Old friendship: ପୁରୁଣା ବନ୍ଧୁତାକୁ ପୁଣି ଯୋଡ଼ିବାର ୫ଟି ସୂତ୍ରବ
"ବୟସ ବଢ଼ିବା ସହିତ ନୂଆ ବନ୍ଧୁ ତିଆରି କରିବା ଯେତିକି କଷ୍ଟକର, ପୁରୁଣା ବନ୍ଧୁମାନଙ୍କ ସହିତ ହଜିଯାଇଥିବା ସମ୍ପର୍କକୁ ପୁଣିଥରେ ଯୋଡ଼ିବା ମଧ୍ୟ ସେତିକି କଠିନ।
ଯଦି ଆପଣ ପୁରୁଣା ବନ୍ଧୁଙ୍କ ସହ ପୁଣିଥରେ କଥା ହେବାକୁ କିମ୍ବା ସମ୍ପର୍କ ଗଢ଼ିବାକୁ ଚାହୁଛନ୍ତି ତେବେ ବିଶେଷଜ୍ଞଙ୍କ ଦ୍ବାରା ପ୍ରଦତ୍ତ ପାଞ୍ଚଟି ସହଜ ଓ ପ୍ରଭାବଶାଳୀ ଉପାୟ ବିଷୟରେ ଜାଣନ୍ତୁ।
Advertisment Gyanesh Kumar: ଜ୍ଞାନେଶଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବ: "ଭୋଟ ଚୋରି ଯୋଗୁଁ ସମ୍ବିଧାନ ଓ ଗଣତନ୍ତ୍ର ବିପନ୍ନ" ଖେଳ ଓ ମଜାଳିଆ କାର୍ଯ୍ୟକଳାପ ପାଇଁ ସମୟ ବାହାର କରନ୍ତୁ।
ଛୋଟବେଳେ ଖେଳକୁଦ ମାଧ୍ୟମରେ ଆମେ ସବୁଠାରୁ ଶୀଘ୍ର ବନ୍ଧୁତା ସ୍ଥାପନ କରିଥାଉ।
ବୟସ୍କ ହେବା ପରେ ମଧ୍ୟ ଏହା ସମାନ ଭାବରେ କାମ କରେ।
କୌଣସି ବୋର୍ଡ ଗେମ୍, ଭିଡିଓ ଗେମ୍ କିମ୍ବା କ୍ରୀଡ଼ା ମାଧ୍ୟମରେ ଏକାଠି ସମୟ ବିତାନ୍ତୁ।
ଏହା ଦ୍ୱାରା ବାର୍ତ୍ତାଳାପ ଆରମ୍ଭ କରିବା ସହଜ ହୋଇଥାଏ। ସମାନ ସଉକ ମାଧ୍ୟମରେ ସଂଯୋଗ ସ୍ଥାପନ କରନ୍ତୁ।
ଦୁଇଜଣ ଯେଉଁ ସଉକ ଭଲପାଆନ୍ତି ତାହା ଉଭୟଙ୍କୁ ନିକଟତର କରିବାର ସବୁଠାରୁ ସହଜ ପନ୍ଥା।
ଯଦି ଆପଣଙ୍କର ସମାନ ସଉକ ବା ଆଗ୍ରହ ନାହିଁ, ତଥାପି ଅପର ବ୍ୟକ୍ତିଙ୍କ ସଉକ ନେଇ କୌତୂହଳ ପ୍ରକାଶ କରନ୍ତୁ। ସ୍ନେହ ଓ ଉଷ୍ମତାର ମୁହୂର୍ତ୍ତ ସୃଷ୍ଟି କରନ୍ତୁ।
ଆନ୍ତରିକ ପ୍ରଶଂସା କରିବା କିମ୍ବା ମିଳିମିଶି ଭଲ କାମଟିଏ କରିବା ସମ୍ପର୍କ ଯୋଡ଼ିବାରେ ବଡ଼ ଭୂମିକା ଗ୍ରହଣ କରେ।
Assembly: ଅଚଳାବସ୍ଥା ହଟୁନି: ବିରୋଧୀ ଜିଦିରେ ଅଟଳ, ଶାସକ ଦଳ ନିରବ ଭଲ ସମ୍ପର୍କ ପାଇଁ ଶୂନ୍ୟସ୍ଥାନ ତିଆରି କରନ୍ତୁ।
ଯେଉଁମାନେ ଆପଣଙ୍କ ସୀମାକୁ ସମ୍ମାନ ଦିଅନ୍ତି ନାହିଁ, ସେମାନଙ୍କଠାରୁ ଦୂରତା ରକ୍ଷା କରନ୍ତୁ।
ଏହା ଦ୍ୱାରା ଆପଣଙ୍କ ପାଖରେ ସେହି ବ୍ୟକ୍ତିବିଶେଷଙ୍କୁ ସମୟ ଦେବା ପାଇଁ ପର୍ଯ୍ୟାପ୍ତ ସମୟ ରହିବ ଯେଉଁମାନେ ଆପଣଙ୍କୁ ପ୍ରକୃତରେ ଭଲ ପାଆନ୍ତି। ବର୍ତ୍ତମାନକୁ ଗୁରୁତ୍ବ ଦିଅନ୍ତୁ।
ପୁରୁଣା ବନ୍ଧୁଙ୍କ ସହ କଥା ହେବା ସମୟରେ ସମ୍ପୂର୍ଣ୍ଣ ଭାବରେ ସେହି ମୁହୂର୍ତ୍ତ ପ୍ରତି ସଚେତନ ରହନ୍ତୁ ଓ ତାଙ୍କ ଠାରେ ମନୋନିବେଶ କରନ୍ତୁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।