Odisha to Get New Lokayukta Soon: ଖୁବ୍ ଶୀଘ୍ର ନିଯୁକ୍ତ ହେବେ ନୂଆ ଲୋକାୟୁକ୍ତ, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା
ଖୁବ୍ ଶୀଘ୍ର ଓଡିଶା ଦେଖିବ ନୂଆ ଲୋକାୟୁକ୍ତ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ଲୋକାଯୁକ୍ତ ନିଯୁକ୍ତି ନେଇ ବୈଠକ ବସିଲା ଅର୍ଥ, ପ୍ରକ୍ରିୟା ଆରମ୍ଭ ହେଲା। ଖୁବ୍ ଶୀଘ୍ର ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମୁଖ୍ୟମନ୍ତ୍ରୀ, ବିଧାନସଭାର ବାଚସ୍ପତି, ବିରୋଧୀ ଦଳ ନେତା ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି ନେଇଥାନ୍ତି। ପ୍ରଥମ ମିଟିଂ ହୋଇଗଲାଣି। ଏହା ବହୁମତ ଆଧାରରେ ହୁଏ। ଆଶା କରୁଛୁ ଆଗାମୀ ଦିନରେ ଓଡ଼ିଶା ନୂଆ ଲୋକାଯୁକ୍ତ ଦେଖିବ।
ତେବେ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ହେଉଥିବା ନେଇ ବିରୋଧୀଙ୍କ ଅଭିଯୋଗରେ ସୁରେଶ କହିଛନ୍ତି, ୨୪ ବର୍ଷରେ ତତ୍କାଳୀନ ସରକାର ଯାହା କରିନାହାନ୍ତି, ୨ ବର୍ଷରେ ଆମେ ତାହା କରୁଛୁ । '୫ ବର୍ଷରେ ଯାହା କରିବୁ, ତାହା ବିରୋଧୀ କଳ୍ପନା କରିନଥିବେ । ...
ଖୁବ୍ ଶୀଘ୍ର ଓଡ଼ିଶା ଦେଖିବ ନୂଆ ଲୋକାୟୁକ୍ତ
ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
ଏ ନେଇ ବୈଠକ ବସିସାରିଛି, ଖୁବ ଶୀଘ୍ର ସରିବ ପ୍ରକ୍ରିୟା
'୨୪ ବର୍ଷରେ ଯାହା ହୋଇନି, ୨ ବର୍ଷରେ ତାହା କରୁଛୁ'
'୫ ବର୍ଷରେ ଯାହା କରିବୁ, ତାହା ବିରୋଧୀ କଳ୍ପନା କରିନଥିବେ'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।