Punishment in Ancient China: ପ୍ରାଚୀନ ଚୀନରେ ଦଣ୍ଡ: ଗାଈଚୋରଙ୍କ ନାସା ଛେଦନର ପ୍ରମାଣ ମିଳିଲା!

Sep 25, 2026 - 08:34
Punishment in Ancient China: ପ୍ରାଚୀନ ଚୀନରେ ଦଣ୍ଡ: ଗାଈଚୋରଙ୍କ ନାସା ଛେଦନର ପ୍ରମାଣ ମିଳିଲା!

"ପ୍ରାଚୀନ କାଳରେ ରାଜାମାନଙ୍କ ନ୍ୟାୟ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ନୃଶଂସ ଦଣ୍ଡ ପ୍ରଚଳିତ ଥିଲା।

ସେଥିମଧ୍ୟରୁ ଗୋଟିଏ ହେଲା ପ୍ରାଚୀନ ଚୀନ୍‌ରେ ଗାଈ ଚୋରି କରିଥିବା ଅପରାଧୀଙ୍କ ନାକ କାଟିବା।

ପୂର୍ବରୁ ଏହି ଦଣ୍ଡବିଧାନ ନେଇ ବିଭିନ୍ନ ତଥ୍ୟ ଉପଲବ୍ଧ ଥିଲେ ହେଁ ଏହାର ପ୍ରମାଣ ମିଳି ନଥିଲା।

ଚୀନ ଓ ଆମେରିକାର ଏକ ପ୍ରତ୍ନତତ୍ତ୍ବ ଗବେଷକ ଦଳ ନିକଟରେ ମାଟିତଳୁ ଜଣେ ମହିଳାଙ୍କ କଙ୍କାଳ ଆବିଷ୍କାର କରିଛନ୍ତି, ଯାହାଙ୍କର ନାକ କଟାଯାଇଥିଲା।

ଏହି କଙ୍କାଳଟି ଖ୍ରୀଷ୍ଟପୂର୍ବ ୧୨୯୮ରୁ ୧୪୦୪ ଯାଏ ସେଠାରେ ଶାସନ କରୁଥିବା ୟୁଆନ୍‌ କିମ୍ବା ମିଙ୍ଗ୍‌ ରାଜବଂଶ କାଳର ବୋଲି କୁହାଯାଇଛି।

ଏହା ରୋଗ କିମ୍ବା ଆଘାତଜନିତ ଅସ୍ତ୍ରୋପଚାର ନଥିଲା ବୋଲି ଆମେରିକା ଟେକ୍ସାସ୍‌ସ୍ଥିତ ଏଆଣ୍ଡଏମ୍‌ ବିଶ୍ୱବିଦ୍ୟାଳୟର କଲେଜ୍‌ ଅଫ୍‌ ଡେଣ୍ଟିଷ୍ଟ୍ରି ବିଭାଗ ପ୍ରଫେସରଙ୍କ ସମେତ ଅଧ୍ୟୟନର ଅନ୍ୟତମ ଲେଖକ କିଆନ୍‌ ୱାଙ୍ଗ୍‌ କହିଛନ୍ତି।Advertisment Old friendship: ପୁରୁଣା ବନ୍ଧୁତାକୁ ପୁଣି ଯୋଡ଼ିବାର ୫ଟି ସୂତ୍ରବ ସେମାନଙ୍କ ଅନୁସାରେ, ନାକ କଟାଯିବା ପରେ ମହିଳାଙ୍କ ଚିକିତ୍ସା କରାଯାଇଥିଲା, ଯାହା କଙ୍କାଳରୁ ସ୍ପଷ୍ଟ ହେଉଛି।

ସେହିପରି ଚିକିତ୍ସା ପରେ ମହିଳାଜଣଙ୍କ ଅନେକ ବର୍ଷ ବଞ୍ଚିଥିଲେ ଏବଂ ୪୦ରୁ ୪୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସେମାନେ ଅନୁମାନ କରିଛନ୍ତି।

ଗବେଷକ ଦଳ ଅନୁମାନ କରିଛନ୍ତି ଯେ, ମହିଳାଜଣଙ୍କ ତାଙ୍କ କଟା ନାକକୁ ଲୁଚାଇବା ପାଇଁ ଏକ କୃତ୍ରିମ ଯନ୍ତ୍ର ବି ପିନ୍ଧୁଥାଇପାରନ୍ତି।

ମୃତ୍ୟୁ ପରେ ମୁହଁ ତଳକୁ କରି ତାଙ୍କୁ କବର ଦିଆଯାଇଥିଲା ଏବଂ ସେହି ସ୍ଥାନରେ କବର ଦିଆଯାଇଥିବା ଏହା ଏକମାତ୍ର ମୃତଦେହ ଥିଲା।

ସମ୍ଭବତଃ ସାମାଜିକ ବାସନ୍ଦ ଯୋଗୁଁ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କବର ଦିଆଯାଇଥାଇପାରେ ବୋଲି ଗବେଷକ ଦଳ କହିଛନ୍ତି।

କେବଳ ଏହି ଗୋଟିଏ ନୁହେଁ, ଚୀନ୍‌ରେ ରାଜତନ୍ତ୍ର ଶାସନ କାଳରେ ପାହାଡ଼ ଭଳି କଟାନାକ ଗଦା ହୋଇଥିଲା ବୋଲି ଗବେଷକ ଦଳ ଅଧ୍ୟୟନରୁ ଜାଣିପାରିଛନ୍ତି।

Assembly: ଅଚଳାବସ୍ଥା ହଟୁନି: ବିରୋଧୀ ଜିଦିରେ ଅଟଳ, ଶାସକ ଦଳ ନିରବ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।