PoK: ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଲେ କାଶ୍ମୀରୀ ମହିଳା
"ଜେନେଭା: ଜମ୍ମୁ-କାଶ୍ମୀର ବାରମୂଳାର ଜଣେ ମହିଳା ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ- ଅଧିକୃତ କାଶ୍ମୀର(ପିଓକେ)ର ଲୋକଙ୍କ ଦୁଃଖ ବଖାଣିବା ସହିତ ପାକିସ୍ତାନର ଅସଲ ମୁଖା ଖୋଲିିଛନ୍ତି।
ଜେନେଭାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର ପରିଷଦର ୬୩ତମ ଅଧିବେଶନରେ ପିଓକେରେ ପ୍ରତିବାଦ ଉପରେ ଇସଲାମାବାଦର ଦମନଲୀଳା ବିରୋଧରେ ବକ୍ତବ୍ୟ ରଖି ଅଖତର ପାକିସ୍ତାନକୁ ତୀବ୍ର ଭର୍ତ୍ସନା କରିଛନ୍ତି।Advertisment ତସଲିମା ଅଖତାର ଗଣମାଧ୍ୟମ ସହିତ କଥାବାର୍ତ୍ତାରେ କହିଛନ୍ତି ଯେ, ସେ ସ୍ପଷ୍ଟ ଭାବରେ କହିବାକୁ କିମ୍ବା ପାକିସ୍ତାନର ମିଥ୍ୟା କାହାଣୀକୁ ଚ୍ୟାଲେଞ୍ଜ କରିବାକୁ ଭୟ କରୁ ନଥିଲେ।
ତସଲିମା ଅଖତର ଜଣେ ସାମାଜିକ-ରାଜନୈତିକ କର୍ମୀ, ସେ କାଶ୍ମୀର ଆତଙ୍କବାଦୀ ପୀଡିତ ସଂଘ (ଏଟିଭିକେ) ସହିତ ଜଡିତ।
ଜେନେଭାରେ ଜାତିସଂଘ ମାନବାଧିକାର ପରିଷଦର ସାଧାରଣ ପରିଷଦକୁ ସମ୍ବୋଧିତ କରି ସେ ପିଓକେରେ ମାନବାଧିକାର ସ୍ଥିତି ଉପରେ ଚିନ୍ତା ପ୍ରକଟ କରିଥିଲେ, ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଅଭିଯୋଗ କରିଥିଲେ ଯେ, ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ମୌଳିକ ଅଧିକାର ଦାବି କରୁଥିବା ସାଧାରଣ ନାଗରିକଙ୍କ ଉପରେ ଗୁଳି ଚଳାଉଛନ୍ତି।
ପ୍ରତ୍ୟେକ ହତ୍ୟାର ନିରପେକ୍ଷ ତଦନ୍ତ ହେବା ଉଚିତ।
ଅଖତର କହିଛନ୍ତି, ପିଓକେକୁ ଆଜାଦ କାଶ୍ମୀର କହିବା ପାକିସ୍ତାନର ସବୁଠୁ ବଡ଼ ମିଥ୍ୟା।
କୌଣସି ସ୍ବାଧୀନ ରାଷ୍ଟ୍ରର ଲୋକମାନେ ସେମାନଙ୍କ ମୌଳିକ ଅଧିକାର ଦାବି କଲେ ସେମାନଙ୍କ ଉପରକୁ ଗୁଳି କରାଯାଏ ନାହିଁ।
ପାକିସ୍ତାନ କେବେବି କାଶ୍ମୀରର ସ୍ବାର୍ଥ ପାଇଁ ବାସ୍ତବରେ କିଛି କରେ ନାହିଁ।
ପ୍ରଥମେ ଆତଙ୍କବାଦୀଙ୍କୁ ପଠାଇ ଜମ୍ମୁ-କାଶ୍ମୀରକୁ କବରସ୍ତାନରେ ପରିଣତ କରିବାକୁ ଚେଷ୍ଟା କଲା ଓ ପରେ ପିଓକେରେ ନିରସ୍ତ୍ର ଆନ୍ଦୋଳନରେ ନିରୀହ ଲୋକଙ୍କୁ ହତ୍ୟା କରି ଏହାକୁ କବରସ୍ତାନରେ ପରିଣତ କରିଛନ୍ତି ବୋଲି ଅଖତର କହିଛନ୍ତି।
ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘ ସାଧାରଣ ପରିଷଦରେ ଅଖତାର କହିଛନ୍ତି ଯେ, ପିଓକେରେ ସମ୍ପ୍ରତି ଶାସନ ଓ ଅର୍ଥନୈତିକ ପ୍ରସଙ୍ଗ ଉପରେ ମିଳିତ ଆୱାମୀ କାର୍ଯ୍ୟ କମିଟି ଓ ନାଗରିକ ସମାଜ ଗୋଷ୍ଠୀମାନଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରି ରହିଛି ଏବଂ ଏଗୁଡ଼ିକୁ କର୍ତ୍ତୃପକ୍ଷଙ୍କ କଠୋର ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ଜେନେଭା ଅବଜରଭରରେ ପ୍ରଦର୍ଶିତ ହେଲା ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର "ମେଘାସ୍ ଡାଇଭର୍ସ" "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।