Rayagada Healthcare Crisis: ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ଗର୍ଭବତୀଙ୍କୁ ଭାରରେ ବୁହା, ଜନ୍ମଦେଲେ ମୃତ ଶିଶୁ
ରାୟଗଡ଼ାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ।
ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ ।
ମୃତ ଶିଶୁକୁ ଜନ୍ମ ଦେଲେ ପ୍ରସୂତି ।
କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତର ମାଳିପଦର ଗାଁର ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା ।
ଖବର ପାଇ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଆଶାକର୍ମୀ ।
ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁ ନିକଟରେ ଅଟକି ରହିଥିଲା ।
Advertisment ଫଳରେ ପରିବାର ଲୋକେ ଗର୍ଭବତୀଙ୍କୁ ଭାର କରି ପ୍ରାୟ ୫ କିଲୋମିଟର ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ।
ଏଥିରେ ଆମ୍ବୁଲାନ୍ସ ଚାଳକ ଦୀପକ ଗୋପାଳ ସହଯୋଗ କରିଥିଲେ।
ନିକଟସ୍ଥ ସୁଙ୍ଗେର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କୁ ଭର୍ତ୍ତି କରାଯାଇଥିଲା ।
ହେଲେ ସେଠାରେ ଡାକ୍ତର ନଥିବାରୁ ମହିଳାଙ୍କୁ କାଶୀପୁର ସିଏଚ୍ ସି ନିଆଯାଇଥିଲା।
ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ପ୍ରସୂତି ଜଣଙ୍କ ମୃତ ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି।
ଘଟଣାକୁ ନେଇ ଏଯାଏଁ ପ୍ରଶାସନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Advertisment ରାୟଗଡ଼ାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ ମୃତ ଶିଶୁକୁ ଜନ୍ମ ଦେଲେ ପ୍ରସୂତି ଗର୍ଭବତୀଙ୍କୁ ଭାର କରି ବୋହିଲେ ପରିବାର ଦୀର୍ଘ ୫ କିମି ବୋହିