Pramod Bhagat : ପାରା ଏସୀୟ କ୍ରୀଡ଼ା: ବିଜୟରୁ ପ୍ରମୋଦଙ୍କ ଅଭିଯାନ
"ଭୁବନେଶ୍ବର: ଆଇଚି-ନାଗୋୟାରେ ରବିବାରଠୁ ଆନୁଷ୍ଠାନିକ ଭାବେ ପାରା ଏସୀୟ କ୍ରୀଡ଼ା ଆରମ୍ଭ ହେବ।
ଏହା ପୂର୍ବରୁ ଖେଳାଯାଇଥିବା ବ୍ୟାଡ୍ମିଣ୍ଟନ ଇଭେଣ୍ଟ୍ରେ ଓଡ଼ିଆ ପୁଅ ତଥା ଭାରତର ତାରକା ଖେଳାଳି ପ୍ରମୋଦ ଭଗତ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି।
ଏସ୍ଏଲ୍୩-ଏସ୍ୟୁ-୪ ମିଶ୍ରିତ ଯୁଗଳ ଗ୍ରୁପ୍-ଏର ପ୍ରଥମ ମ୍ୟାଚ୍ରେ ଏହି ପାରାଲିମ୍ପିକ୍ସ ବିଜେତା ଓ ତାଙ୍କ ସାଥୀ ମନିଷା ରାମଦାସ ୨୧-୧୬, ୧୯-୨୧, ୨୧-୧୬ରେ ଚୀନ୍ର ଲିଚୁଆନ୍ ଜିଓଙ୍ଗ ଓ ଟଙ୍ଗଟଙ୍ଗ ଲିଙ୍କୁ ହରାଇଛନ୍ତି।
ଶନିବାର ପ୍ରମୋଦ ଏକକ ଓ ଯୁଗଳ ମ୍ୟାଚ୍ ଲାଗି କୋର୍ଟକୁ ଓହ୍ଲାଇବେ।Advertisment ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବାଜିମାତ୍, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।