Quit the job for love: ପ୍ରେମ ପାଇଁ କାମ ଛାଡ଼ିବାକୁ ପ୍ରସ୍ତୁତ

Oct 06, 2026 - 09:46
Quit the job for love: ପ୍ରେମ ପାଇଁ କାମ ଛାଡ଼ିବାକୁ ପ୍ରସ୍ତୁତ

"ଗତମାସରେ ମୁକ୍ତିଲାଭ କରିଥିବା ଫିଲ୍ମ "ମିର୍ଜାପୁର"ରେ ମୁମ୍‌ତାଜ୍‌ ବିବି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ନେଇଛନ୍ତି ଅଭିନେତ୍ରୀ ସୋନାଲ୍‌ ଚୌହାନ୍‌।

ଦୀର୍ଘଦିନ ପରେ ତାଙ୍କ ଲେଉଟାଣିକୁ ନେଇ ଦର୍ଶକ ଭଲ ପ୍ରତିକ୍ରିୟା ଦେଇଥିବା ବେଳେ, ନିଜ ଚରିତ୍ରକୁ ନେଇ ସୋନାଲ୍‌ ମଧ୍ୟ ଖୁବ୍‌ ସନ୍ତୁଷ୍ଟ।

ତେବେ ନିକଟରେ ଏକ ପଡ୍‌କାଷ୍ଟରେ ସେ ଦେଇଥିବା ବୟାନ ଚର୍ଚ୍ଚାରେ ରହିଛି।Advertisment Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍‌ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ ବିବାହିତ ଅଭିନେତା-ଅଭିନେତ୍ରୀ ପରଦାରେ ରୋମାଣ୍ଟିକ୍‌ ବା ଅନ୍ତରଙ୍ଗ ଦୃଶ୍ୟ କରିବା ସମ୍ପର୍କରେ ସୋନାଲଙ୍କୁ ପ୍ରଶ୍ନ କରାଯାଇଥିଲା।

ଏହାର ଉତ୍ତରରେ ସେ ନିଜ ମତ ସ୍ପଷ୍ଟ ଭାବେ ରଖିଛନ୍ତି।

ତାଙ୍କ କହିବାନୁସାରେ, ଅନ୍ତରଙ୍ଗ ଦୃଶ୍ୟ ସମୟରେ ଯଦି କୌଣସି ଅଭିନେତା ନିଜ ଉପରୁ ନିୟନ୍ତ୍ରଣ ହରାଇଦିଅନ୍ତି, ତେବେ ତାହାକୁ ସେ ସହଜରେ ଗ୍ରହଣ କରିପାରିବେ ନାହିଁ।

ସୋନାଲ୍‌ ଆହୁରି ବି କହିଛନ୍ତି କି, ଯଦି ସେ ଇଣ୍ଡଷ୍ଟ୍ରିର କାହାକୁ ବିବାହ କରନ୍ତି ଏବଂ ତାଙ୍କ ସ୍ୱାମୀ ପରଦାରେ ଅନ୍ୟ ଅଭିନେତ୍ରୀଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବା ସମୟରେ ସୀମା ଟପିଯାଆନ୍ତି, ତେବେ ସେ ଏହାକୁ ମଧ୍ୟ ସ୍ୱୀକାର କରିପାରିବେ ନାହିଁ।

Dead: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ; ଦିନକ ପରେ ମୃତଦେହ ଉଦ୍ଧାର ଅନ୍ୟପକ୍ଷରେ, ତାଙ୍କ ଜୀବନସାଥୀ ଯଦି ତାଙ୍କ ଅଭିନୟ କ୍ୟାରିୟରକୁ ନେଇ ଅସୁରକ୍ଷିତ ଅନୁଭବ କରନ୍ତି, ତେବେ ପ୍ରେମ ପାଇଁ ଆବଶ୍ୟକ ହେଲେ ସେ ଅଭିନୟ ମଧ୍ୟ ଛାଡ଼ିପାରନ୍ତି ବୋଲି ସୋନାଲ୍‌ କହିଛନ୍ତି।

ସେ ନିଜ କାମକୁ ଭଲ ପାଉଥିଲେ ମଧ୍ୟ ପ୍ରେମ ପାଇଁ ବଡ଼ ତ୍ୟାଗ କରିବାକୁ ପଛାଇବେ ନାହିଁ।

ସୋନାଲଙ୍କ ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।