Ranji Trophy: ରଣଜୀ ଟ୍ରଫି ପ୍ରଥମ ଦିନରୁ ଭଲ ଆରମ୍ଭ: ଗୌରବ-ସନ୍ଦୀପଙ୍କ ଶତକ ଭାଗୀଦାର
"ଭୁବନେଶ୍ବର: ରଣଜୀ ଟ୍ରଫିର ନୂଆ ଋତୁ (୨୦୨୬-୨୭)ର ପ୍ରଥମ ଦିନ ଓଡ଼ିଶା ପ୍ରଶଂସନୀୟ ଆରମ୍ଭ କରିଛି।
ଗୁଜରାଟ ବିପକ୍ଷ ମୁକାବିଲାରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ବିନିମୟରେ ୨୭୨ ରନ୍ ସଂଗ୍ରହ କରି ବଡ଼ ସ୍କୋର୍ ସମ୍ଭାବନା ସୃଷ୍ଟି କରିଛି।
ଓପନର୍ ଗୌରବ ଚୌଧୁରୀଙ୍କ ଅପରାଜିତ ଶତକ ଏବଂ ମଧ୍ୟକ୍ରମ ବ୍ୟାଟର୍ ସନ୍ଦୀପ ପଟ୍ଟନାୟକଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଓଡ଼ିଶା ଏଭଳି ସୁଯୋଗ ପାଇଛି।
ଅହମଦାବାଦସ୍ଥିତ ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ "ବି" ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମ ଦିନ ଓଡ଼ିଶା ପାଇଁ ସବୁ ଠିକ ବିତିଛି।
ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।
ଅବଶ୍ୟ ଓଡ଼ିଶା ଦ୍ବିତୀୟ ଓଭରରେ ସ୍ବସ୍ତିକ ସାମଲ (୯)ଙ୍କୁ ହରାଇଥିଲା।
କିନ୍ତୁ ପଦାର୍ପଣକାରୀ ଓମ୍ ଟି ମୁଣ୍ଡେ ଧୈର୍ଯ୍ୟର ସହ ଖେଳିଥିଲେ।
୮୪ ବଲ୍ରୁ ୬ ଚୌକା ସହାୟତାରେ ୩୭ ରନ୍ କରି ଆଉଟ୍ ହୋଇଥିଲେ।
ଅନ୍ତର୍ଜାତୀୟ ଖେଳାଳି ହର୍ଷଲ ପଟେଲ୍ଙ୍କ ବୋଲିଂରେ ଉର୍ଭିଲ ପଟେଲ୍ ୱିକେଟ୍ ପଛପଟେ ନେଇଥିଲେ ତାଙ୍କ କ୍ୟାଚ୍।Advertisment Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ହେଲେ ସେତେବେଳକୁ ଓପନର୍ ଗୌରବ ଚୌଧୁରୀଙ୍କ ସହ ମିଶି ଦ୍ବିତୀୟ ୱିକେଟ୍ ପାଇଁ ୮୬ ରନ୍ ଯୋଡ଼ି ସାରିଥିଲେ ସେ।
ଏହା ପରେ ଅଧିନାୟକ ଶୁଭ୍ରାଂଶୁ ସେନାପତି (୪୬ ବଲ୍ରୁ ୨୯ ରନ୍, ୪ ଚୌକା)ଙ୍କୁ ସାଥୀ କରି ଗୌରବ ଚୌଧୁରୀ ଆଉ ଏକ ଅର୍ଦ୍ଧଶତକ (୫୩ ରନ୍) ଭାଗୀଦାର ଗଢ଼ିଥିଲେ।
ଶୁଭ୍ରାଂଶୁଙ୍କୁ ପ୍ରତିପକ୍ଷ ଅଧିନାୟକ ଚିନ୍ତନ ଗଜା ଏଲ୍ବିଡଲ୍ୟୁ କରି ଦେଇଥିଲେ।
ଓଡ଼ିଶା ୧୪୮/୩ରେ ପହଞ୍ଚି ଅସହଜ ସ୍ଥିତିର ସମ୍ମୁଖୀନ ହୋଇଥିଲା।
