Rapist Encountered: ଦୁଷ୍କର୍ମକାରୀକୁ ଏନ୍‌କାଉଣ୍ଟର୍‌: ବାଇକ୍‌, ନକଲି ବନ୍ଧୁକ ଜବତ, କେମିତି ଥିଲା ଅପରେସନ୍‌

Oct 04, 2026 - 04:41
Rapist Encountered: ଦୁଷ୍କର୍ମକାରୀକୁ ଏନ୍‌କାଉଣ୍ଟର୍‌: ବାଇକ୍‌, ନକଲି ବନ୍ଧୁକ ଜବତ, କେମିତି ଥିଲା ଅପରେସନ୍‌

"ଭୁବନେଶ୍ବର: ବୁଧବାର ସନ୍ଧ୍ୟାରେ ରାଜଧାନୀରେ ଘଟିଥିବା ଚାଞ୍ଚଲ୍ୟକର ଦୁଷ୍କର୍ମ ମାମଲାରେ କମିସନରେଟ୍‌ ପୁଲିସକୁ ସଫଳତା ମିଳିଛି।

୪ଦିନ କାଳ ଲୁଚକାଳି ଖେଳିବା ପରେ ଭୁବନେଶ୍ବରର ବିଭିନ୍ନ ବସ୍ତିରେ ଡେରା ପକାଉଥିବା ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ପେସାଦାର ଅପରାଧୀ ଶ୍ରୀଧର ପଣ୍ଡା ଓରଫ୍‌ ସନ୍ତୋଷ (୨୪) ପୁଲିସ ଜାଲରେ ଫସିଛି।

ଆଜି ତାକୁ ଅନ୍ଧାରୁଆ ଜଙ୍ଗଲ ଭିତରେ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ନୂଆପଲ୍ଲୀ ଥାନା ପୁଲିସ ଟିମ୍‌ ମାଡ଼ି ବସିଥିଲେ।

ଜଣେ ଏସ୍‌ଆଇଙ୍କୁ ପେଚକସ୍‌ରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିବାବେଳେ ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ଚଳାଇଥିଲା।

ଗୋଡ଼ରେ ଗୁଳି ବାଜିବାରୁ ତାକୁ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୁସ୍ଥ ହେବା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଡିସିପି ଡା.

ସର୍ବଣା ବିବେକ୍ ଏମ୍.

ସୂଚନା ଦେଇଛନ୍ତି।

ଶ୍ରୀଧର ପାଖରୁ ଏକ ଚୋରା ବାଇକ୍‌, ନକଲି ବନ୍ଧୁକ ଓ ମୋବାଇଲ ଫୋନ୍‌ ଜବତ କରାଯାଇଛି।Advertisment Durga puja: ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ କେମିତି ଥିଲା ଅପରେସନ୍‌ ଘଟଣାପରଠୁ କମିସନରେଟ୍‌ ପୁଲିସର ସ୍ପେସାଲ୍‌ ସ୍କ୍ବାଡ୍‌ ଓ ନୂଆପଲ୍ଲୀ ଥାନାର ଏକ ଟିମ୍‌ ଦୁର୍ବୃତ୍ତକୁ ଚିହ୍ନଟ କରିବାକୁ ଲାଗିପଡ଼ିଥିଲେ।

ଶ୍ରୀଧରକୁ ଚିହ୍ନଟ କରିବା ପରେ ତା"ର ଠିକଣା ପାଇବା ଲାଗି ପୁଲିସର ଦୁଇଟି ଟିମ୍‌ ଦିନରାତି ଏକ କରିଦେଇଥିଲା।

ଭରତପୁର ଥାନା ଫୁଲେଶ୍ବରୀ ବସ୍ତିରୁ ଆରମ୍ଭ କରି ମଞ୍ଚେଶ୍ବର ଥାନା ଚକେଇସିଆଣୀସ୍ଥିତ ବସ୍ତି ଏବଂ କଟକ ଲାଲବାଗ ଥାନା ଅଞ୍ଚଳର ଏକ ବସ୍ତି ପର୍ଯ୍ୟନ୍ତ ପୁଲିସ ଟିମ୍‌ ଖେଦି ଯାଇଥିଲା।

