Rajnath Singh To Attend Mega Event: ଆସନ୍ତାକାଲି କୋରାପୁଟ ଆସିବେ ରାଜନାଥ, ସୁନାବେଡାରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଆସନ୍ତାକାଲି କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଜନାଥ ସିଂଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମକ ଡ୍ରିଲ୍ କରାଯାଇଛି। ବ୍ୟାପକ ପୋଲିସ ଫୋର୍ସ, ଫାୟାର ଟିମ ଓ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ସୁନାବେଡାରେ ହାଇପ୍ରୋଫାଇଲ୍ ମେଗା ଇଭେଣ୍ଟରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
HAL ପରିଦର୍ଶନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭିଭିଆଇପି ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସୁନାବେଡା। ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଟ୍ରାଫିକ୍ ମ୍ୟାନେଜମେଣ୍ଟର ସମୀକ୍ଷା କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ।
କାଲି ଆସିବେ ରାଜନାଥ ସିଂ
କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଗସ୍ତ ପୂର୍ବରୁ ମକ ଡ୍ରିଲ୍
ସୁନାବେଡାରେ ହାଇପ୍ରୋଫାଇଲ୍ ମେଗା ଇଭେଣ୍ଟରେ ହେବେ ସାମିଲ
କେନ୍ଦ୍ରମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ
ଭିଭିଆଇପି ଗସ୍ତକୁ ନେଇ ଚଳଚଞ୍ଚଳ ସୁନାବେଡା
କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍ ମ୍ୟାନେଜମେଣ୍ଟ
ବ୍ୟାପକ ପୋଲିସ ଫୋର୍ସ ମୁତୟନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।