04 OCTOBER 2026

Welcome!

Unlock your personalized experience.
Sign Up

Sambad: ସ୍ବନକ୍ଷତ୍ରରେ ସଂକଳ୍ପ

Oct 04, 2026 - 04:41
Sambad: ସ୍ବନକ୍ଷତ୍ରରେ ସଂକଳ୍ପ

ଆଜି ‘ସମ୍ବାଦ’ ୪୩ ବର୍ଷରେ ପଦାର୍ପଣ କରିଛି। ‘ବାସି ଖବରର ଯୁଗ ଶେଷ, ଆଜିର ଖବର ଆଜି’ ଭଳି ଏକ ବୈପ୍ଳବିକ ଚିନ୍ତାଧାରାକୁ ନେଇ ୧୯୮୪ ମସିହାର ଆଜିର ଦିନରେ ପ୍ରକାଶିତ ହୋଇଥିଲା ‘ସମ୍ବାଦ’। ପ୍ରଥମ ପ୍ରଭାତୀ ସଂସ୍କରଣ, ପ୍ରଥମ ରଙ୍ଗିନ ପତ୍ରିକା, ପ୍ରଥମ ଆଞ୍ଚଳିକ ସଂସ୍କରଣ-ଓଡ଼ିଆ ଗଣମାଧ୍ୟମ ଇତିହାସରେ ଏଭଳି ଅନେକ ନୂଆ ଅଧ୍ୟାୟ ଯୋଡ଼ିଥିବା ‘ସମ୍ବାଦ’ ପାଠକୀୟ ଶ୍ରଦ୍ଧା ଓ ସମର୍ଥନ ବଳରେ ଓଡ଼ିଶାବାସୀଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି। ଯେଉଁମାନଙ୍କର ସାହାଯ୍ୟ, ସହଯୋଗ, ଶ୍ରଦ୍ଧା ଓ ସମର୍ଥନ ଯୋଗୁଁ ଏହା ସମ୍ଭବ ହୋଇଛି, ସେମାନଙ୍କୁ ଏହି ଅବସରରେ ଅଶେଷ କୃତଜ୍ଞତା ଓ ଆନ୍ତରିକ ଶୁଭେଚ୍ଛା। 

Durga puja: ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ

ଏକ ଦାୟିତ୍ବସଂପନ୍ନ ଗଣମାଧ୍ୟମ ଭାବେ ‘ସମ୍ବାଦ’ ତା’ର ସାମାଜିକ ପ୍ରତିବଦ୍ଧତା ନିଭାଇ ଆସିଛି। ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ବାନ ହେଉଛି, ପରିବେଶର ସୁରକ୍ଷା, ପାରିବେଶିକ ସଂକଟର ମୁକାବିଲା ଓ ଏହାର ଦୀର୍ଘସ୍ଥାୟୀ ସମାଧାନ। ଏହି ଆହ୍ବାନକୁ ‘ସମ୍ବାଦ’ ଗ୍ରହଣ କରିଛି ଏବଂ ‘ପୁନଶ୍ଚ ପୃଥିବୀ’ ଅଭିଯାନ ମାଧ୍ୟମରେ ଜନସଚେତନତା ସୃଷ୍ଟି କରି ଚାଲିଛି। ଓଡ଼ିଶାର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ପରିବେଶ ପଞ୍ଚାୟତ’ ଆୟୋଜନ କରି ନାଗରିକ ସମାଜ ଓ ପ୍ରଶାସନକୁ ଜାଗୃତ କରୁଛି। ତେବେ ଏହି ବାର୍ତ୍ତାକୁ ସମାଜର ଶେଷ ବ୍ୟକ୍ତି ନିକଟରେ ପହଞ୍ଚାଇବାକୁ ହେଲେ ଆମକୁ ଓଡ଼ିଶାର ପ୍ରତି ପଞ୍ଚାୟତ ସହ ଯୋଡ଼ିହେବାକୁ ପଡ଼ିବ ଏବଂ ଏହି ଅଭିଯାନର ଅଗ୍ରଦୂତ ଭାବେ ତରୁଣ ପିଢ଼ିକୁ ସାମିଲ କରିବାକୁ ହେବ।

Vaccination: ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ଜେନ୍‌-ଜି ଜାଗିଲେ ହିଁ ଏହା ଜନଜାଗରଣରେ ପରିଣତ ହୋଇପାରିବ ଏବଂ ଆମ ଭବିଷ୍ୟତ ସୁରକ୍ଷିତ ରହିପାରିବ। ଆଗାମୀ ଦିନରେ ଏହି ସଂକଳ୍ପ ବହନ କରି ‘ସମ୍ବାଦ’ ଲକ୍ଷ୍ୟ ସାଧନ ଦିଗରେ ଅଗ୍ରସର ହେବ। ସମୟାନୁସାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସକାରାତ୍ମକ ଜନମତ ସୃଷ୍ଟି କରିବାରେ ‘ସମ୍ବାଦ’ ସଫଳ ହୋଇଛି ଏବଂ ଆଗକୁ ମଧ୍ୟ ସଫଳ ହେବ। ଆଜି ସ୍ବନକ୍ଷତ୍ର ଅବସରରେ ପାଠକପାଠିକା, ଶୁଭେଚ୍ଛୁ, ବିଜ୍ଞାପନଦାତା, ଏଜେଣ୍ଟ, ବିତରକ ବନ୍ଧୁ ଓ ପୃଷ୍ଠପୋଷକଙ୍କୁ ଅଭିନନ୍ଦନ। ଆପଣମାନଙ୍କର ସମର୍ଥନ ବଳରେ ‘ସମ୍ବାଦ’ ପୂର୍ବବତ୍‌ ପାଠକୀୟ ଶ୍ରଦ୍ଧା ବଜାୟ ରଖି ଅଗ୍ରଗତି କରି ଚାଲିବ ବୋଲି ମୋର ଦୃଢ଼ ଆଶା ଓ ବିଶ୍ବାସ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।