ଶେଷରେ ଚନ୍ଦକାସ୍ଥିତ ଏକ ବସ୍ତିରେ ସେ ଲୁଚି ରହିଥିବା ନେଇ ଖବର ପୁଲିସର ହସ୍ତଗତ ହୋଇଥିଲା।

ତେଣୁ ଆଜି ଭୋର୍‌ରୁ ସାଦା ପୋଷାକରେ ପୁଲିସ ଟିମ୍‌ ଚନ୍ଦକା-ଅନ୍ଧାରୁଆ ରାସ୍ତାରେ ଛକି ରହିଥିଲା।

କିନ୍ତୁ ଧୂର୍ତ୍ତ ଶ୍ରୀଧର ଜଙ୍ଗଲରେ ଲୁଚି ରହିଥିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ତା"ର କୌଣସି ସୂଚନା ମିଳିନଥିଲା।

ଅପରାହ୍ଣ ପ୍ରାୟ ସାଢ଼େ ୨ଟା ପରେ ସେ ଜଙ୍ଗଲରୁ ବସ୍ତିଆଡ଼କୁ ବାଇକ୍‌ ଧରି ବାହାରିଥିଲା।

ମାତ୍ର ବାଟରେ ଧୂର୍ତ୍ତ ଶ୍ରୀଧର ସାଦାପୋଷାକରେ ଥିବା ପୁଲିସକୁ ଠଉରାଇ ପୁଣି ଜଙ୍ଗଲ ଭିତରକୁ ବାଇକ୍‌ ବୁଲାଇଲା।

କିନ୍ତୁ ସେତେବେଳକୁ ପୁଲିସ ଟିମ୍‌ ତାକୁ ଘେରି ସାରିଥିଲେ।

Dairy: ନେସ୍‌ଲେର ଲୋ-ଫ୍ୟାଟ୍ ଡାଏରି ହ୍ୱାଇଟନରକୁ ଅସୁରକ୍ଷିତ ଘୋଷଣା କଲା ଏଫ୍‌ଏସ୍‌ଏସ୍‌ଏଆଇ ନୂଆପଲ୍ଲୀ ଥାନା ଏସ୍‌ଆଇ ତାକୁ ମାଡ଼ିବସିବା ବେଳେ ସେ ପାଖରେ ରଖିଥିବା ଏକ ପେଚକସ୍‌ରେ ତାଙ୍କୁ ଆକ୍ରମଣ କରିଥିଲା।

ତେଣୁ ଆତ୍ମରକ୍ଷା କରିବାକୁ ପୁଲିସ ଗୁଳି ଚଳାଇଥିଲା।

୨ ରାଉଣ୍ଡ ଗୁଳିମାଡ଼ ପରେ ଶ୍ରୀଧର ତଳେ ପଡ଼ିଯାଇଥିଲା।

ଗୋଟିଏ ଗୁଳି ତା" ଡାହାଣ ଗୋଡ଼ରେ ଘଷି ହୋଇଯିବାରୁ ସାମାନ୍ୟ କ୍ଷତ ହୋଇଥିଲା।

ତଳେ ପଡ଼ି ଶ୍ରୀଧର ଜୀବନ ବିକଳରେ ହାତ ଟେକିଦେଲା।

କେମିତି ଥିଲା ତଦନ୍ତ ଶ୍ରୀଧରକୁ ଚିହ୍ନଟ କରିବା ଲାଗି ପୁଲିସକୁ ପାଖାପାଖି ୪ଦିନ ଲାଗିଯାଇଥିଲା।

୩୦ରୁ ଅଧିକ ଦକ୍ଷ ପୁଲିସ କର୍ମଚାରୀ ମୋବାଇଲ୍‌ ଟ୍ରାକିଂରୁ ଆରମ୍ଭ କରି ଟାୱାର ଡମ୍ପିଂ ପର୍ଯ୍ୟନ୍ତ ଲାଗିଥିଲେ।

ପ୍ରାୟ ୩୦୦ରୁ ଅଧିକ ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରି ଛାନ୍‌ଭିନ କରାଯାଇଥିଲା।

ସେହିଭଳି ସ୍ପେସାଲ୍‌ ସ୍କ୍ବାଡ୍‌ ଟିମ୍‌ ବହୁ ଅପରାଧୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବାରେ ଲାଗିଥିଲା।

ଏଥିସହିତ ଘଟଣାପରଠୁ ସ୍ଥାନୀୟ ଅଞ୍ଚଳ ଦେଇ ଯାତାୟାତ କରିଥିବା ବିଭିନ୍ନ ଆମ ବସ୍‌ରୁ ମଧ୍ୟ ସିସିଟିଭି ଫୁଟେଜ୍‌ ସଂଗ୍ରହ କରାଯାଇଥିଲା।

