PNB Customers Lost Rs 35 Crore: ନା ମେସେଜ୍, ନା ଦସ୍ତଖତ! ବ୍ୟାଙ୍କରୁ ଗାଏବ କୋଟି କୋଟି ଟଙ୍କା

Oct 29, 2026 - 13:22
PNB Customers Lost Rs 35 Crore: ନା ମେସେଜ୍, ନା ଦସ୍ତଖତ! ବ୍ୟାଙ୍କରୁ ଗାଏବ କୋଟି କୋଟି ଟଙ୍କା

ବଡ଼ ଧରଣର ଆର୍ଥିକ ଠକେଇ।

ନା ମୋବାଇଲକୁ ମେସେଜ ଆସିଲା, ନା ଗ୍ରାହକଙ୍କୁ ଡକାଇ କୌଣସି ପେପରରେ ଦସ୍ତଖତ କଲେ, କିନ୍ତୁ ବ୍ୟାଙ୍କରେ ଆକାଉଣ୍ଟରୁ ସିଧାସଳଖ କାଟିନେଲେ କୋଟି କୋଟି ଟଙ୍କା।

ଏଭଳି ଏକ ଅଭିଯୋଗ ଆସିଛି ଗ୍ରେଟର ନୋଏଡାରୁ।

ଗ୍ରେଟର ନୋଏଡାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କିଛି ଗ୍ରାହକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା କଟାଯାଇଛି।

ବର୍ଷ ବର୍ଷ ଧରି ସଞ୍ଚୟ ରଖିଥିବା ଟଙ୍କାକୁ ହରାଇ ହତାଶ ଲୋକେ।

କିଛି ଲୋକେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ମୋବାଇଲକୁ କୌଣସି ମେସେଜ ଆସିନଥିଲା।

ବ୍ୟାଙ୍କ ତରଫରୁ କୌଣସି ସୂଚନା ଦିଆଯାଇନଥିଲା।

ବରଂ ଯେତେବେଳେ ସେମାନେ ବ୍ୟାଙ୍କକୁ ଖାତାରେ ଥିବା ଟଙ୍କା ନେଣଦେଣ କରିବାକୁ ଯାଇଥିଲେ, ସେତେବେଳେ ହିଁ ସେମାନେ ଏ ବିଷୟରେ ଜାଣିବାକୁ ପାଇଥିଲେ।

Advertisment ଗ୍ରେଟର ନୋଏଡାର ଆଇଚର ଅଞ୍ଚଳରେ ଥିବା ପିଏବି ବ୍ରାଞ୍ଚରେ ସେଭିଙ୍ଗ ଆକାଉଣ୍ଟ ଓ ଫିକ୍ସଡ ଡ଼ିପୋଜିଟରୁ ହିଁ ପ୍ରାୟ ୩୫ କୋଟି ଟଙ୍କା କଟିଥିବା ଅଭିଯୋଗ ଆସିଛି।

ଗ୍ରାହକମାନେ ଅଭିଯୋଗ କରିଛନ୍ତି ଯେ, ଆକାଉଣ୍ଟରୁ ଟଙ୍କା କଟିଥିଲେ ମଧ୍ୟ ସେମାନଙ୍କୁ ଏସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା।

ଏହି ଘଟଣାରେ ପୋଲିସ ତଦନ୍ତ କରିବା ସହ ବ୍ରାଞ୍ଚ ମ୍ୟାନେଜରଙ୍କ ସମେତ ବ୍ୟାଙ୍କ କର୍ମଚାରୀଙ୍କ ନିଲମ୍ବନ ଦାବି କରିଛନ୍ତି।

ହନିଫ ଖାନ ନାମକ ଜଣେ ଅଭିଯୋଗକାରୀ କହିଛନ୍ତି ଯେ, ମୋ ସେଭିଙ୍ଗ ଆକାଉଣ୍ଟରେ ୩୯ ଲକ୍ଷ ଟଙ୍କା ଡିପୋଜିଟ ଥିଲା।

କିନ୍ତୁ ଏବେ ଆକାଉଣ୍ଟରେ ତାହା ଦେଖାଉନି।

ଏ ନେଇ ମୋ ପାଖକୁ କୌଣସି ମେସେଜ ଆସିନାହିଁ କି ଟଙ୍କା ଟ୍ରାନ୍ସଫର ପାଇଁ ମୋ ପାଖରୁ କୌଣସି ଦସ୍ତଖତ ନିଆଯାଇନାହିଁ।

ବିଜେନ୍ଦ୍ର ସିଂହ ନାମକ ଆଉ ଜଣେ ଅଭିଯୋଗକାରୀ କହିଛନ୍ତି ଯେ, ତାଙ୍କ ଆକାଉଣ୍ଟରେ ୮୭ ଲକ୍ଷରୁ ୮୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା।

କିନ୍ତୁ ଏବେ ତାଙ୍କ ଆକାଉଣ୍ଟରେ ମାତ୍ର ୧ ଲକ୍ଷ ଟଙ୍କା ଅଛି।

ସେହିପରି ସନ୍ତୋଷ ନାମକ ଜଣେ ମହିଳାଙ୍କ ଆକାଉଣ୍ଟରୁ ୧.୧୮ କୋଟି ଟଙ୍କା ଗାଏବ ଅଛି।

Advertisment ଅଭିଯୋଗ ପରେ, ପିଏନବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନେକ କର୍ମଚାରୀଙ୍କୁ ନିଲମ୍ବିତ କରିଛି।

ଏକ ମାମଲା ରୁଜୁ କରି ପୋଲିସ କହିଛି ତଦନ୍ତ ଆରମ୍ଭ କରିଛି।

କିନ୍ତୁ ଜୀବନ ଯାକର ସଞ୍ଚୟକୁ ହରାଇ ହତାଶ ଲୋକେ।

ହରାଇଥିବା ଟଙ୍କାକୁ ଫେରି ପାଇବାକୁ ଆଶା ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।