12 OCTOBER 2026

Welcome!

Unlock your personalized experience.
Sign Up

Rajinikanth's Jailer 2: ରଜନୀକାନ୍ତଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର

Oct 12, 2026 - 17:21
Rajinikanth's Jailer 2: ରଜନୀକାନ୍ତଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଜେଲର୍‌ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଖୁବ୍‌ଶୀଘ୍ର ଏହି ଫିଲ୍ମ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମଟିକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସମୟରେ ଫିଲ୍ମଟି ହିନ୍ଦୀ ଭାଷାରେ ରିଲିଜ୍‌ ହେବ ନାହିଁ ବୋଲି ଚର୍ଚ୍ଚା ହେବାରୁ ଉତ୍ତର ଭାରତରେ ଥିବା ରଜନୀକାନ୍ତଙ୍କ ପ୍ରଶଂସକମାନେ ନିରାଶ ହୋଇଥିଲେ। ଏବେ ଏହି ଗୁଜବ ଉପରେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ପ୍ରକୃତରେ, ‘ଜେଲର୍‌ ୨’ର ହିନ୍ଦୀ ସଂସ୍କରଣ ରିଲିଜ୍‌ ହେବ ନାହିଁ ବୋଲି ହେଉଥିବା ଖବର ଉପରେ ନିର୍ମାତାମାନେ ପ୍ରତିକ୍ରିୟା ଦେଇଛନ୍ତି। ସେମାନେ ସ୍ପଷ୍ଟ କରିଛନ୍ତି ଯେ ଫିଲ୍ମଟି ହିନ୍ଦୀ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ଏଥିପାଇଁ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ହିନ୍ଦୀରେ ଫିଲ୍ମ ରିଲିଜ୍‌ ହେବ ନାହିଁ ବୋଲି ପ୍ରଚାରିତ ଖବରକୁ ନିର୍ମାତାମାନେ ଭୁଲ୍‌ ବୋଲି କହିଛନ୍ତି। ଏହି ସ୍ପଷ୍ଟୀକରଣ ପରେ ରଜନୀକାନ୍ତଙ୍କ ହିନ୍ଦୀଭାଷୀ ପ୍ରଶଂସକଙ୍କ ମଧ୍ୟରେ ଖୁସି ଖେଳିଯାଇଛି।

କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ କେବଳ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି: ଯୋଗୀ ଆଦିତ୍ୟନାଥ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।