Onion Prices Soar Across Odisha: ସାରା ରାଜ୍ୟରେ କନ୍ଦାଇଲାଣି ପିଆଜ, ଦିନ କେଇଟାରେ ଦର ହୋଇଗଲା ଡବଲ
ପିଆଜ ବଦଳାଇଛି ସରକାର...ପିଆଜ କନ୍ଦାଇଛି, ପିଆଜ ପୁଣି କେତେବେଳେ ରଙ୍ଗ ବଦଳୁଛି। ଗରିବ କଂସାରେ ପଖାଳ ସାଙ୍ଗକୁ ପିଆଜ ଫାଳେ ପୂରା ଦିନକର ଥକାକୁ ମେଣ୍ଟାଏ। ହେଲେ ସେଇ ପିଆଜକୁ ଏବେ ହାତ ମାରି ହେଉନି, ଛୁଇଁବା ତ ଦୂର କଥା କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି।...
ବାଲେଶ୍ବରରୁ ବ୍ରହ୍ମପୁର, ବଲାଙ୍ଗିରରୁ କଟକ..କିଛି ଦିନ ତଳେ ୨୦ରୁ ୨୫ରେ ମିଳୁଥିବା ପିଆଜ ଏବେ ୫୦ ଟଙ୍କା। ଯଦି ଏମିତି ରୁହେଁ ତାହେଲେ ସପ୍ତାହକରେ ଆଉ ୫ରୁ ୧୦ ଟଙ୍କା ବଢ଼ିପାରେ। ପ୍ରତିଦିନ କଟକ ଛତ୍ରବଜାରକୁ ୫ରୁ ୬ଟା ଟ୍ରକ୍ ପିଆଜ ଆସୁଥିଲା। ହେଲେ ଏବେ ତାହା ବି ଆସୁନି। କାଁ ଭାଁ ଗୋଟେ ଦୁଇଟା ଟ୍ରକ୍ ପହଞ୍ଚୁଛି। ଫଳରେ ଏହାର ସିଧା ପ୍ରଭାବ ଦୋକାନ ଓ ଖାଉଟିଙ୍କ ପକେଟ୍ ଉପରେ ପଡ଼ୁଛି।
ହେଲେ କାହିଁକି ? କେବେ ଭାବିଛନ୍ତି ଶ୍ରାବଣ ମାସରେ ଚାହିଦା କମ୍ ଥିବା ସତ୍ତ୍ବେ ପିଆଜ ଏତେ ମହରଗ କଣ ପାଇଁ। ପିଆଜ ଉତ୍ପାଦନରେ ଆମେ ବହୁତ ପଛରେ। କିଛି ପଶ୍ଚିମ ଓଡ଼ିଶାର ଜିଲ୍ଲା ଓ ଅନୁଗୁଳ ବ୍ୟତୀତ ପ୍ରାୟ ଆଖି ଦୃଷ୍ଟିଆ ପିଆଜ ଚାଷ ହେଉନି। ଡେଲି କା ଡେଲି ଟ୍ରକ୍ ମହାରାଷ୍ଟ୍ର ନାସିକ କିମ୍ବା ଆନ୍ଧ୍ର ପ୍ରଦେଶରୁ ଆସିଲେ ଆମ ରୋଷେଇ ଘରକୁ ପହଞ୍ଚେ। ଯେଉଁ ଦିନ ଆସିଲା ତ ଭଲ କଥା ନଆସିଲେ ହାହାକାର। ଏବର୍ଷ ମହାରାଷ୍ଟ୍ରରେ ଫସଲ ହାନୀ ଓ ପରବର୍ତ୍ତୀ ସମୟରେ ପ୍ରବଳ ବର୍ଷା ଯୋଗୁଁ ଆସିପାରୁନି ଆବଶ୍ୟକ ମୁତାବକ ପିଆଜ।
ସେବେ ଆଳୁ ଏବେ ପିଆଜ...ରୋଷେଇ ଘରରୁ ରାଜନୀତିକୁ ପ୍ରଭାବିତ କରୁଛି। ପ୍ରତିବର୍ଷ ଆଳୁ ପିଆଜ ପାଇଁ ପଲିଟିକ୍ସ ବି ତେଜୁଛି। ହେଲେ ନା ଓଡ଼ିଶାରେ ଆଳୁ ସଙ୍କଟ ଟଳୁଛି ନା ପିଆଜ ଚାଷ ପାଇଁ ପ୍ରୋତ୍ସାହନ ମିଳୁଛି।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।