Nora Fatehi Faces Fresh Court Summons: ୨୦୦ କୋଟି ଠକେଇ ମାମଲାରେ ନୋରାଙ୍କୁ ପୁଣି ସମନ, କୋର୍ଟଙ୍କ କଡ଼ା ତାଗିଦ୍
ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ବଢ଼ିଲା ଅଡୁଆ।
୨୦୦ କୋଟି ଟଙ୍କାର ଚର୍ଚ୍ଚିତ ଠକେଇ ଓ ଅର୍ଥ ଆଦାୟ ମାମଲାରେ ତାଙ୍କୁ ପୁଣି ସମନ ଜାରି କରିଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ।
ଆସନ୍ତା ନଭେମ୍ବର ୬ ତାରିଖରେ କୋର୍ଟରେ ହାଜର ହୋଇ ନିଜର ସାକ୍ଷ୍ୟ ରେକର୍ଡ କରିବାକୁ ନୋରାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
Advertisment କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ଟଙ୍କାର ଅର୍ଥ ଆଦାୟ ମାମଲାରେ ନୋରା ଜଣେ ସାକ୍ଷୀ।
ସୋମବାର ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ କୋର୍ଟଙ୍କୁ ଜଣାଇଥିଲା ଯେ ନୋରାଙ୍କୁ ସମନ ପଠାଯାଇଥିଲା, କିନ୍ତୁ ସେ ହାଜର ହେବେ କି ନାହିଁ ସେନେଇ କୌଣସି ସୂଚନା ନାହିଁ।
ଅନ୍ୟପଟେ ନୋରାଙ୍କ ଓକିଲ ତାଙ୍କୁ କୋର୍ଟରେ ହାଜର ହେବାରୁ ଛାଡ଼ ଦେବାକୁ ଆବେଦନ କରିଥିଲେ।
କିନ୍ତୁ କୋର୍ଟ ଏହାକୁ ଗ୍ରହଣ ନକରି ଓକିଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।
Advertisment କୋର୍ଟ କହିଥିଲେ, “ସେ ଜଣେ ସାକ୍ଷୀ ଏବଂ ତାଙ୍କର ଏଠାରେ ଉପସ୍ଥିତ ରହିବା ଆବଶ୍ୟକ ଥିଲା।
ତାଙ୍କର ଆଚରଣ ଠିକ୍ ନୁହେଁ।
କୋର୍ଟଙ୍କୁ ହାଲୁକା ଭାବେ ନିଅନ୍ତୁ ନାହିଁ।” ଏହାପରେ କୋର୍ଟ ନୋରାଙ୍କୁ ପୁଣି ସମନ ଜାରି କରିଛନ୍ତି।
ଏବେ ନଭେମ୍ବର ୬ ତାରିଖରେ ତାଙ୍କ ହାଜର ହେବା ଉପରେ ସମସ୍ତଙ୍କ ନଜର ରହିଛି।
ସୁକେଶ ଚନ୍ଦ୍ରଶେଖରଙ୍କ ଏହି ବହୁଚର୍ଚ୍ଚିତ ମାମଲାରେ ନୋରାଙ୍କ ବୟାନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।