Police SI exam: ଖୁବ୍ଶୀଘ୍ର ପୁଲିସ ଏସ୍ଆଇ ପରୀକ୍ଷା: ୟୁନିଫାଏଡ୍ ସେବା କର୍ମଚାରୀ ଚୟନ ଆୟୋଗର ସୂଚନା
"ଭୁବନେଶ୍ବର: ରାଜ୍ୟରେ ଖୁବ୍ଶୀଘ୍ର ପୁଲିସ ଓ ଅନ୍ୟ ବିଭାଗ ଅଧୀନରେ କନେଷ୍ଟବଳ ସ୍ତରୀୟ ପଦବି ଓ ସେବା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।
ଏହାର ବିସ୍ତୃତ ବିଜ୍ଞାପନ, ପଦବି ସଂଖ୍ୟା, ଯୋଗ୍ୟତା, ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ ନିୟମାବଳୀ ସମ୍ପର୍କିତ ଆବଶ୍ୟକ ସୂଚନା ମିଳିବ।
ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (ଓୟୁଏସ୍ଏସ୍ଏସ୍ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। (ଓୟୁଏସ୍ଏସ୍ଏସ୍ସି) ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ମିଳିତ ପୁଲିସ ସେବା ପରୀକ୍ଷା (ସିପିଏସ୍ଇ)-୨୦୨୪ ପାଇଁ ଆବେଦନପତ୍ରକୁ ବିଚାରକୁ ନେଇ ପରୀକ୍ଷା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନିଆଯାଉଛି।Advertisment Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ ନିଯୁକ୍ତି ଓ ପରୀକ୍ଷା ପ୍ରକ୍ରିୟାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ରହିଥିବା ଆଗ୍ରହ ଓ ଆଶଙ୍କା ପ୍ରତି ଆୟୋଗ ସଚେତନ ଅଛନ୍ତି।
ତେଣୁ ନିର୍ଦ୍ଧାରିତ ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ପରୀକ୍ଷା ପ୍ରକ୍ରିୟାକୁ ନିରପେକ୍ଷ, ସ୍ୱଚ୍ଛ ଓ ସୁରକ୍ଷିତ ପରିଚାଳନା କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଛି।
ପରୀକ୍ଷା କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ଆବଶ୍ୟକ ନିର୍ଦ୍ଦେଶନାମା ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଚୂଡ଼ାନ୍ତ ହେବା ପରେ ଆୟୋଗଙ୍କ ପକ୍ଷରୁ ଅଧିକୃତ, ସରକାରୀ ଯୋଗାଯୋଗ ଓ ଆୟୋଗଙ୍କ ୱେବସାଇଟ୍ରେ ପ୍ରକାଶ କରାଯିବ।
ଏହି ପରିପ୍ରେକ୍ଷୀରେ ପ୍ରାର୍ଥୀମାନେ ନିଜର ପ୍ରସ୍ତୁତି ଜାରି ରଖିବା ସହ ଆୟୋଗଙ୍କର ଅଧିକୃତ ସୂଚନାକୁ ଅପେକ୍ଷା କରିବା ନିମନ୍ତେ ଅନୁରୋଧ କରାଯାଇଛି।
Nuakhai 2026: ପାଖେଇ ଆସୁଛି ନୂଆଁଖାଇ; ରାଜ୍ୟ ବାହାରୁ ଘର ମୁହାଁ ଶ୍ରମିକ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।