Paper Mill Transformer Coil Theft ପେପର ମିଲ୍‌ ଟ୍ରାନ୍ସଫର୍ମରରୁ କଏଲ୍ ଚୋରି ମାମଲାରେ ପୁଣି ୨ ଗିରଫ

Sep 09, 2026 - 23:20
Paper Mill Transformer Coil Theft ପେପର ମିଲ୍‌ ଟ୍ରାନ୍ସଫର୍ମରରୁ କଏଲ୍ ଚୋରି ମାମଲାରେ ପୁଣି ୨ ଗିରଫ

"ଜୟପୁର:  ଜୟପୁର ସଦର ଥାନା ଅଞ୍ଚଳରେ ଥିବା ଗତ ଜୁଲାଇ ୨୭ ତାରିଖ ରାତିରେ ପେପର ମିଲ୍‌ ଟ୍ରାନ୍ସଫର୍ମରରୁ କଏଲ୍ ଚୋରି ମାମଲାରେ ପୁଲିସ ପୁଣି ୨ ଜଣଙ୍କୁ ଗିରଫ କରିଛି।

ଗିରଫ ଦୁଇଜଣ ହେଲେ ବୋରିଗୁମ୍ମା ଥାନା ଅନ୍ତର୍ଗତ କେରକେଣ୍ଡା ଗ୍ରାମର ସଞ୍ଜୟ ଭତ୍ରା(୩୫) ଓ ଜୟପୁର ସଦର ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମର ପରମେଶ୍ୱର ହରିଜନ(୨୨)।

Advertisment Transformer Theft Surges ରାଇରଙ୍ଗପୁରରୁ ଗାୟବ ହୋଇଯାଉଛି ଟ୍ରାନ୍‌ସଫର୍ମର!

୧୯ ମାସରେ ୪୦ ଟ୍ରାନ୍‌ସଫର୍ମର ଗାୟବସୂଚନା ଅନୁଯାୟୀ, ଏହି ଘଟଣାକୁ ନେଇ ଜୟପୁର ସଦର ଥାନାରେ କେଶ୍ ନମ୍ବର ୨୪୨, ଗତ ଜୁଲାଇ ୨୮ରେ ମାମଲା ରୁଜୁ ହୋଇଥିଲା।

ତଦନ୍ତ ଜାରି ରହିଥିବାବେଳେ ଉକ୍ତ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଚିହ୍ନଟ କରି ଗିରଫ କରିଛି।

ସେପ୍ଟେମ୍ବର ୭ ତାରିଖ ରାତି ପ୍ରାୟ ୧୦ଟା ସମୟରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା।

ଗିରଫ ଦୁଇ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଥିଲା।

ଏହି ଚୋରି ମାମଲାର ତଦନ୍ତ ଓ ଗିରଫଦାରୀରେ ଏସ୍‌ଆଇ ଶିରୀଶ ମହାପାତ୍ର ନେତୃତ୍ୱ ନେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।