Price hike: ପହିଲାରୁ ଏସି, ଟିଭି, ଫ୍ରିଜ୍‌ ମହଙ୍ଗା

Sep 27, 2026 - 18:09
Price hike: ପହିଲାରୁ ଏସି, ଟିଭି, ଫ୍ରିଜ୍‌ ମହଙ୍ଗା

"ନୂଆଦିଲ୍ଲୀ: ଦେଶରେ ଏବେ ପାର୍ବଣ ଋତୁ ଚାଲିଛି।

ଆଗକୁ ଦୁର୍ଗାପୁଜା ଓ ଦୀପାବଳି ରହିଛି।

ଏହା ପୂର୍ବରୁ କମ୍ପାନିଗୁଡ଼ିକ ଅକ୍ଟୋବର ପହିଲାରୁ ଏସି, ଏଲ୍‌ଇଡି ଟିଭି, ଫ୍ରିଜ୍‌, ୱାସିଂ ମେସିନ ସମେତ ଅନ୍ୟାନ୍ୟ ହୋମ୍‌ ଆପ୍ଲାଏନ୍ସ ଦର ବଢ଼ାଇବାକୁ ଯାଉଛନ୍ତି।

ଫଳରେ ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ।

ଏହା ହେବ ୨୦୨୬ ମସିହାର ତୃତୀୟ ଦରବୃଦ୍ଧି।

କମ୍ପାନି ଅଧିକାରୀମାନଙ୍କ କହିବାନୁଯାୟୀ, ତମ୍ବା, ଆଲୁମିନିୟମ, ଇସ୍ପାତ ଓ ଅଶୋଧିତ ତେଲରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଦର ବଢ଼ିଯାଇଛି।

ଏଥିସହିତ ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ଭାରତରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହୋଇଛି।

ସେହିଭଳି ମାଲ ପରିବହନ ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି।

ଏଥିପାଇଁ ଦରବୃଦ୍ଧିର ଆବଶ୍ୟକତା ଦେଖାଯାଇଛି।Advertisment ଏୟାର କଣ୍ଡିସନର (ଏସି) ଦାମ୍‌ ୫ରୁ ୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବାକୁ ଥିବାବେଳେ ‌କେତେକ କମ୍ପାନି ୱାସିଂ ମେସିନ, ରେଫ୍ରିଜରେଟର ଓ ଏଲ୍‌ଇଡି ଟିଭି ଦରରେ ୩ରୁ ୪ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି।

ଏଲ୍‌ଜି ପକ୍ଷରୁ ରୁମ୍‌ ଏସି, ଏଲ୍‌ଇଡି ଟିଭି ଓ ହୋମ ଆପ୍ଲାଏନ୍ସ ଦାମ୍‌ ୫ରୁ ୭ ପ୍ରତିଶତ ବୃଦ୍ଧି କରାଯାଇଛି।

ଭୋଲଟାସ୍‌ ମଧ୍ୟ ରୁମ୍‌ ଏସି ଦର ୫ରୁ ୭ ପ୍ରତିଶତ ବଢ଼ାଇଛି।

ଗୋଦ୍‌ରେଜ୍‌ ରୁମ୍‌ ଏସି ଦର ୪ରୁ ୬ ପ୍ରତିଶତ ବଢ଼ାଇଛି।

ହାୟର ଏସି ଦର ଆସନ୍ତା ପହିଲାରୁ ପ୍ରାୟ ୫ ପ୍ରତିଶତ ବଢ଼ାଇବାକୁ ଥିବାବେଳେ ଅନ୍ୟାନ୍ୟ ସାମଗ୍ରୀର ଦରରେ ୨ରୁ ୩ ପ୍ରତିଶତ ବୃଦ୍ଧି କରିବ।

ଥମସନ, କୋଡାକ୍‌ ଓ ବ୍ଲାପଙ୍କଟ ପାଇଁ ଭାରତରେ ଟିଭି ନିର୍ମାଣ ଓ ବିକ୍ରି କରୁଥିବା ସୁପର ପ୍ଲାଷ୍ଟୋନିକ୍ସ ଅକ୍ଟୋବର ପରେ ଟିଭି ଦରରେ ପ୍ରାୟ ୭ ପ୍ରତିଶତ ବୃଦ୍ଧି ଯୋଜନା ରଖିଛି।

