Critically injured: ବାଇକ୍ ଓ କାର୍ ଧକ୍କାରେ ମା’-ଝିଅ ଗୁରୁତର: ୨୦୦ ଫୁଟିଆ ରାସ୍ତା ୨ଘଣ୍ଟା ଅବରୋଧ
"ଚନ୍ଦ୍ରଶେଖରପୁର: ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ଏକାମ୍ରକାନନ ୨୦୦ ଫୁଟିଆ ରାସ୍ତାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ମା-ଝିଅ ଗୁରୁତର ହୋଇଛନ୍ତି।
ସ୍କୁଟିରେ ଯାଉଥିବା ମା-ଝିଅଙ୍କୁ ପ୍ରଥମେ ଏକ ବାଇକ୍ ଧକ୍କା ଦେଇଥିଲା ଏବଂ ସେମାନେ ତଳେ ପଡ଼ିଯିବା ପରେ ପଛରୁ ଆସୁଥିବା ଏକ କାର୍ ଝିଅର ଗୋଡ଼ରେ ମାଡ଼ି ଯାଇଥିଲା।
ମା" ରୁବି ଦାସ(୪୫) ଓ ଝିଅ ବେଦୀ ଦାସ(୧୯)ଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାସ୍ଥଳରୁ ବାଇକ୍ ଓ କାର୍ ପଳାଇଛନ୍ତି। ତେଣୁ ବାଇକ୍ ଓ କାର୍କୁ ଠାବ କରିବା ଦାବିରେ ସାଲିଆସାହି ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ୨୦୦ଫୁଟିଆ ରାସ୍ତାକୁ ୨ଘଣ୍ଟା କାଳ ଅବରୋଧ କରିଥିଲେ।
ପୁଲିସ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ଧାରଣାରୁ ଉଠିଥିଲେ।
Advertisment SIR: ଭୋଟର ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଭରିବା ବାଧ୍ୟତାକୁ ଚ୍ୟାଲେଞ୍ଜ: ମିଥ୍ୟା ଘୋଷଣା ପାଇଁ ଦଣ୍ଡର ଆଶଙ୍କା ସାଲିଆସାହି ଆଦିବାସୀ ଗାଁର ରୁବି ଓ ତାଙ୍କ ଝିଅ ଦେବୀ ସ୍କୁଟି ଯୋଗେ ୨୦୦ ଫୁଟିଆ ରାସ୍ତାରେ ଫାର୍ମାସି କଲେଜ ଛକ ଦେଇ ରାସ୍ତା ପାର ହେଉଥିଲେ।
ଠିକ୍ ଏତିକିବେଳେ ଏକ ଦ୍ରୁତଗାମୀ ବାଇକ୍ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା।
ଫଳରେ ମା" ଓ ଝିଅ ସ୍କୁଟିରୁ ପଡ଼ିଯାଇଥିଲେ ଏବଂ କିଛି ବାଟ ଘୋଷାରି ହୋଇଯାଇଥିଲା।
ଏତିକିବେଳେ ସମାନ ଦିଗରେ ଦ୍ରୁତବେଗରେ ଯାଉଥିବା ଏକ କାର୍ ଝିଅ ଦେବୀଙ୍କ ଗୋଡ଼ରେ ମାଡ଼ିଯାଇଥିଲା।
ଛକରେ ଉପସ୍ଥିତ ଲୋକେ ଏହା ଦେଖି ଘଟଣାସ୍ଥଳକୁ ଧାଇଁ ଆସିଥିଲେ।
ସେମାନେ ମା-ଝିଅଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ।
ଜନଗହଳିପୂର୍ଣ୍ଣ ଛକରେ ଗାଡ଼ିଚାଳକମାନଙ୍କ ଏଭଳି ବେପରୁଆ ଗାଡ଼ିଚାଳନା ଦେଖି ଲୋକେ ତାତି ଉଠିଥିଲେ।
ବିଶେଷକରି କାର୍ ଚାଳକର ଅମଣିଷପଣିଆ ଲୋକଙ୍କୁ ଉତ୍ତେଜିତ କରିଥିଲା।
ମା-ଝିଅ ସାଲିଆସାହି ଅଞ୍ଚଳର ହୋଇଥିବାରୁ ଦୁର୍ଘଟଣା ଖବର ପାଇ ଶହଶହ ଲୋକ ଫାର୍ମାସି କଲେଜ ଛକକୁ ମାଡ଼ିଆସିଥିଲେ।
ଆହତ ମା-ଝିଅଙ୍କୁ ଚିକିତ୍ସା ସହାୟତା ଯୋଗାଇବା ଓ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ୨ ଚାଳକଙ୍କୁ ତୁରନ୍ତ ଗିରଫ କରିବା ଦାବିକରି ଲୋକେ ରାସ୍ତା ଅବରୋଧ କରିଥିଲେ।
ମୈତ୍ରୀବିହାର ଓ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।
ଫେରାର ବାଇକ୍ ଆରୋହୀ ଓ କାର୍ଚାଳକକୁ ନିଶ୍ଚୟ ଚିହ୍ନଟ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।
Dead: ଇଞ୍ଜିନିୟରଙ୍କ ଆତ୍ମହତ୍ୟା ଘଟଣା: ଦରମା ଓ ଘର ହସ୍ତାନ୍ତର ପାଇଁ ଚାପ ଅଭିଯୋଗ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।