ତଦନ୍ତରୁ ଜଣାପଡ଼ିଥିଲା ଯେ ଘଟଣାର କିଛି ସମୟ ପରେ ଦୁର୍ବୃତ୍ତ ମାର୍କେଟ୍‌ ବିଲ୍ଡିଂରୁ ଏକ ବାଇକ୍‌ ଚୋରି କରି ରସୁଲଗଡ଼ ଦିଗରେ ଯାଇଛି।

ଏମିତିରେ ପ୍ରାୟ ୨ଦିନ ପରେ ପୁଲିସ ଶ୍ରୀଧରକୁ ଚିହ୍ନଟ କରିଥିଲା ଏବଂ ତା"ର ଠିକଣା ଜାଣିବାକୁ ପୁଲିସକୁ ଆହୁରି ଦୁଇ ଦିନ ଲାଗିଗଲା।

ଦୁଷ୍କର୍ମ କାଣ୍ଡ ଭିଆଇବା ପରଠୁ ସେ ନିଜର ସବୁ ପୁରୁଣା ଠିକଣା ବଦଳାଇ ଚନ୍ଦକା-ଅନ୍ଧାରୁଆସ୍ଥିତ ବସ୍ତି ନିକଟ ଜଙ୍ଗଲରେ ଡେରା ପକାଇଥିଲା।

ଧୂର୍ତ୍ତ ଶ୍ରୀଧର ତା" ମୋବାଇଲକୁ ବହୁ ସମୟରେ ବନ୍ଦ ରଖୁଥିବାରୁ ଟ୍ରାକ୍‌ କରିବା ସହଜ ହେଉନଥିଲା।

Weekly Horoscope 2026 October 04 to 10: ଜାଣନ୍ତୁ ଏ ସପ୍ତାହର ରାଶିଫଳ ସେଦିନର କଳା ସଞ୍ଜର କାହାଣୀ ଅଭିଯୁକ୍ତ ଶ୍ରୀଧର ଜଣେ ପେସାଦାର ଚୋର।

ଚୋରି ଓ ଛିନ୍‌ତାଇ କରିବାରେ ସେ ସିଦ୍ଧହସ୍ତ।

ଖଣ୍ଡଗିରି, ଭରତପୁର, ତମାଣ୍ଡୋ, ନୂଆପଲ୍ଲୀ ଆଦି ଥାନା ଅଞ୍ଚଳରେ ଚୋରି ଓ ଛିନ୍‌ତାଇ କରି ସେ ବହୁଥର ଜେଲ୍‌ ଯାଇଛି।

ଚୋରି କରିବା ପୂର୍ବରୁ ସେ ବୁଲିବୁଲି ରେକି କରେ।

କେଉଁ ଘରେ କିଏ କେତେବେଳେ ଅନୁପସ୍ଥିତ ରହୁଛି, ଠଉରାଏ ଏବଂ କେହି ଘରେ ନଥିବା ମଉକାରେ ଝରକା, କବାଟ ତାଡ଼ି ଲୁଟ୍‌ପାଟ କରେ।

ନୂଆପଲ୍ଲୀରେ ଏମିତି ରେକି କରିବା ସମୟରେ ପୀଡ଼ିତାଙ୍କ ଉପରେ ତା"ର ଲୋଲୁପ ନଜର ପଡ଼ିଥିଲା।

ସଞ୍ଜ ପହରରେ ବଡ଼ଭଉଣୀ ଘରେ ରହୁନାହାନ୍ତି ଏବଂ ପୀଡ଼ିତା ଏକାକୀ ରହୁଛନ୍ତି ବୋଲି ସେ ଲକ୍ଷ୍ୟ କରିଥିଲା।

ତେଣୁ କିଛି ଦିନ ହେଲା ସେ ପୀଡ଼ିତାଙ୍କ ଘର ଆଖପାଖରେ ବେଶ୍‌ କାଇଦାରେ ଚାଲିଚାଲି ବୁଲୁଥିଲା ଏବଂ ମଉକାକୁ ଉଣ୍ଡି ବସୁଥିଲା।

ପୀଡ଼ିତାଙ୍କ ଦୁର୍ଭାଗ୍ୟ ବୁଧବାର ସନ୍ଧ୍ୟାରେ ଶ୍ରୀଧରକୁ ମଉକା ମିଳିଗଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।