ଆପ୍ଲାଏନ୍ସ ଦର ୪ରୁ ୫ ପ୍ରତିଶତ ବଢ଼ିସାରିଛି ବୋଲି କମ୍ପାନି କହିଛି।

ଆଉ କିଛି କମ୍ପାନି ସ୍ଥିତିର ମୂଲ୍ୟାୟନ କରୁଛନ୍ତି।

ବ୍ଲୁ ‌ଷ୍ଟାର ଏମ୍‌ଡି ବି ଥିଆଗରାଜନଙ୍କ କହିବାନୁଯାୟୀ, ସବୁ ପ୍ରକାର ସାମଗ୍ରୀ ଦର ଯୁଦ୍ଧ ପାଇଁ ବଢ଼ୁଛି।

ତମ୍ବା, ଇସ୍ପାତ ଓ ପ୍ଲାଷ୍ଟିକ ଆଦି ମହଙ୍ଗା ହୋଇଯାଇଛି।

ଗତବର୍ଷର ପାର୍ବଣ ଋତୁ ତୁଳନାରେ ଚଳିତବର୍ଷ ହୋମ ଆପ୍ଲାଏନସେସ୍‌ ଦର ପ୍ରାୟ ୧୫ ପ୍ରତିଶତ ବଢ଼ିଛି।

କିନ୍ତୁ ଜିଏସ୍‌ଟିରେ ମିଳିଥିବା ୧୦ ପ୍ରତିଶତ ହ୍ରାସ ଯୋଗୁ ଗ୍ରାହକଙ୍କ ଉପରେ ଦରବୃଦ୍ଧିର ନିଟ୍‌ ପ୍ରଭାବ ପ୍ରାୟ ୫ ପ୍ରତିଶତ ରହିଛି।

ସେହିଭଳି ଗୋଦ୍‌ରେଜ୍‌ ଏଣ୍ଟରପ୍ରାଇଜେସ୍‌ ଗ୍ରୁପ୍‌ର ଆପ୍ଲାଏନସେସ୍‌ ବ୍ୟବସାୟ ମୁଖ୍ୟ କମଲ ନନ୍ଦୀ କୁହନ୍ତି, ପୂର୍ବ ଥରର ଦରବୃଦ୍ଧି ପରେ ସାମଗ୍ରୀ ନିର୍ମାଣରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ଦର ପ୍ରାୟ ୮ରୁ ୧୦ ପ୍ରତିଶତ ବଢ଼ିଯାଇଛି।

Pahala Rasgola Bazaar: ପାହାଳ ରସଗୋଲା ବଜାରରେ ଚଢ଼ଉ ଚଡ଼କ: ଦାଉ ସାଧୁଛି ଚିନି ଦର ବୃଦ୍ଧି ଏଥିପାଇଁ କମ୍ପାନିଗୁଡ଼ିକୁ ସେମାନଙ୍କ ଉତ୍ପାଦ ଦର ବଢ଼ାଇବା ଅପରିହାର୍ଯ୍ୟ ହୋଇପଡ଼ିଛି।

ସବୁ ସାମଗ୍ରୀ ପରେ ୫ରୁ ୭ ପ୍ରତିଶତ ଦରବୃଦ୍ଧି ହେବ ବୋଲି ସେ କହିଛନ୍ତି।

ବ୍ରାଣ୍ଡ୍‌ ଅନୁସାରେ ଦରବୃଦ୍ଧିର ସମୟ ଭିନ୍ନ ହୋଇପାରେ।

କିଛି କମ୍ପାନି ଅକ୍ଟୋବରରେ ଓ ଆଉ କିଛି କମ୍ପାନି ନଭେମ୍ବରରେ ଏହାକୁ କାର୍ଯ୍ୟକାରୀ କରିପାରନ୍ତି, କିନ୍ତୁ ଏହା ହେବ ବୋଲି ସେ କହିଛନ୍ତି।

ତେବେ ଗ୍ରାହକମାନେ ବର୍ତ୍ତମାନ ଦରରେ ମଧ୍ୟ ସାମଗ୍ରୀ କିଣିପାରିବେ।

କାରଣ ଡିଲର ଓ ଡିଷ୍ଟ୍ରିବ୍ୟୁଟରମାନେ ଦରବୃଦ୍ଧି ପୂର୍ବରୁ ସାମଗ୍ରୀ କିଣି ମହଜୁଦ ରଖିଛନ୍ତି।

ପୁରୁଣା ସାମଗ୍ରୀଗୁଡ଼ିକୁ ବର୍ତ୍ତମାନ ଦରରେ ଦୀପାବଳି ପର୍ଯ୍ୟନ୍ତ ବିକ୍ରି କରାଯାଇପାରେ।

କିନ୍ତୁ ଦୀପାବଳି ପରେ ନୂଆ ଦର ନିଶ୍ଚିତ ଭାବେ ପ୍ରଭାବୀ ହେବ ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।