OIL Suspends Four Personnel After Deadly Blast: ତୈଳ ଡିପୋରେ ଭୟଙ୍କର ବିସ୍ଫୋରଣ; ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ୪ କର୍ମଚାରୀ ନିଲମ୍ବିତ

Nov 08, 2026 - 14:47
OIL Suspends Four Personnel After Deadly Blast: ତୈଳ ଡିପୋରେ ଭୟଙ୍କର ବିସ୍ଫୋରଣ; ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ୪ କର୍ମଚାରୀ ନିଲମ୍ବିତ

ଆସାମର ଡିବ୍ରୁଗଡ଼ ଜିଲ୍ଲାରେ ଥିବା ଅଏଲ୍ ଇଣ୍ଡିଆ ଲିମିଟେଡ୍‌ର ତେଙ୍ଗାଖାଟସ୍ଥିତ ଇଣ୍ଟରମିଡିଏଟ୍ ଟ୍ୟାଙ୍କ ଫାର୍ମ (ଆଇଟିଏଫ)ରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି।

ଅନ୍ୟପଟେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ କମ୍ପାନୀ ପକ୍ଷରୁ ୩ ଜଣ ଅଧିକାରୀଙ୍କ ସମେତ ମୋଟ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି।

Advertisment ଶୁକ୍ରବାର ତେଙ୍ଗାଖାଟସ୍ଥିତ ଅଏଲ୍ ଇଣ୍ଡିଆର ଟ୍ୟାଙ୍କ ଫାର୍ମରେ ଭୟଙ୍କର ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା।

ଏଥିରେ ଅନେକ କର୍ମଚାରୀ ଆହତ ହୋଇଥିଲେ।

ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତେଙ୍ଗାଖାଟର ରୂପମ ଗୋହେନଙ୍କ ମୃତ୍ୟୁ ହେବା ପରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

ଘଟଣା ପରେ ରୂପମଙ୍କୁ ପ୍ରଥମେ ଦୁଲିଆଜାନସ୍ଥିତ ଅଏଲ୍ ଇଣ୍ଡିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ଉନ୍ନତ ଚିକିତ୍ସା ପାଇଁ ଗୁଆହାଟୀର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ହେଲେ ସମସ୍ତ ଚିକିତ୍ସା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିନଥିଲା।

Advertisment ଏହା ପୂର୍ବରୁ ଏହି ଅଗ୍ନିକାଣ୍ଡରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ସେମାନଙ୍କ ମଧ୍ୟରେ ସ୍ପେକ୍ଟ୍ରନ୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍‌ରେ କାର୍ଯ୍ୟରତ ଇଞ୍ଜିନିୟର ତାପସ ଜ୍ୟୋତି ଗୋଗୋଇ ରହିଥିଲେ।

ଡିବ୍ରୁଗଡ଼ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଅଏଲ୍ ଇଣ୍ଡିଆ ଲିମିଟେଡ୍ ଘୋଷଣା କରିଛି।

ଏହି ଘଟଣା ପରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଶନିବାର ଡିବ୍ରୁଗଡ଼ର ଏକ ଘରୋଇ ହସ୍ପିଟାଲକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ଏହା ପୂର୍ବରୁ ସେ ଅଏଲ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ସହ ଫୋନ୍‌ରେ କଥା ହୋଇ ଘଟଣାର ସମୀକ୍ଷା କରିଥିଲେ।

ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବା ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ବିସ୍ଫୋରଣ ଓ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।