Puri Koraput Express: ପୁରୀ-କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ; ମୁଖ୍ୟମନ୍ତ୍ରୀ-କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦଘାଟନ
ନୂତନ ପୁରୀ-କେରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁରୀ ରେଳଷ୍ଟେସନରୁ ଏହାର ଶୁଭାରମ୍ଭ କରୁଛନ୍ତି। ଓଡ଼ିଶାବାସୀଙ୍କ ଦୀର୍ଘଦିନରେ ଦାବି ପୂରଣ କରି ଏହି ଏକ୍ସପ୍ରେସ ସେବାର ଶୁଭାରମ୍ଭ କରାଯାଉଛି।
ସପ୍ତାହକୁ ୩ଦିନ ଚାଲୁଥିବା ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ ଏଣିକି ପ୍ରତିଦିନ ଚାଲିବ। ଏହି ନୂତନ ରେଳସେବା ଦ୍ବାରା ଯୋଗାଯୋଗ, ଯାତ୍ରୀ ସୁବିଧା, ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶରେ ଉନ୍ନତି ହେବ। ଏହି ଟ୍ରେନ୍ ପୁରୀରୁ ସୋମବାର, ଗୁରୁବାର ଓ ଶନିବାର ଏବଂ କୋରାପୁଟରୁ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଚାଲିବ।
- ପୁରୀ-କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ
- ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ
- ମୁଖ୍ୟମନ୍ତ୍ରୀ- କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦଘାଟନ
- ଏଣିକି ପ୍ରତିଦିନ ଚାଲିବ ବ୍ରହ୍ମପୁର-ଉଧନା ଏକ୍ସପ୍ରେସ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।