Passes Away: ପରଲୋକରେ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ଖ୍ୟାତନାମା ନିର୍ଦ୍ଦେଶକ ରମେଶ ମହାନ୍ତି

Jun 29, 2026 - 12:13
Passes Away: ପରଲୋକରେ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ଖ୍ୟାତନାମା ନିର୍ଦ୍ଦେଶକ ରମେଶ ମହାନ୍ତି

"ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ଖ୍ୟାତନାମା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତି ଆଉ ନାହାନ୍ତି ।

ଯାତ୍ରା ଜଗତର ଲୋକପ୍ରିୟ ନିର୍ଦ୍ଦେଶକ ଭାବେ ଚାରି ଦଶନ୍ଧି ଧରି  ଅନେକ ଚର୍ଚ୍ଚିତ ନାଟକର ନିର୍ଦ୍ଦେଶନା ଦେଇ ଖୁବ ଚର୍ଚ୍ଚାରେ ଥିଲେ ସ୍ବର୍ଗତ ରମେଶ ମହାନ୍ତି ।Advertisment ତିନିଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ନିର୍ଦ୍ଦେଶିତ ଚର୍ଚ୍ଚିତ ଯାତ୍ରା ନାଟକ ଭିତରେ ମୋ ପେଁ କାଳି ବଜେଇ ଦେ, କଞ୍ଚା ଡାହାଣୀ ଓ ମୋ ସିଲଟ ସୁଖି ଯା ଆଦି ରହିଛି।

ରମେଶ  ମହାନ୍ତି ତିନିଟି ଓଡ଼ିଆ ଛବିର ବି ନିର୍ଦ୍ଦେଶନା ଦେଇଥିଲେ।

ସେଥିମଧ୍ୟରୁ ପ୍ରଥମଟି ହେଲା "ବତାସୀ ଝଡ଼"।

ଏହି ସିନେମାର ଏକ ଗୀତ ଏ ଲାଖି ଯାଏ ଦେଖି..

ଆଜି ବି ବେଶ୍ ଲୋକପ୍ରିୟ।

ଏହି ଗୀତରେ କଣ୍ଠଦାନ କରିଥିଲେ ୟେଶୁ ଦାସ , ହେମଲତା ଓ ସିକନ୍ଦର୍ ଆଲାମ୍।

ପ୍ରଖ୍ୟାତ ବଲିଉଡ ସଙ୍ଗୀତକାର ସଲିଲ ଚୌଧୁରୀ ଏହାର ସ୍ବରକାର।

ଏହାପରେ ଜଣାଶୁଣା ଔପନ୍ୟାସିକ ଭାଗିରଥୀ ଦାସଙ୍କ ବହୁଚର୍ଚ୍ଚିତ ଉପନ୍ୟାସ "ପରଝିଅ ଘର ଭାଙ୍ଗେନା"କୁ ସିନେରୂପ ଦେଇଥିଲେ ରମେଶ ମହାନ୍ତି, ଯେଉଁଥିରେ ଅଜିତ ଦାସ ଓ ତନ୍ଦ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ସିନେମା ହେଲା "ସତ କେବେ ଲୁଚି ରହେନା", ଯେଉଁଥିରେ ଉତ୍ତମ ମହାନ୍ତି, ଅପରାଜିତା ଓ ତନ୍ଦ୍ରା ଆଦି ନଜର ଆସିଥିଲେ ମୁଖ୍ୟ ଭୂମିକାରେ।

ଏହାଛଡ଼ା ସେ ଅନେକ ମଞ୍ଚ ନାଟକ ଓ ଟେଲି ଫିଲ୍ମର ବି ନିର୍ଦ୍ଦେଶନା ଦେଇଥିଲେ।

ସେ ଆଉ ଏକ ଓଡ଼ିଆ ସିନେମାର ବି ନିର୍ଦ୍ଦେଶନା ଦେଉଥିଲେ, କିନ୍ତୁ ତାହା ଅସଂପୂର୍ଣ୍ଣ ରହିଥିଲା।

ତାଙ୍କର ବିୟୋଗ ଯାତ୍ରା ଜଗତ, ମଞ୍ଚ ନାଟକ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Debasnana Purnima: ସ୍ନାନ ପୂର୍ଣ୍ଣିମାରେ ରଥଖଳାରେ ଅସମ୍ଭାଳ ଭିଡ଼: ବ୍ୟାରିକେଡ୍ ଭାଙ୍ଗି ରଥଖଳାରେ ଧସେଇ ପଶିଲେ ଭକ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।