Olympics: ଅଲିମ୍ପିକ୍ସ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦିଅ: ଅଭିନବ ବିନ୍ଦ୍ରା

Oct 10, 2026 - 08:13
Olympics: ଅଲିମ୍ପିକ୍ସ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦିଅ: ଅଭିନବ ବିନ୍ଦ୍ରା

"ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନକୁ ଅଭିନନ୍ଦନ ଜଣାଇବା ସହ ଦେଶର ହାଇ-ପରଫର୍ମାନ୍ସ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ତତ୍ପରତାର ସହ କାମ କରିବାକୁ ଆହ୍ୱାନ ଦେଇଛନ୍ତି ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ସୁଟର ଅଭିନବ ବିନ୍ଦ୍ରା।

ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସକୁ ଆଉ ଦୁଇ ବର୍ଷରୁ କମ୍ ସମୟ ଥିବାରୁ ଏବେଠାରୁ ପ୍ରସ୍ତୁତିକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏଥର ଏସୀୟ କ୍ରୀଡ଼ାରେ ଅନେକ ଯୁବ ଖେଳାଳି ନିଜ ପ୍ରତିଭାର ପରିଚୟ ଦେଇଥିବା ବିନ୍ଦ୍ରା କହିଛନ୍ତି।

ତେବେ କିଛି କ୍ଷେତ୍ରରେ ନିରାଶା ମଧ୍ୟ ରହିଛି।

ଏହି ଅଭିଜ୍ଞତାରୁ ଶିକ୍ଷା ନେଇ ଆଗକୁ ବଢ଼ିବା ଦରକାର ବୋଲି ସେ ମତ ଦେଇଛନ୍ତି।

ଆଇଚି-ନାଗୋୟା ଏସୀୟ କ୍ରୀଡ଼ାରେ ଭାରତ ୨୧ ସ୍ୱର୍ଣ୍ଣ, ୨୭ ରୌପ୍ୟ ଓ ୩୭ କାଂସ୍ୟ ସହ ମୋଟ ୮୫ଟି ପଦକ ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନ ଦଖଲ କରିଥିଲା।

Advertisment Neglect: ଦୁଲାମରେ ପଲିଥିନ ପକାଇ ରହୁଛନ୍ତି ଡୁମର-ବୁଧାଇ ବିନ୍ଦ୍ରା କହିଛନ୍ତି, ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଆଉ ଦୁଇ ବର୍ଷରୁ କମ୍ ସମୟ ରହିଛି।

ଅଲିମ୍ପିକ୍ସ ପାଇଁ ଏହା ଆଦୌ ଦୀର୍ଘ ସମୟ ନୁହେଁ।

ଯେଉଁ ଆଥଲେଟମାନେ ଅଲିମ୍ପିକ୍ସରେ ପଦକ ଜିତିବେ, ସେମାନେ ଏବେଠାରୁ ନିଜ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।

ତେଣୁ ଏସୀୟ କ୍ରୀଡ଼ାର ସଫଳତାକୁ ପାଳନ କରିବା ସହ ଯେଉଁଠି ତ୍ରୁଟି ରହିଛି ତାହାର ନିରପେକ୍ଷ ସମୀକ୍ଷା କରି ତୁରନ୍ତ ନୂଆ ଉତ୍ସାହ ଓ ଲକ୍ଷ୍ୟ ସହ କାମ ଆରମ୍ଭ କରିବାର ସମୟ ଆସିଛି।

ସୂଚନାଯୋଗ୍ୟ ଯେ ଆସନ୍ତା ୧୩ ତାରିଖରେ ଭାରତୀୟ ଦଳର ଏସୀୟ କ୍ରୀଡ଼ା ପ୍ରଦର୍ଶନ କରାଯିବ।

କ୍ରୀଡ଼ା ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ବିଭିନ୍ନ କ୍ରୀଡ଼ା ମହାସଂଘ କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନର ସମୀକ୍ଷା କରିବେ।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।