Odissi: ତାକ୍‌ ଧିନାଧିନ୍: ଓଡ଼ିଶୀ ଦେଲା ପରିଚୟ

Sep 06, 2026 - 06:49
Odissi: ତାକ୍‌ ଧିନାଧିନ୍: ଓଡ଼ିଶୀ ଦେଲା ପରିଚୟ

"ପାଦରେ ଘୁଙ୍ଗୁର ବାନ୍ଧି ମଞ୍ଚରେ ନୃତ୍ୟ କରିବା ସହ ଓଡ଼ିଶାର କଳାସଂସ୍କୃତିକୁ ଦେଶ ବିଦେଶରେ ପହଞ୍ଚାଉଛନ୍ତି ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ଅନିକେତ ପଲ୍ଲବ ନାୟକ।

ଢେଙ୍କାନାଳରୁ ଆରମ୍ଭ ହୋଇଥିବା ତାଙ୍କ ନୃତ୍ୟ ଯାତ୍ରା ଆଜି ୟୁକେ, ୟୁଏଇ ଓ ସିଙ୍ଗାପୁର ପର୍ଯ୍ୟନ୍ତ ପହଞ୍ଚିଛି।

ମାତ୍ର ୫ ବର୍ଷ ବୟସରୁ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ ଅନିକେତ।

ଢେଙ୍କାନାଳର ନଟରାଜ ସଙ୍ଗୀତ ମହାବିଦ୍ୟାଳୟରେ ଗୁରୁ ସୋମନାଥ ପ୍ରଧାନଙ୍କଠାରୁ ସେ ନୃତ୍ୟଶିକ୍ଷା ଆରମ୍ଭ କରିଥିଲେ।

ଜଣେ ପୁଅ ହୋଇ ଶାସ୍ତ୍ରୀୟ ନୃତ୍ୟ ଶିଖି ଆଗକୁ ବଢ଼ିବା ପାଇଁ ପରିବାରର ଦ୍ୱିଧା ଓ ସାମାଜିକ ଅବଧାରଣାକୁ ତାଙ୍କୁ ଅତିକ୍ରମ କରିବାକୁ ପଡ଼ିଥିଲା।

ପ୍ରିୟଜନଙ୍କୁ ବୁଝାଇବାକୁ ହୋଇଥିଲା କି ନୃତ୍ୟ କେବଳ ଝିଅମାନଙ୍କ ପରିସର ନୁହେଁ, ଏହା ଯେକୌଣସି ମଣିଷର ଆଗ୍ରହ ଓ ସାଧନାର ବିଷୟବସ୍ତୁ ହୋଇପାରେ।

ଦୃଢ଼ ଇଚ୍ଛାଶକ୍ତି, ନିୟମିତ ଅଭ୍ୟାସ ଓ ଗୁରୁଙ୍କ ଆଶୀର୍ବାଦରେ ସେ ବିଭିନ୍ନ ନୃତ୍ୟ ପ୍ରତିଯୋଗିତାରେ ସଫଳତା ପାଇଥିଲେ।

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଜୁନିୟର୍‌ ଓ ସିନିୟର୍‌ ସ୍କଲାର୍‌ସିପ୍‌ ମଧ୍ୟ ଲାଭ କଲେ।Advertisment Agriculture: ଉଦ୍ୟାନ କୃଷି କାର୍ଯ୍ୟକ୍ରମରେ ୨୨୦ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ୍ ୨୦୧୧ରେ ଉଦୟପୁରରେ ଆୟୋଜିତ ଜାତୀୟ ଯୁବ ମହୋତ୍ସବରେ ଓଡ଼ିଶୀ ନୃତ୍ୟରେ ପ୍ରଥମ ପୁରସ୍କାର ପାଇବା ଥିଲା ତାଙ୍କ ଜୀବନର ଏକ ବଡ଼ ସଫଳତା।

ପରେ ସେ ଦୂରଦର୍ଶନର ଗ୍ରେଡେଡ୍ କଳାକାର ଏବଂ ସ୍ପିକ୍‌ ମ୍ୟାକେର ଏମ୍ପାନେଲ୍‌ଡ କଳାକାର ହୋଇଥିଲେ।

ବିଟେକ୍‌ ଶିକ୍ଷା ସମାପ୍ତ କରିଥିଲେ ମଧ୍ୟ ଅନିକେତ କର୍ପୋରେଟ୍‌ ଚାକିରି ନକରି ନୃତ୍ୟକୁ କ୍ୟାରିୟର୍‌ କରିଥିଲେ।

ବର୍ତ୍ତମାନ ସେ ଭୁବନେଶ୍ୱରର ବିଜେଇଏମ୍‌ ସ୍କୁଲରେ ନୃତ୍ୟ ଶିକ୍ଷକ ଭାବେ କାମ କରିବା ସହ ନୂଆପିଢ଼ିକୁ ଓଡ଼ିଶୀ ନୃତ୍ୟ ଶିଖାଉଛନ୍ତି।

ଏହାସହ ଗୁରୁ ପ୍ରବତ କୁମାର ସ୍ୱାଇଁଙ୍କ ମାର୍ଗଦର୍ଶନରେ ସେ ନୃତ୍ୟ ଶିକ୍ଷା ଜାରି ରଖିଛନ୍ତି। "ନୃତ୍ୟ ନୈବେଦ୍ୟ" ରେପର୍ଟୋରୀ ଗ୍ରୁପ୍‌ ସହ ଯୋଡ଼ି ହୋଇ ସେ ଦେଶ ଓ ବିଦେଶରେ ମଧ୍ୟ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଛନ୍ତି।

ତାଙ୍କ କଳାସାଧନା ପାଇଁ ସେ ଅନେକ ସମ୍ମାନ ଓ ପୁରସ୍କାର ପାଇଛନ୍ତି।

ଏଥିମଧ୍ୟରେ ରାଜ୍ୟପାଳ ଟ୍ରଫି, ଓଡ଼ିଶା ରାଜ୍ୟ ଯୁବ ପୁରସ୍କାର, ଯୁବ ପ୍ରତୀକ ସମ୍ମାନ ଓ ନୃତ୍ୟ ତରଙ୍ଗ ସମ୍ମାନ ଉଲ୍ଲେଖନୀୟ।

ଅନିକେତ ଭୁବନେଶ୍ୱରରେ "ନୃତ୍ୟାଂଶ" ନାମରେ ଏକ ନୃତ୍ୟ ପ୍ରତିଷ୍ଠାନ ଗଢ଼ିଛନ୍ତି।

ତାଙ୍କର ଲକ୍ଷ୍ୟ କେବଳ ନୃତ୍ୟ ଶିଖାଇବା ନୁହେଁ, ବରଂ ଯୁବପିଢ଼ିକୁ ନିଜ ମାଟି, ମୂଳ ଓ ସଂସ୍କୃତି ସହ ଯୋଡ଼ିବା।

Weekly Horoscope 2026 September 06 to September 12: ଜାଣନ୍ତୁ ଏ ସପ୍ତାହର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।