OHRC Camp Court ସୁନ୍ଦରଗଡ଼ରେ ମାନବ ଅଧିକାର ଆୟୋଗଙ୍କ କ୍ୟାମ୍ପ କୋର୍ଟ

Sep 30, 2026 - 18:46
OHRC Camp Court ସୁନ୍ଦରଗଡ଼ରେ ମାନବ ଅଧିକାର ଆୟୋଗଙ୍କ କ୍ୟାମ୍ପ କୋର୍ଟ

"ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସଦ୍‌ଭାବନା ଭବନରେ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏକ କ୍ୟାମ୍ପ କୋର୍ଟ ଆଜି ଶେଷ ହୋଇଛି।

Advertisment OHRC: ରଥଯାତ୍ରାରେ ଠେଲାପେଲାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା, ମାନବାଧିକାର କମିସନଙ୍କ ରିପୋର୍ଟ ତଲବ ଏହି କ୍ୟାମ୍ପ କୋର୍ଟରେ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଶତ୍ରୁଘ୍ନ ପୂଜାହାରୀ ଅଧ୍ୟକ୍ଷତା କରିଥିଲେ ।

ଆୟୋଗଙ୍କ ନିକଟରେ ସୁନ୍ଦରଗଡ଼ ଜିଲ୍ଲାର ମୋଟ ୪୩ଟି ମାମଲା ଉପସ୍ଥାପନ କରାଯାଇଥିଲା।

ସେଥିମଧ୍ୟରୁ ୨୪ଟି ମାମଲାର ସମାଧାନ କରାଯାଇଥିଲା ।

ସେହିପରି ଝାରସୁଗୁଡ଼ା ଜିଲ୍ଲାର ୨୧ଟି ମାମଲା ଆୟୋଗଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା ବେଳେ ସେଥିରୁ ୧୦ଟି ମାମଲାର ସମାଧାନ କରାଯାଇଥିଲା।

OHRC ଅଧ୍ୟକ୍ଷ ଭାବେ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କ ନିଯୁକ୍ତି ଏହି କ୍ୟାମ୍ପ କୋର୍ଟ ସମୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ଅନ୍ୟ ଅଧିକାରୀ ତଥା ସମ୍ପୃକ୍ତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।