Plastic drum: ପ୍ଲାଷ୍ଟିକ୍ ଡ୍ରମ୍ର ରଙ୍ଗ ନୀଳ କାହିଁକି?
"ପାଣି, ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ଜିନିଷପତ୍ର ରଖିବା ପାଇଁ ନୀଳ ରଙ୍ଗର ବଡ଼ ବଡ଼ ପ୍ଲାଷ୍ଟିକ୍ ଡ୍ରମ୍କୁ ପୃଥିବୀର ପ୍ରାୟ ସବୁ ଦେଶରେ ବ୍ୟବହାର କରାଯାଏ।
ସୁଲଭ ଓ ଦୀର୍ଘସ୍ଥାୟୀ ହୋଇଥିବାରୁ ଏହା ଅତ୍ୟନ୍ତ ଲୋକପ୍ରିୟ।
ତେବେ ଏହି ନୀଳ ପ୍ଲାଷ୍ଟିକ୍ ଡ୍ରମ୍ ଭିନ୍ନ କାରଣରୁ ଆମ ଦେଶରେ ଚର୍ଚ୍ଚାରେ ରହିଛି।
ପୂର୍ବତନ ମର୍ଚାଣ୍ଟ୍ ନେଭି ଅଫିସର୍ ସୌରଭ ରାଜପୁତଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଏକ ନୀଳ ପ୍ଲାଷ୍ଟିକ୍ ଡ୍ରମ୍ରେ ଭରି ସିମେଣ୍ଟ୍ ଦେଇ ବନ୍ଦ କରାଯାଇଥିଲା।
ରାଜପୁତଙ୍କ ହତ୍ୟାକାରୀ ମୁସ୍କାନ୍ ରସ୍ତୋଗୀ ଓ ସାହିଲ୍ ଶୁକ୍ଳା ଧରାପଡ଼ି ଏବେ ମୃତ୍ୟୁଦଣ୍ଡାଦେଶ ପାଇଛନ୍ତି।
ତେବେ ଏହି ପ୍ଲାଷ୍ଟିକ୍ ଡ୍ରମ୍ ବା ବ୍ୟାରେଲ୍ର ରଙ୍ଗ ନୀଳ କାହିଁକି?
ତା"ର ମଧ୍ୟ ବିଶେଷ କାରଣ ରହିଛି।
Advertisment Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା ଏହି ଡ୍ରମ୍ ପଲିଏଥ୍ଲିନ୍ରେ ତିଆରି।
ନୀଳ ଛଡ଼ା ଏହାର ଆହୁରି କେତେକ ରଙ୍ଗ ବି ଅଛି।
ଭିତରେ ଥିବା ଜିନିଷର ପରିମାଣ ଦେଖିବା ପାଇଁ କେତେକ ପଲିଏଥ୍ଲିନ୍ ଡ୍ରମ୍ରେ ଆଂଶିକ-ସ୍ବଚ୍ଛ ରଙ୍ଗ ଦିଆଯାଇଥାଏ।
ସେ ଭଳି ଡ୍ରମ୍ ସବୁ ଅତିବାଇଗଣୀ ରଶ୍ମି ସହି ପାରନ୍ତି ନାହିଁ।
ପୁଣି ସେଥିରେ ଜିନିଷପତ୍ର ପୂରାଇ ବାହାରେ ରଖିବାରେ ଅସୁବିଧା ହୁଏ।
କଳା ରଙ୍ଗର ପଲିଏଥ୍ଲିନ୍ ଡ୍ରମ୍ ବି ଥାଏ।
କଳାରଙ୍ଗ କଣିକା ଥିବାରୁ ଏଥିରେ ଖାଦ୍ୟଦ୍ରବ୍ୟ ଭଳି ଜିନିଷପତ୍ର ରଖିବା ସ୍ବାସ୍ଥ୍ୟକର ନୁହେଁ।
ସେଥିପାଇଁ ପଲିଏଥ୍ଲିନ୍ ଡ୍ରମ୍ଗୁଡ଼ିକୁ ନୀଳ ରଙ୍ଗ କରାଗଲା।
ନୀଳ ରଙ୍ଗର ପଲିଏଥ୍ଲିନ୍ ଡ୍ରମ୍ ଖାଦ୍ୟଦ୍ରବ୍ୟ ରଖିବା ନିମନ୍ତେ ଅନୁମୋଦନ ମଧ୍ୟ ପାଇଲା।
ପଲିଏଥ୍ଲିନ୍ ଡ୍ରମ୍ରେ ଦିଆଯାଇଥିବା ନୀଳରଙ୍ଗ କଣିକା ଅଧିକ ଅତିବାଇଗଣୀ ରଶ୍ମି ସହି ପାରିଲା।
ପୁଣି ଏଥିରେ ସହଜରେ ମଳିଧୂଳି ଲାଗେ ନାହିଁ।
ଏହା ଭିତର ପାଖ ତଳେ ମଧ୍ୟ ସହଜରେ ଅପରିଷ୍କାର ଜିନିଷ ଜମି ରହେ ନାହିଁ।
ତେଣୁ ଅନ୍ୟ ରଙ୍ଗର ଡ୍ରମ୍ ଉପଲବ୍ଧ ଥିଲେ ହେଁ ବିଭିନ୍ନ ପ୍ରକାର ସାମଗ୍ରୀକୁ ଦୀର୍ଘ ସମୟ ରଖିବାର ସୁବିଧା ଯୋଗୁଁ ନୀଳ ଡ୍ରମ୍ ସବୁଠାରୁ ଅଧିକ ଉତ୍ପାଦନ ଓ ବ୍ୟବହାର କରାଯାଉଛି।
Gyanesh Kumar: ନିଜ ନାଗରିକଙ୍କ ବିରୋଧରେ ମୋଦୀ, ଶାହ ଯୁଦ୍ଧ ଆରମ୍ଭ କରିଛନ୍ତି:ଅଭିଜିତ୍ ଦୀପକେ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।