Odisha: ଦ୍ବିତୀୟ ପାଳିରେ ଦୋହଲିଲା ଓଡ଼ିଶା: ବାଦଲଙ୍କୁ ପ୍ରଥମ ୫ ୱିକେଟ୍; ଗୁଜରାଟ ୪୩୯

Oct 14, 2026 - 08:36
Odisha: ଦ୍ବିତୀୟ ପାଳିରେ ଦୋହଲିଲା ଓଡ଼ିଶା: ବାଦଲଙ୍କୁ ପ୍ରଥମ ୫ ୱିକେଟ୍; ଗୁଜରାଟ ୪୩୯

"ଭୁବନେଶ୍ବର: ଗତ ଋତୁରେ ପଦାର୍ପଣ କରିଥିବା ଓଡ଼ିଶାର ଦ୍ରୁତ ବୋଲର ବାଦଲ ବିଶ୍ବାଳ ରଣଜୀ ଟ୍ରଫିରେ ପ୍ରଥମ ୫ ୱିକେଟ୍‌ ସଫଳତା ପାଇଛନ୍ତି।

ତାଙ୍କର ୫/୧୧୮ ସଫଳତା ଯୋଗୁଁ ଗୁଜରାଟ ବଡ଼ ଅଗ୍ରଣୀ ନେବାରେ ବିଫଳ ହୋଇଛି।

ତଥାପି ଓଡ଼ିଶାର ୩୨୪ ରନ୍‌ ଜବାବରେ ଘରୋଇ ଦଳ ୪୩୯ ରନ୍‌ କରି ପ୍ରଥମ ପାଳିରେ ୧୧୫ ରନ୍‌ର ଅଗ୍ରଣୀ ନେଇଛି।

ଜବାବରେ ଓଡ଼ିଶା ଦ୍ବିତୀୟ ପାଳି ଆରମ୍ଭ କରି ତୃତୀୟ ଦିନର ଷ୍ଟମ୍ପ୍ସ ବେଳକୁ ୪ ୱିକେଟ୍‌ ହରାଇ ୧୧୯ ରନ୍‌ କରି ମାତ୍ର ୪ ରନ୍‌ରେ ଆଗୁଆ ରହିବା ସହ ସଂଘର୍ଷ ଜାରି ରଖିଛି।

Advertisment Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ ଖେଳ ବନ୍ଦ ବେଳକୁ ସନ୍ଦୀପ ପଟ୍ଟନାୟକ (୪୧*) ଓ ସମ୍ବିତ ବେଜ (୧*) ବ୍ୟାଟିଂ କରୁଥିଲେ।

୧୧୫ ରନ୍‌ ପଛରେ ଥିବା ଓଡ଼ିଶା ଦ୍ବିତୀୟ ପାଳିରେ ମାତ୍ର ୧୩ ରନ୍‌ରେ ଓମ୍‌ ଟି ମୁଣ୍ଡେ (୦) ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି (୦)ଙ୍କୁ ହରାଇଥିଲା।

ଉଭୟଙ୍କୁ ଗୋଟିଏ ଓଭରରେ ଅର୍ଜନ ନାଗୱାସୱାଲିଆ ଆଉଟ୍‌ କରିଥିଲେ।

ନାଗୱାସୱାଲିଆ ନିଜର ପରବର୍ତ୍ତୀ ଓଭରରେ ପ୍ରଥମ ପାଳିରେ ଶତକ ଅର୍ଜନ କରିଥିବା ଗୌରବ ଚୌଧୁରୀ (୧୮)ଙ୍କୁ ବୋଲ୍ଡ କରି ପ୍ୟାଭିଲିଅନ୍‌ ପଠାଇବାରୁ ଭ୍ରମଣକାରୀ ଓଡ଼ିଶା ୨୪/୩ରେ ସଂଘର୍ଷ କରିଥିଲା।

ତେବେ ସନ୍ଦୀପ ପଟ୍ଟନାୟକ ଓ ନିନାଦ ରାଥୱା ଚତୁର୍ଥ ୱିକେଟ୍‌ରେ ୮୯ ରନ୍‌ ଯୋଡ଼ି ସ୍ଥିତି ସମ୍ଭାଳି ନେଇଥିଲେ।

ଷ୍ଟମ୍ପ୍‌ସ ପୂର୍ବରୁ ରାଥୱା (୫୩, ୫୭ ବଲ୍‌, ୧୦ ଚୌକା) ନିଜ ଅର୍ଦ୍ଧଶତକ ଅର୍ଜନ କରିବା ପରେ ଆଉଟ୍‌ ହୋଇଥିଲେ।

ପୂର୍ବରୁ ମଙ୍ଗଳବାର ସ୍କୋର୍‌ ୨୦୫/୨ରୁ ଖେଳ ଆରମ୍ଭ କରିଥିବା ଘରୋଇ ଦଳ ଏଥିରେ ଆଉ ୨୩୪ ରନ୍‌ ଯୋଡ଼ି ଅବଶିଷ୍ଟ ୮ ୱିକେଟ୍‌ ହରାଇଥିଲା।

ବେଦାନ୍ତ ତ୍ରିବେଦୀ (୧୦୮) ଶତକ ଅର୍ଜନ କରିଥିଲା ବେଳେ ଉର୍ଭିଲ ପଟେଲ (୮୫) ଓ ହର୍ଷଲ ପଟେଲ (୬୦) ଅର୍ଦ୍ଧଶତକ ହାସଲ କରିଥିଲେ।

ଓଡ଼ିଶା ପକ୍ଷରୁ ବାଦଲ ୫, ରାଜେଶ ମହାନ୍ତି ଓ ଲଲିତ ଯାଦବ ୨ ଲେଖାଏଁ ଏବଂ ରାଥୱା ଗୋଟିଏ ୱିକେଟ୍‌ ନେଇଥିଲେ।

Neglect: "ଇନ୍ଦ୍ରାବତୀ-ଭାରତମାଳା ଆମ ପାଇଁ ଦୁଃଖ, ଆମକୁ ଉଚ୍ଚଜାଗାରେ ଥଇଥାନ କର" ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୧୧୩ ଓଭରରେ-୩୨୪।

ଗୁଜରାଟ ପ୍ରଥମ ପାଳି ୧୦୬.୪ ଓଭରରେ-୪୩୯ (ବେଦାନ୍ତ ତ୍ରିବେଦୀ-୧୦୮, ଆର୍ଯ୍ୟ ଦେଶାଇ-୯୪,ଉର୍ଭିଲ ପଟେଲ-୮୫, ହର୍ଷଲ ପଟେଲ-୬୦, ବାଦଲ ବିଶ୍ବାଳ-୫/୧୧୮, ଲଲିତ ଯାଦବ-୨/୭୫, ରାଜେଶ ମହାନ୍ତି-୨/୮୨)।

ଓଡ଼ିଶା ଦ୍ବିତୀୟ ପାଳି ୩୦ ଓଭରରେ-୧୧୯/୪ (ନିନାଦ ରାଥୱା-୫୩, ସନ୍ଦୀପ ପଟ୍ଟନାୟକ-୪୧*, ସମ୍ବିତ ବେଜ-୧*, ଅର୍ଜନ ନାଗୱାସୱାଲିଆ-୩/୧୮, ହର୍ଷଲ ପଟେଲ-୧/୭)।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।