Orchid jewelry: ଅର୍କିଡ୍‌ର ଅଳଙ୍କାର

Sep 08, 2026 - 09:07
Orchid jewelry: ଅର୍କିଡ୍‌ର ଅଳଙ୍କାର

"ଫୁଲର ସୌନ୍ଦର୍ଯ୍ୟ ମନରେ ଭରିଦିଏ ଅଫୁରନ୍ତ ଅାନନ୍ଦ।

ଏବେ କିନ୍ତୁ ଫୁଲ କେବଳ ବଗିଚା କିମ୍ବା ଘର ସଜାଇବାରେ ସୀମିତ ନାହିଁ।

ଏହା ଫ୍ୟାସନ୍‌ର ନୂଆ ପରିଚୟ ମଧ୍ୟ ପାଲଟିଛି।

ବିଶେଷକରି ଅର୍କିଡ୍‌ର କୋମଳ ଓ ଆକର୍ଷଣୀୟ ପାଖୁଡ଼ା ଏବେ ନେକ୍‌ଲେସ୍‌, ଇୟରିଂ ଓ ରିଙ୍ଗ୍‌ରେ ନୂଆ ରୂପ ନେଉଛି।

ରନ୍‌ୱେଠାରୁ ଫ୍ୟାସନ୍‌ ଏଡିଟୋରିଆଲ୍‌ ପର୍ଯ୍ୟନ୍ତ ରିଅଲ୍‌ ଫ୍ଲାୱାର ଜୁଏଲାରିର ଚାହିଦା ବଢୁଥିବା ବେଳେ, ଆପଣ ମଧ୍ୟ ଘରେ ଅଳ୍ପ ପରିଶ୍ରମରେ ଏଭଳି ଅନନ୍ୟ ଅଳଙ୍କାର ତିଆରି କରିପାରିବେ।Advertisment Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ ଅର୍କିଡ୍‌ ଜୁଏଲାରି ତିଆରି କରିବା ପାଇଁ ପ୍ରଥମେ ସତେଜ ଓ ସୁସ୍ଥ ଅର୍କିଡ୍‌ ଫୁଲ ବାଛନ୍ତୁ।

ମୋଟା ପାଖୁଡ଼ା ଥିବା "ଡେଣ୍ଡ୍ରୋବିୟମ୍‌" କିମ୍ବା "ଫାଲେନୋପ୍ସିସ୍‌" ଭଳି ଅର୍କିଡ୍‌ ଏଥିପାଇଁ ଭଲ।

ଫୁଲର ଡାଳକୁ ମୂଳ ପାଖରୁ କାଟି ନିଅନ୍ତୁ।

ଏହାପରେ ଏକ ଛୋଟ ବ୍ରସ୍ ସାହାଯ୍ୟରେ ପାଖୁଡ଼ାର ଦୁଇ ପାର୍ଶ୍ୱରେ ହାଲୁକା ଭାବେ ରେଜିନ୍‌, ମଡ୍‌ ପଜ୍‌ କିମ୍ବା କ୍ଲିୟର୍‌ ଜେଲ୍‌ ନେଲ୍‌ ପଲିସ୍‌ ଲଗାଇ ଶୁଖାଇ ଦିଅନ୍ତୁ।

ଏହା ଫୁଲକୁ ଶୀଘ୍ର ଶୁଖିଯିବାରୁ ରକ୍ଷା କରିବା ସହ ପାଖୁଡ଼ାକୁ ମଜଭୁତ କରିଥାଏ।

ଫୁଲ ଶୁଖିଯିବା ପରେ ଏହାର ପଛପଟେ ଜୁଏଲାରି ଅଠ‌ା ଲଗାଇ ଇୟର୍‌ ରିଂ ପୋଷ୍ଟ କିମ୍ବା ରିଙ୍ଗ୍‌ ବେସ୍‌ ଲଗାଇ ପାରିବେ।

ସେହିପରି ନେକ୍‌ଲେସ୍‌ କିମ୍ବା ବ୍ରେସ୍‌ଲେଟ୍‌ ପାଇଁ ୨୪ ଗେଜ୍‌ ଜୁଏଲାରି ତାରରେ ଛୋଟ ଲୁପ୍‌ ତିଆରି କରି ଚେନ୍‌ କିମ୍ବା ଇଲାଷ୍ଟିକ୍‌ କଡ୍‌ ସହ ଯୋଡ଼ିଦିଅନ୍ତୁ।

Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ...

ଅଳଙ୍କାର ପାଇଁ ଦାଗ, ବାଦାମୀ ରଙ୍ଗ କିମ୍ବା ଶୁଖିଲା ପାଖୁଡ଼ା ନଥିବା ସତେଜ ଫୁଲ ବାଛିବା ଭଲ।

ରେଜିନ୍‌ରେ ଠିକ୍‌ ଭାବେ ସିଲ୍‌ କରାଯାଇଥିବା ଅର୍କିଡ୍‌ କିଛି ସପ୍ତାହ ପର୍ଯ୍ୟନ୍ତ ସୁନ୍ଦର ରହିପାରେ।

ଏହାକୁ ସିଧା ସୂର୍ଯ୍ୟକିରଣଠାରୁ ଦୂରରେ, ଥଣ୍ଡା ଓ ଶୁଖିଲା ସ୍ଥାନରେ ରଖିଲେ ଅଧିକ ଦିନ ପର୍ଯ୍ୟନ୍ତ ଏହାର ସୌନ୍ଦର୍ଯ୍ୟ ବଜାୟ ରହିବ।

ତେବେ ଫ୍ୟାସନ୍‌ ପାଇଁ ସବୁବେଳେ ଦାମୀ ଅଳଙ୍କାର ଦରକାର ନାହିଁ।

ପ୍ରକୃତିର ଏକ ସୁନ୍ଦର ଫୁଲକୁ ନିଜ କଳ୍ପନା ଓ ସୃଜନଶୀଳତାରେ ଅଳଙ୍କାରର ରୂପ ଦେଇ ଆପଣ ନିଜ ଷ୍ଟାଇଲ୍‌କୁ ଦେଇପାରିବେ ଏକ ନୂଆ ଓ ନିଆରା ପରିଚୟ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।