Odisha Begins Panchayat and Municipal Election Preparations: ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ, ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ

Oct 15, 2026 - 21:05
Odisha Begins Panchayat and Municipal Election Preparations: ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ, ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ

ଆରମ୍ଭ ହେଲା ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି। ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ଯେ, ସ୍ବଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଅକ୍ଟୋବର ୨୬ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ କରାଯିବ। SIRରେ ନାଁ କଟିଥିଲେ ବି ଆବଶ୍ୟକୀୟ ପ୍ରମାଣ ପତ୍ର ଦେଇ ଯୋଡି ପାରିବେ। ସେହିପରି ନାଁ ବାଦ ଦେବାକୁ ମଧ୍ୟ ବ୍ୟବସ୍ଥା ରହିଛି। ଜାନୁଆରୀରେ ପ୍ରକାଶ ପାଇବ ଡ୍ରାଫ୍ଟ ତାଲିକା। ଫେବୃଆରୀ ୧୦ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। 

ସେପ୍ଟେମ୍ବର ୨୧ରେ ଏସଆଇଆର ପରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ଭୋଟର ତାଲିକା ଅନୁସାରେ ରାଜ୍ୟ ନିର୍ବାଚନ କମିଶନ ସର୍ଭେ କରିବାକୁ ଯାଉଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ରହିବ ଗୋଟିଏ ବୁଥ। ବିଧାନସଭାର ୩୯ ହଜାର ବୁଥକୁ ଭାଙ୍ଗି ୯୧ ହଜାର ବୁଥ କରାଯିବ। ପୌରାଞ୍ଚଳରେ ୬ ହଜାର ବୁଥ ରହିବ, ଆବଶ୍ୟକ ପଡିଲେ ଅଧିକ ବୁଥ କରାଯିବ। 

ସହରାଞ୍ଚଳରେ ଇଭିଏମ ଏବଂ ଗ୍ରାମାଞ୍ଚଳରେ ବାଲାଟରେ ନିର୍ବାଚନ ହେବ। ଡୋର ଟୁ ଡୋର୍ ସର୍ଭେ ଟିମରେ ବୁଥ୍ ସ୍ତରୀୟ ଅଧିକାରୀ, ଅଙ୍ଗନୱାଡ଼ି କର୍ମୀ, ଜଳସାଥୀ, ସ୍ବଚ୍ଛସାଥୀ ଏବଂ ଆଶା କର୍ମୀ ଘରକୁ ଘର ବୁଲିବେ। PEO, ବୁଥ୍ ସ୍ତରୀୟ ଅଧିକାରୀଙ୍କର ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ ସମ୍ପୂର୍ଣ ପ୍ରକ୍ରିୟାର ତଦାରଖ କରିବେ। ସର୍ଭେ ବେଳେ ସହଯୋଗ ପାଇଁ ଓଡିଶା ବାସୀଙ୍କୁ ଅପିଲ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।