Rajinikanth: ଦାମୀ କାର୍ ଛାଡ଼ି ଅଟୋରିକ୍ସାରେ ସୁଟିଂ ସେଟ୍‌ରେ ପହଞ୍ଚିଲେ ସୁପରଷ୍ଟାର୍ ରଜନୀକାନ୍ତ: ସମସ୍ତେ ଦେଖି ତାଜୁବ

Sep 30, 2026 - 20:25
Rajinikanth: ଦାମୀ କାର୍ ଛାଡ଼ି ଅଟୋରିକ୍ସାରେ ସୁଟିଂ ସେଟ୍‌ରେ ପହଞ୍ଚିଲେ ସୁପରଷ୍ଟାର୍ ରଜନୀକାନ୍ତ: ସମସ୍ତେ ଦେଖି ତାଜୁବ

"ମହୀଶୂର: ସାଉଥ୍ ସିନେମାର ସୁପରଷ୍ଟାର୍ ରଜନୀକାନ୍ତଙ୍କ ସାଧାରଣ ଜୀବନଶୈଳୀ ଓ ନମ୍ର ବ୍ୟବହାର ପୁଣି ଥରେ ସମସ୍ତଙ୍କ ମନ ଜିଣିନେଇଛି।

ନିକଟରେ କର୍ଣ୍ଣାଟକର ମହୀଶୂରଠାରେ ନିଜର ଆଗାମୀ ସିନେମା 'ଧର୍ମନ' (Dharman) ର ସୁଟିଂ ଚାଲିଥିବା ବେଳେ, ରଜନୀକାନ୍ତ କୌଣସି ଦାମୀ କାର୍ ନୁହେଁ, ବରଂ ଏକ ସାଧାରଣ ଅଟୋରିକ୍ସାରେ ସୁଟିଂ ସେଟ୍‌ରେ ପହଞ୍ଚିଥିଲେ।

ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଶହ ଶହ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।Advertisment ଆହୁରି ପଢନ୍ତୁ :Fraud: ୧.୭୧ କୋଟିରୁ ଅଧିକ ଟଙ୍କାର କାରବାର ପର୍ଦ୍ଦାଫାସ; ପୁଣି ଅଭିଯୁକ୍ତ ଗିରଫ ଭାଇରାଲ ହେଲା ସୁଟିଂ ସେଟ୍‌ର ଭିଡିଓ:ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସୁରକ୍ଷାକର୍ମୀଙ୍କ ଗହଣରେ ଏକ ଅଟୋରିକ୍ସା ସୁଟିଂ ସେଟ୍‌ ଆଡ଼କୁ ଆସୁଛି।

ଅଟୋରୁ ରଜନୀକାନ୍ତ ଓହ୍ଲାଉଥିବା ଦେଖି ପ୍ରଶଂସକମାନେ 'ଥଲାଇଭା' ନାରା ଲଗାଇବା ଆରମ୍ଭ କରିଦେଇଥିଲେ।

ରଜନୀକାନ୍ତ ମଧ୍ୟ ହାତ ହଲାଇ ଥିଲେ।

ଏପରିକି ଭିଡ଼ ନିୟନ୍ତ୍ରଣ ପାଇଁ ସେଟ୍‌ର ଗେଟ୍ ବନ୍ଦ କରାଯାଇଥିଲେ ବି, ବାହାରେ ଅପେକ୍ଷା କରିଥିବା ଛୋଟ ପିଲା ଓ ପ୍ରଶଂସକଙ୍କ ଉତ୍ସାହ ଦେଖି ସେ ନିଜେ ପୁଣି ବାହାରକୁ ଆସି ସେମାନଙ୍କୁ ଭେଟିଥିଲେ।

ଏହି ସମୟରେ ସେ ପାରମ୍ପରିକ ଧଳା ଧୋତି ଓ ମାରୁନ୍ ରଙ୍ଗର ଶାର୍ଟ ପିନ୍ଧିଥିଲେ।

ଆହୁରି ପଢନ୍ତୁ :NLC India: ଏନ୍‌ଏଲ୍‌ସି ଇଣ୍ଡିଆର ରେକର୍ଡ ୩୬୭୯ କୋଟି ଲାଭ 'ଧର୍ମନ' ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା:ଅଶ୍ୱଥ ମାରିମୁଥୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା 'ଧର୍ମନ' ଚଳଚ୍ଚିତ୍ରରେ ରଜନୀକାନ୍ତଙ୍କ ବ୍ୟତୀତ ସିମରନ୍, ରାଶି ଖାନ୍ନା ଓ ଯୋଗୀ ବାବୁ ମୁଖ୍ୟ ଭୂମିକାରେ ନଜର ଆସିବେ।

ଏହାଛଡ଼ା ତେଲୁଗୁ ଅଭିନେତ୍ରୀ ଶ୍ରୀଲୀଲା ଓ ଅଭିନେତା ରାମ୍ ପୋଥିନେନୀ ମଧ୍ୟ ଏହି ସିନେମାରେ ସାମିଲ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ସୂଚନାଯୋଗ୍ୟ, ଏହି ସିନେମାର ପ୍ରଥମ ପୋଷ୍ଟରରେ ରଜନୀକାନ୍ତ ଜଣେ 'ଡାକ୍ତର'ଭୂମିକାରେ ନଜର ଆସିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।