Northeast Monsoon: ଉତ୍ତରପୂର୍ବ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ

Oct 15, 2026 - 03:00
Northeast Monsoon: ଉତ୍ତରପୂର୍ବ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ

"ଭୁବନେଶ୍ବର: ଦେଶର ଅବଶିଷ୍ଟ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରିତ ହେଉଛି।

୧୫ ତାରିଖରେ ଦକ୍ଷିଣ ଉପଦ୍ବୀପରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆରମ୍ଭ ହେବାକୁ ପାଗ ଅନୁକୂଳ ରହିଛି।

ଏଥିସହ ଘୂର୍ଣ୍ଣିବଳୟ କୋମୋରିନ୍‌ ଅଞ୍ଚଳ ଦେଇ ମାନ୍ନାର ଉପସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅତିକ୍ରମ କରି ଓଡ଼ିଶା ଉପକୂଳ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍‌ ଲାଇନ୍‌ ରହିଛି।

Advertisment Judgement: ଯୁବକଙ୍କୁ ମାରି ତାଳଦଣ୍ଡା କେନାଲରେ ପକାଇ ଥିଲା, ମିଳିଲା ଆଜୀବନ ଜେଲ୍‌ଦଣ୍ଡ ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

ଗୁରୁବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ।

ପରବର୍ତ୍ତୀ ଦୁଇ ଦିନ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ପବନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

IndiaSkills: ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।