼ ପାର୍ଥକ୍ୟ ରହୁଛି। ଯୋଗ୍ୟତା ଅନୁସାରେ କେବଳ ୮.୨୫ ପ୍ରତିଶତ ସ୍ନାତକ ନିଯୁକ୍ତି ପାଉଛନ୍ତି। କଳ କାରଖାନାରେ ପ୍ରାକ୍ଟିକାଲ ତାଲିମ ସୁଯୋଗ ନମିଳିବାରୁ ଅଧିକାଂଶ ଯୁବକଯୁବତୀ ନିଯୁକ୍ତିଯୋଗ୍ୟ ହେବାରେ ବାଧା ପହଞ୍ଚୁଛି। ଏନ୍‌ଇଇଟି ଯୁବ ବର୍ଗ ଓ ମହିଳାମାନଙ୍କୁ ସୁଲଭ ଓ ରିହାତିରେ ତାଲିମ ଦେବାକୁ ନିତି ଆୟୋଗ ମତ ଦେଇଛି। କ୍ୟାରିୟର ମଝିରେ ମଝିରେ ମଧ୍ୟ ସେମାନଙ୍କୁ ପୁନର୍ବାର ତାଲିମ ପ୍ରଦାନ, ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସ୍ଥାନୀୟ ଅର୍ଥନୀତିର ଆବଶ୍ୟକତା ଓ ନୂଆକରି ମୁଣ୍ଡ ଟେକୁଥିବା ଶିଳ୍ପଗୁଡ଼ିକର ଆବଶ୍ୟକତା ଅନୁସାରେ ତାଲିମ ଦେବା ପାଇଁ କୁହାଯାଇଛି। ୨୦୧୪-୧୫ରୁ ୭.୬୭ କୋଟିରୁ ଅଧିକ ଲୋକଙ୍କୁ ତାଲିମ ଦିଆଯାଇଛି ବୋଲି ରିପୋର୍ଟରେ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।