12 OCTOBER 2026

Welcome!

Unlock your personalized experience.
Sign Up

Pain in women's bodies: ମହିଳାଙ୍କ ଶରୀରରେ ଅଧିକ ଯନ୍ତ୍ରଣା

Oct 12, 2026 - 04:52
Pain in women's bodies: ମହିଳାଙ୍କ ଶରୀରରେ ଅଧିକ ଯନ୍ତ୍ରଣା

ଏକ ବିଶ୍ୱସ୍ତରୀୟ ଅଧ୍ୟୟନରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଶରୀରରେ ଅଧିକ ଯନ୍ତ୍ରଣା ହୋଇଥାଏ। ପ୍ରାୟ ୧୧୮ଟି ଦେଶର ୬ ନିୟୁତରୁ ଅଧିକ ଲୋକଙ୍କ ଉପରେ କରାଯାଇଥିବା ଏହି ଗବେଷଣାକୁ ଏପିଡେମୋଲୋଜି ଯନ୍ତ୍ରଣା ଇତିହାସର ସବୁଠାରୁ ବଡ଼ ଅଧ୍ୟୟନ ବୋଲି କୁହାଯାଉଛି। ‘ନେଚର୍‌ ମେଡିସିନ୍’ ପତ୍ରିକାରେ ପ୍ରକାଶିତ ଏହି ଗବେଷଣାରୁ ‘ଜେଣ୍ଡର୍ ପେନ୍ ଗ୍ୟାପ୍’ ବା ଲିଙ୍ଗଗତ ଯନ୍ତ୍ରଣା ବ୍ୟବଧାନର ସତ୍ୟତା ସ୍ପଷ୍ଟ ହୋଇଛି।

Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ

ମୁଣ୍ଡ, ମୁହଁ, ବେକ, କାନ୍ଧ, ହାତ, ଛାତି, ପିଠି, ପେଟ, ଅଣ୍ଟା ଓ ଆଣ୍ଠୁ ସମେତ ଶରୀରର ମୋଟ ୧୧ଟି ପ୍ରମୁଖ ସ୍ଥାନରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଯନ୍ତ୍ରଣା ଅନୁଭବ କରୁଥିବା ରିପୋର୍ଟରେ ଜଣାପଡ଼ିଛି। ବିଶେଷକରି ମୁଣ୍ଡବିନ୍ଧା, ମୁହଁର ଯନ୍ତ୍ରଣା ଓ ଉଦର ଯନ୍ତ୍ରଣା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଛି। ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ୫୫ ବୟସ ପୂର୍ବରୁ ଯନ୍ତ୍ରଣା ସବୁଠାରୁ ଦ୍ରୁତ ଗତିରେ ବଢ଼ିଥାଏ ଓ ୭୫ ବୟସରେ ଏହା ଶୀର୍ଷରେ ପହଞ୍ଚିଥାଏ। ଅଧ୍ୟୟନର ସବୁଠାରୁ ଚିନ୍ତାଜନକ ଦିଗ ହେଲା ମହିଳାମାନେ ଅଧିକ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ସେମାନଙ୍କ ଯନ୍ତ୍ରଣାକୁ ପ୍ରାୟତଃ ଅଣଦେଖା କରାଯାଇଥାଏ କିମ୍ବା ସେମାନଙ୍କୁ ଉଚିତ ଚିକିତ୍ସା ମିଳି ନଥାଏ। ଏହି ବିଶ୍ୱସ୍ତରୀୟ ଅଧ୍ୟୟନ ସ୍ପଷ୍ଟ କରିଛି ଯେ ଚିକିତ୍ସା କ୍ଷେତ୍ରରେ ଲିଙ୍ଗଗତ ଭେଦଭାବକୁ ଦୂର କରିବା ଓ ମହିଳାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରିବାର ସମୟ ଆସିଯାଇଛି।

DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ  ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।