Ramayan: 'ରାମାୟଣ' ପାଇଁ ଡବିଂ ଆରମ୍ଭ କଲେ ରକୁଲ୍ ପ୍ରୀତ୍ ସିଂହ: ସୋସିଆଲ୍ ମିଡିଆରେ ସେୟାର୍ କଲେ ଫଟୋ

Sep 25, 2026 - 17:07
Ramayan: 'ରାମାୟଣ' ପାଇଁ ଡବିଂ ଆରମ୍ଭ କଲେ ରକୁଲ୍ ପ୍ରୀତ୍ ସିଂହ: ସୋସିଆଲ୍ ମିଡିଆରେ ସେୟାର୍ କଲେ ଫଟୋ

"ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ 'ରାମାୟଣ'କୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି।

ଫିଲ୍ମରେ ଶୂର୍ପଣଖା ଭୂମିକାରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂହ ନିଜ ଚରିତ୍ର ପାଇଁ ଡବିଂ କାମ ଆରମ୍ଭ କରିଦେଇଛନ୍ତି।Advertisment ରକୁଲ୍ ନିଜର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଡବିଂ ଷ୍ଟୁଡିଓରୁ ଏକ ସେଲଫି ସେୟାର୍ କରି ଦର୍ଶକଙ୍କୁ ଏହି ସୂଚନା ଦେଇଛନ୍ତି।

ସେୟାର୍ କରାଯାଇଥିବା ଫଟୋରେ ସେ ମାଇକ୍ରୋଫୋନ୍ ଏବଂ ହେଡଫୋନ୍ ପିନ୍ଧିଥିବାର ନଜର ଆସୁଛନ୍ତି।

ଫଟୋ ସହ ସେ କ୍ୟାପସନ୍‌ରେ ଲେଖିଛନ୍ତି— "ରାମାୟଣ ଡବ୍" ।

ଶୂର୍ପଣଖା ଲୁକ୍‌କୁ ମିଳିଥିଲା ଜବରଦସ୍ତ ପ୍ରତିକ୍ରିୟାନିକଟରେ ମୁକ୍ତିଲାଭ କରିଥିବା ଟ୍ରେଲର୍‌ରେ ରକୁଲ୍‌ଙ୍କ ଶୂର୍ପଣଖା ଲୁକ୍ ଦର୍ଶକଙ୍କ ମନ ଜିଣିଥିଲା।

ଟ୍ରେଲର୍ ଲଞ୍ଚ୍ ସମୟରେ ରକୁଲ୍ କହିଥିଲେ ଯେ ଶୂର୍ପଣଖା ଚରିତ୍ରଟି ବେଶ୍ ଜଟିଳ ଏବଂ ବିବିଧତାପୂର୍ଣ୍ଣ, ଯାହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି।

ଆହୁରି ପଢନ୍ତୁ: EVM: ଇଭିଏମର ସିକ୍ରେଟ୍ ବଟନ୍: କେବଳ ନିର୍ବାଚନ ଅଧିକାରୀ କାହିଁକି ଦବାଇପାରିବେ ଏହି ବଟନ୍?

ଜାଣନ୍ତୁ କିପରି ସୁରକ୍ଷିତ ରହେ ଆପଣଙ୍କ ଭୋଟ୍ ଉଲ୍ଲେଖ ଥାଉ କି 'ରାମାୟଣ' ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରରେ ରଣବୀର କପୁର (ପ୍ରଭୁ ଶ୍ରୀରାମ), ସାଇ ପଲ୍ଲବୀ (ମାତା ସୀତା), ଦକ୍ଷିଣୀ ସୁପରଷ୍ଟାର୍ ୟଶ୍ (ରାବଣ) ଏବଂ ଟିଭି ଅଭିନେତା ରବି ଦୁବେ (ଲକ୍ଷ୍ମଣ) ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ମେଗା ବଜେଟ୍ ଫିଲ୍ମଟି ପ୍ରାୟ ୪,୦୦୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଉଛି।

ଫିଲ୍ମଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ।

ଏହାର ପ୍ରଥମ ଭାଗ ଚଳିତ ବର୍ଷ ଦୀପାବଳିରେ ଏବଂ ଦ୍ୱିତୀୟ ଭାଗ ୨୦୨୭ ଦୀପାବଳି ସମୟରେ ପ୍ରେକ୍ଷାଳୟକୁ ଆସିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।