Panchayati Raj: ପଞ୍ଚାୟତିରାଜ ଅନୁଷ୍ଠାନର ବିକଳ ସ୍ଥିତି: କ୍ଷମତା ନାହିଁ, ‌କର୍ମଚାରୀ ଅଭାବ

Sep 29, 2026 - 08:08
Panchayati Raj: ପଞ୍ଚାୟତିରାଜ ଅନୁଷ୍ଠାନର ବିକଳ ସ୍ଥିତି: କ୍ଷମତା ନାହିଁ, ‌କର୍ମଚାରୀ ଅଭାବ

"ଭୁବନେଶ୍ବର: ଗ୍ରାମ ପଞ୍ଚାୟତଗୁଡ଼ିକ କେତେକ ସ୍ବତନ୍ତ୍ର ପ୍ରକାରର ଟିକସ ଓ ଶୁଳ୍କ ଲଗାଇପାରିବେ।

କିନ୍ତୁ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦଗୁଡ଼ିକୁ ସେଥିପାଇଁ ସଶକ୍ତ କରାଯାଇନାହିଁ।

ସେହି କାରଣରୁ ସେମାନେ ସମ୍ପୂର୍ଣ୍ଣ ରୂପେ ସରକାରୀ ଅନୁଦାନ ଉପରେ ନିର୍ଭର କରୁଛନ୍ତି।

ଆୟ ସୃଷ୍ଟି କରିବାର ସମ୍ଭାବନା ଥିବା ସମ୍ପତ୍ତିଗୁଡ଼ିକର କାର୍ଯ୍ୟ ଠିକ୍‌ ସମୟରେ ଶେଷ କରଯାଉନାହିଁ।

ଶେଷ ହୋଇଥିବା ପ୍ରକଳ୍ପ ବ୍ୟବହାର ନ ହୋଇ ପଡ଼ିରହୁଛି।

ପୋଖରୀ ନିଲାମ କରାଯାଉନାହିଁ। ‌ଦୋକାନ ଭଡ଼ା ଠିକ୍‌ ଭାବେ ସଂଗ୍ରହ ହେଉନାହିଁ।

ସେଥିପାଇଁ ଗ୍ରାମ ପଞ୍ଚାୟତଗୁଡ଼ିକ ସୁଦୃଢ଼ ହୋଇପାରୁନାହାନ୍ତି ବୋଲି ସିଏଜି "ସ୍ଥାନୀୟ ନିକାୟଗୁଡ଼ିକ ଉପରେ" ପ୍ରସ୍ତୁତ କରିଥିବା ରିପୋର୍ଟରେ କହିଛନ୍ତି।Advertisment ଆଶା ଓ ଆକାଶ; ରତ୍ନ ଭଣ୍ଡାର ମଣତି: ପ୍ରତିଶ୍ରୁତିର ପରୀକ୍ଷା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ କ୍ଷମତା ଦିଆଯାଉନଥିବାରୁ ସେମାନେ ସ୍ବାୟତ ସଂସ୍ଥା ଭାବେ କାମ କରିପାରୁନାହାନ୍ତି।

କର୍ମଚାରୀ ଅଭାବ, ନିଯୁକ୍ତି ଦେବାର କ୍ଷମତା ନ ଥିବା ଓ ତାଲିମର ଅଭାବ ଥିବାରୁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ପରିଚାଳନାରେ ତ୍ରୁଟି ରହୁଛି।

ପାଣ୍ଠି ଠିକ୍‌ ଭାବେ ଖର୍ଚ୍ଚ କରିପାରୁନଥିବାରୁ ରାଜ୍ୟ ଗ୍ରାମୀଣ ବିକାଶ ଅନୁଷ୍ଠାନ ୮୯.୪୭ କୋଟି ଟଙ୍କା ହରାଇଥିଲା ବୋଲି ସିଏଜି କହିଛନ୍ତି।

ବରଗଡ଼ ଓ ଢେଙ୍କାନାଳରେ ୪୩.୩୦ ଲକ୍ଷ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଚଳ ରହିଥିବାରୁ ୨୮,୮୨୦ ଗ୍ରାମବାସୀ ପିଇବା ପାଣି ପାଇବାରୁ ବଞ୍ଚିତ ‌ହୋଇଛନ୍ତି।

ପ୍ରକଳ୍ପ କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ଅଭାବରୁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଲଗାଇଥିବା ୨୨୫ଟି ଷ୍ଟ୍ରିଟ୍‌ଲାଇଟ୍‌ ମଧ୍ୟରୁ ୧୧୨ଟି କାମ କରୁନଥିବା ଅଡିଟ୍‌ ବେଳେ ଧରାପଡ଼ିଥିଲା।

ପାଣ୍ଠି ପାଇଁ ଅନୁଦାନ ଭରସାପୋଖରୀ ନିଲାମ କରୁନାହାନ୍ତିଅନ୍ୟ କବ୍‌ଜାରେ ମହାନଗର ନିଗମ ସମ୍ପତ୍ତିଆଦାୟ କରୁନାହାନ୍ତି ଦୋକାନ ଭଡ଼ା, ୟୁଜର ଫି ସେହିପରି, ଢେଙ୍କାନାଳ ଓ ବରଗଡ଼ରେ ୨.୫୯ କୋଟି ଟଙ୍କାରେ ନିର୍ମିତ ତିନିଟି ମାର୍କେଟ୍‌ କମ୍ପ୍ଲେକ୍ସ ଓ ୨୨ଟି କଲ୍ୟାଣ ମଣ୍ଡପ ବାହାର ଲୋକମାନଙ୍କ କବ୍‌ଜାରେ ରହିଛି ଯାହା ଫଳରେ ପଞ୍ଚାୟତିରାଜ ଅନୁଷ୍ଠାନ ରାଜସ୍ବ ହରାଉଥିବା ସିଏଜି କହିଛନ୍ତି।

ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲାରେ ୬.୯୫ କୋଟି ଟଙ୍କାରେ ନିର୍ମିତ ୫୩ଟି ମାର୍କେଟ୍‌ କମ୍ପ୍ଲେକ୍ସ, କଲ୍ୟାଣ ମଣ୍ଡପ, ପାଠାଗାର ଓ ଗୋଷ୍ଠୀ କେନ୍ଦ୍ର ଅଚଳ ହୋଇପଡ଼ିରହିଛି।

ଠିକ୍‌ ଯୋଜନା ନ କରି ଏହି ଚାରି ଜିଲ୍ଲାରେ ୯ଟି ପଞ୍ଚାୟତ ସମିତି ଓ ୧୦ଟି ଗ୍ରାମ ପଞ୍ଚାୟତରେ ୩.୭୩ କୋଟି ଟଙ୍କାରେ କାମ ଆରମ୍ଭ କରାଯାଇଥିଲା।

କାମ ଶେଷ ହେବା ପୂର୍ବରୁ ପାଣ୍ଠି ଖର୍ଚ୍ଚ ହୋଇଯାଇଥିଲା।

ଟେଣ୍ଡର ଆହ୍ବାନ ନ କରି ୩.୩୦ କୋଟି ଟଙ୍କାର କାମ କରାଯାଇଥିଲା।

୨୦୧୭-୨୦ ମଧ୍ୟରେ ନିମାପଡ଼ା ପଞ୍ଚାୟତ ସମିତି ବେଆଇନ ଭାବେ ୭୭.୮୦ ଲକ୍ଷ ଟଙ୍କାର ଭତ୍ତା ବଣ୍ଟନକୁ ଅଟକାଇଥିଲା ବୋଲି ସିଏଜି ଜାଣିବାକୁ ପାଇଛନ୍ତି।

Neglect: ଦିବ୍ୟାଙ୍ଗଙ୍କ ଉନ୍ନତି ଭୁଲିଗଲେ; ପଶ୍ଚିମ ଓଡ଼ିଶାରେ ଭତ୍ତାରୁ ବଞ୍ଚିତ ୯୧ ହଜାର ମହାନଗର ନିଗମଗୁଡ଼ିକର ଅଡିଟ୍‌ରୁ ଜଣାପଡ଼ିଛି ଯେ ରାଉରକେଲା ମହାନଗର ନିଗମ ବାୟୋ-ମାଇନିଂ ଓ ବର୍ଜ୍ୟ ପରିବହନ ପାଇଁ ପେମେଣ୍ଟ କରିଥିବା ୩.୨୯ କୋଟି ଟଙ୍କା ସନ୍ଦେହଜନକ ରହିଛି।

କଟକ ମହାନଗର ନିଗମ ଡେଭେଲପର୍‌ମାନଙ୍କଠାରୁ ୬.୪୦ କୋଟି ଟଙ୍କା ସଂଗ୍ରହରେ ବିଫଳ ହୋଇଛି।

ନୂଆ ବ୍ୟବସାୟୀଙ୍କୁ ଚିହ୍ନଟ ଓ ସମୟ ସୀମା ଶେଷ ହୋଇଯାଇଥିବା ଟ୍ରେଡ୍‌ ଲାଇସେନ୍ସଗୁଡ଼ିକର ନବୀକରଣ କରାଯାଇନଥିବାରୁ ୯.୫୯ କୋଟି ଟଙ୍କାର ରାଜସ୍ବ ହାନି ହୋଇଛି।

ପାଞ୍ଚଟି ଜିଲ୍ଲାର ୨୬ଟି ସହରାଞ୍ଚଳ ନିକାୟରେ ସମ୍ପତ୍ତି ଟିକସର ରେକର୍ଡ ଠିକ୍‌ ଭାବେ ରଖାଯାଉନାହିଁ।

ଆଇନଗତ ବ୍ୟବସ୍ଥା ଥିଲେ ସୁଦ୍ଧା ନିକାୟଗୁଡ଼ିକ ୧.୯୫ କୋଟି ଟଙ୍କାର ଦୋକାନ ଭଡ଼ା, ୨୩.୧୦ କୋଟି ଟଙ୍କାର ସମ୍ପତ୍ତି ଟିକସ ଓ ୧୬.୪୩ କୋଟି ଟଙ୍କାର ୟୁଜର୍‌ ଫି ସଂଗ୍ରହ କରିନାହାନ୍ତି।

ଭୁବନେଶ୍ବର ମହାନଗର ନିଗମକୁ ବାଦ ଦେଲେ ଅନ୍ୟ କୌଣସି ନିକାୟ ଗରିବମାନଙ୍କ ସାର୍ବଜନୀନ ସ୍ବାସ୍ଥ୍ୟ ତଥ୍ୟ ରଖିନାହାନ୍ତି।

ଅତାବୀରା ଓ ବରପାଲି ଏନ୍‌ଏସି ଫ୍ଲେକ୍ସି ଖାତାରେ ଜମା ରାଶି ରଖିବା ବଦଳରେ ବିଭିନ୍ନ ସଞ୍ଚୟ ଖାତାରେ ରଖିବାରୁ ୧୫.୧୭ ଲକ୍ଷ ଟଙ୍କାର ସୁଧ କ୍ଷତି ହୋଇଥିଲା ବୋଲି ସିଏଜି କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।