ଏହି ସମୟରେ କିନ୍ତୁ ଗୌରବ ଚୌଧୁରୀଙ୍କ ସହ ଯୋଗ ଦେଇ ପୂର୍ବତନ ଅଧିନାୟକ ସନ୍ଦୀପ ପଟ୍ଟନାୟକ ଏକ ଶତକ ଭାଗୀଦାର ଗଢ଼ିଛନ୍ତି।
ଏହି ଦୁଇ ଡାହାଣହାତୀ ବ୍ୟାଟର୍ ଅତୁଟ ଚତୁର୍ଥ ୱିକେଟ୍ ପାଇଁ ୪୨ ଓଭରରେ ୧୨୪* ରନ୍ ଯୋଡ଼ି ସାରିଛନ୍ତି।
ଗୌରବ ୨୬୩ ବଲ୍ ଖେଳି ୧୨୧* ରନ୍ ଏବଂ ସନ୍ଦୀପ ୧୩୯ ବଲ୍ରୁ ୬୯* ରନ୍ କରିଛନ୍ତି।
ଗୌରବଙ୍କ ଶତକୀୟ ପାଳିରେ ୧୦ ଚୌକା ଓ ୨ ଛକା ସାମିଲ ଥିବାବେଳେ ସନ୍ଦୀପ ୧୨ ଚୌକାର ସହାୟତା ନେଇ ଷଷ୍ଠ ପ୍ରଥମ ଶ୍ରେଣୀ ଶତକ ଦିଗରେ ଅଗ୍ରସର ହୋଇଛନ୍ତି।
ପ୍ରଥମ ଦିନ ପରେ ମୁଖ୍ୟ ପ୍ରଶିକ୍ଷକ ପ୍ରଭଞ୍ଜନ ମଲ୍ଲିକ ଓଡ଼ିଶା ଖେଳାଳିଙ୍କ ପ୍ରଦର୍ଶନ ନେଇ ବେଶ୍ ଖୁସି ଅଛନ୍ତି।
ତେବେ ରବିବାର ରାଜ୍ୟ ଦଳ ୩୦୦ ରନ୍ ଛୁଇଁଥିଲେ ଆହୁରି ଭଲ ହୋଇଥା"ନ୍ତା ବୋଲି "ସମ୍ବାଦ"କୁ କହିଛନ୍ତି ସେ।
CJP leaders released: ବର୍ଷେ ଶାନ୍ତି ବଜାୟ ରଖିବା ସର୍ତ୍ତରେ ମୁକୁଳିଲେ ସିଜେପିର ୩ ନେତା ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୯୦ ଓଭରରେ ୨୭୨/୩ (ଗୌରବ ଚୌଧୁରୀ-୧୨୧*, ସନ୍ଦୀପ ପଟ୍ଟନାୟକ-୬୯*, ଏମ୍ ଟି ମୁଣ୍ଡେ-୩୭, ଶୁଭ୍ରାଂଶୁ ସେନାପତି-୨୯, ଚିନ୍ତନ ଗାଜା-୧/୪୬, ଅର୍ଜନ ନାଗୱାସୱାଲିଆ-୧/୫୭, ହର୍ଷଲ ପଟେଲ୍-୧/୭୭)।
ଓମ୍ ଟି ମୁଣ୍ଡେ ଓ ସମ୍ବିତ ବେଜଙ୍କ ରଣଜୀ ଟ୍ରଫି ପଦାର୍ପଣ ଘରୋଇ କ୍ରିକେଟ୍ର ସର୍ବୋଚ୍ଚ ପ୍ରଥମ ଶ୍ରେଣୀ ପ୍ରତିଯୋଗିତା ରଣଜୀ ଟ୍ରଫିରେ ନିଜ କ୍ୟାରିୟର୍ ଆରମ୍ଭ କରିଛନ୍ତି ବ୍ୟାଟର୍ ଓମ୍ ଟି ମୁଣ୍ଡେ ଓ ସ୍ପିନ୍ ବୋଲିଂ ଅଲରାଉଣ୍ଡର୍ ସମ୍ବିତ ବେଜ ପଦାର୍ପଣ ସୁଯୋଗ ପାଇଛନ୍ତି।
ଉଭୟ ରବିବାର ପଦାର୍ପଣ କରିବେ ବୋଲି "ସମ୍ବାଦ" ସୂଚନା ପ୍ରଦାନ କରିଥିଲା।
ମୁଣ୍ଡେଙ୍କୁ ଓଡ଼ିଶା ଦଳର ସହକାରୀ ପ୍ରଶିକ୍ଷକ ପ୍ରୀତମଜିତ୍ ଦାସ ଏବଂ ବେଜଙ୍କୁ ଓଡ଼ିଶା ଚୟନ କମିଟି ସଦସ୍ୟ ତଥା ପର୍ଯ୍ୟବେକ୍ଷକ ନଟରାଜ ବେହେରା ଓଡ଼ିଶା କ୍ୟାପ୍ ପ୍ରଦାନ କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।