Odisha Police Constable Recruitment: ପୋଲିସ ନିଯୁକ୍ତି ବିଜ୍ଞପ୍ତିକୁ ନେଇ ବିବାଦ, OUSSSC ଅଫିସ ଆଗରେ ଆଶାୟୀଙ୍କ ବିକ୍ଷୋଭ
OUSSSC ପକ୍ଷରୁ ୭ ହଜାର ୨୬୮ କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଆଶାୟୀ।
ବିଜ୍ଞପ୍ତିରେ ଅସଙ୍ଗତି ଦର୍ଶାଇ ଶତାଧିକ ଆଶାୟୀ OUSSSC କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଆଶାୟୀଙ୍କ ଅଭିଯୋଗ ଯେ, ବିଜ୍ଞପ୍ତିରେ SEBCଙ୍କ ପାଇଁ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା କରାଯାଇନି।
ସରକାର ସମସ୍ତ ପରୀକ୍ଷାରେ ୧୧.୨ ପ୍ରତିଶତ ପଦବୀ SEBCଙ୍କ ପାଇଁ ସଂରକ୍ଷଣ ନିୟମ କରିଥିଲେ ବି OUSSSC ସେହି ଅନୁସାରେ ବିଜ୍ଞପ୍ତି ପ୍ରକାଶ କରିନି।
Advertisment ସେହିଭଳି ଯେଉଁମାନଙ୍କ ପାଇଁ ବୟସସୀମା କୋହଳ କରାଯାଇଛି ସେମାନେ ଅଣସଂରକ୍ଷିତ ପାଇଁ ଉଦ୍ଦିଷ୍ଟ ଥିବା ପଦବୀରେ ଭାଗ ନେଇ ପାରିବେ ନାହିଁ ।
୨୩ ଜିଲ୍ଲାରେ କୌଣସି SEBC କିମ୍ବା SCST ଖାଲି ପଦବୀ ପାଇଁ ପରୀକ୍ଷା ଦେଇପାରିବେ ନାହିଁ ।
କାରଣ ଅଣସଂରକ୍ଷିତ ପଦବୀ ପାଇଁ ହିଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଶାୟୀମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ସରକାର ୨୦୨୫ରେ ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁସାରେ ୩ ବର୍ଷ ବୟସ ସୀମା କୋହଳ ପାଇଁ କହିଥିଲେ।
ହେଲେ ୨୦୨୫ରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିବାରୁ ଏବେ ୨୦୨୬ ବିଜ୍ଞପ୍ତିରେ ବର୍ଷେ ବିଳମ୍ବରେ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ତେଣୁ ନିୟମ ଅନୁସାରେ ୪ ବର୍ଷ ବୟସ ସୀମା କୋହଳ ନଚେତ୍ ୨୦୨୫କୁ ବୟସ ସୀମା ଭାବେ ଗଣତି କରିବାକୁ ଆଶାୟୀମାନେ ଦାବି କରିଛନ୍ତି।
ସେପଟେ ନେଇ କମିଶନ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳି ପାରି ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।