Police officer: ଶ୍ବାସରୁଦ୍ଧ ହେବାରୁ ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ!
"କଟକ-ମହନଦୀବିହାର: ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି।
ଏଥିରୁ ଜଣାଯାଇଛି ଯେ ଶ୍ବାସରୁଦ୍ଧ ହେବା କାରଣରୁ ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟିଛି।Advertisment ପୁଲିସ ବିଉଟିଙ୍କ ମୋବାଇଲ୍ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ଏହି ଘଟଣାରେ କଟକ କମିସନରେଟ୍ ପୁଲିସ ବିଉଟିଙ୍କ ମୋବାଇଲ୍ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି।
ଭୁବନେଶ୍ବର କମିସନରେଟ୍ ପୁଲିସ ଅଧୀନ ଏକ ଥାନାର ଏଏସ୍ଆଇଙ୍କୁ କଟକ କମିସନରେଟ୍ ପୁଲିସର ଅଧିକାରୀମାନେ ମାରାଥନ୍ ଜେରା କରିଛନ୍ତି।
ବିଉଟିଙ୍କ ମୋବାଇଲ୍ କଲ୍ ରେକର୍ଡରୁ ସଂପୃକ୍ତ ଏଏସ୍ଆଇଙ୍କ ଭୂମିକା ସନ୍ଦେହଘେରକୁ ଆସିଛି।
ତାଙ୍କୁ ଏକ ଅଜଣା ଜାଗାରେ ଅଟକ ରଖାଯାଇଥିବା ସୂଚନା ମିଳିଛି।
ଅନ୍ୟପଟେ କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ଚାଉଳିଆଗଞ୍ଜ ଥାନାରେ ପହଞ୍ଚି ବିଉଟିଙ୍କ ସ୍ୱାମୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସହ ଘଟଣାକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି।
ବିଉଟି ପୂର୍ବରୁ ପାହାଳ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିବା ବେଳେ ସେଠାରେ କାହା ସହ ତାଙ୍କର ବିବାଦ ଥିଲା କି ନାହିଁ ସେ ଦିଗରେ ପୁଲିସ ତଦନ୍ତକୁ ଜୋରଦାର୍ କରିଛି।
ସୂଚନା ଥାଉ କି, ବିଉଟି ଥାନା କାର୍ଯ୍ୟାଳୟ ଉପରେ ଥିବା ଆଇଆଇସି ରେଷ୍ଟରୁମ୍ରେ ବେକରେ ଓଢ଼ଣି ଲଗାଇ ଝୁଲି ପଡ଼ିଥିଲେ।
କଟକ ଆଡିସନାଲ୍ ଡିସିପି ଅମରେନ୍ଦ୍ର ପଣ୍ଡା, ଜୋନ୍-୫ ଏସିପି ସୁଧାଂଶୁ ଜେନାଙ୍କ ଉପସ୍ଥିତିରେ ଏହି ରୁମ୍ର କବାଟ ଭଙ୍ଗା ଯାଇଥିଲା।
ପୁଲିସ କମିସନର୍ଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଡିସିପି ଜଗମୋହନ ମିନା ଘଟଣାସ୍ଥଳରେ ପହଞ୍ଚି ସେହି ରୁମ୍ ଭିତରେ ଥିବା ବିଭିନ୍ନ ଆସବାବପତ୍ର, ବିଉଟିଙ୍କ ଦୁଇଟି ମୋବାଇଲ୍ ଫୋନ୍, ଲ୍ୟାପଟପ୍ ଜବତ କରିଥିଲେ।
ଏଗୁଡ଼ିକୁ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି।
ସେହି ମୋବାଇଲ୍ ଫୋନ୍ର ହ୍ବାଟ୍ସଆପ୍ ଚାଟିଂ ଓ କଲ୍, ଫେସ୍ବୁକ୍ ମେସେଞ୍ଜର୍ କଲ୍ ରେକର୍ଡ ଆଦିକୁ ପୁଲିସ ଯାଞ୍ଚ କରୁଛି।
ସେହିପରି ବିଉଟିଙ୍କ ଦୁଇଟି ମୋବାଇଲ୍ ଫୋନ୍ର ଗତ ଚାରି ମାସର କଲ୍ ରେକର୍ଡ ବି ପୁଲିସ ପାଖରେ ପହଞ୍ଚିଛି।
ଏଥିରେ ସନ୍ଦେହକୁ ଆସୁଥିବା ଚାରିଟି ନମ୍ବର ଉପରେ ପୁଲିସ ଯାଞ୍ଚ କରିଛି।
Dead Leopard Found: ଗଛରେ ମୃତ କଲରାପତରିଆ ବାଘ, ଝୁଲନ୍ତା ଅବସ୍ଥାରେ ଠାବ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।