Protest: ଅକ୍ଟୋବର ୧୬ରେ ତ୍ରିରଙ୍ଗା ସହ ଦିଲ୍ଲୀରେ ଏକଜୁଟ୍ ହେବାକୁ ଆହ୍ବାନ ଦେଲେ ଦୀପ୍କେ
"ନୂଆଦିଲ୍ଲୀ: ଦେଶଭକ୍ତମାନେ ଜାତୀୟ ପତାକା ତ୍ରିରଙ୍ଗା ସହ ଦିଲ୍ଲୀର ବ୍ୟବସାୟ ପେଣ୍ଠସ୍ଥଳ କନଟ୍ ପ୍ଲେସ୍ର ସେଣ୍ଟ୍ରାଲ୍ ପାର୍କ ନିକଟରେ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୫ଟା ସମୟରେ ଏକଜୁଟ୍ ହେବାପାଇଁ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍କେ ଆହ୍ବାନ ଦେଇଛନ୍ତି।
ସିଜେପି ସଦସ୍ୟ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା କେବଳ ତ୍ରିରଙ୍ଗା ଉଡ଼ାଇବାରୁ ହିଁ ଜେଲ୍ ଯାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
Advertisment ଏକ୍ସରେ ଏକ ପୋଷ୍ଟ୍ କରି ଦୀପ୍କେ କହିଛନ୍ତି, " ଆମେ ଦେଖାଇ ଦେବୁ ଯେ ତ୍ରିରଙ୍ଗା ଉଡ଼ାଇବା ଏକ ଅପରାଧ ନୁହେଁ।
ଯେଉଁମାନେ ଦିଲ୍ଲୀ ନଆସିବେ ସେମାନେ ନିଜ ନିଜ ସହରରେ ତ୍ରିରଙ୍ଗା ଯାତ୍ରା କରିବାପାଇଁ ଦୀପ୍କେ କହିଛନ୍ତି।
ତାଙ୍କୁ ମଧ୍ୟ ଜେଲ୍ ହୋଇଯାଇପାରେ ବୋଲି ସେ ଆଶଙ୍କା କରିଛନ୍ତି।
ଦୀପ୍କେ କହିଛନ୍ତି, ଏହାପରେ ମତେ ମଧ୍ୟ ଜେଲ୍ ହୋଇପାରେ।
କିନ୍ତୁ ମୁଁ ଏଥିପାଇଁ ଚିନ୍ତା କରୁନାହିଁ।
ତ୍ରିରଙ୍ଗା ହେଉଛି ମୋର ଗର୍ବ ଏବଂ ତ୍ରିରଙ୍ଗା ଉଡ଼ାଇବି।
Politics: କଂଗ୍ରେସ ଓ ସିଜେପିର ଲକ୍ଷ୍ୟ ଏକ, ମଞ୍ଚ ଅଲଗା; ଚର୍ଚ୍ଚାରେ ରାହୁଲଙ୍କ ରଣନୀତି ଉଲ୍ଲେଖଯୋଗ୍ୟ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ଶାକ୍ତି ସର୍ତ୍ତ ଭାଙ୍ଗିବା ଏବଂ ନିଷେଧାଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ୫ ଦିନ ପାଇଁ ଜେଲ ହାଜତ ଯିବାପରେ ଦୀପ୍କେ ଏହି ଟିପ୍ପଣୀ ଦେଇଛନ୍ତି।
ଦୀପ୍କେ କହିଛନ୍ତି, ସିଜେପି ସଦସ୍ୟମାନଙ୍କୁ ପୁଲିସ ଉଠାଇ ନେବା ପୂର୍ବରୁ ସେମାନେ ତ୍ରିରଙ୍ଗା ଧରିଥିଲେ ଏବଂ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।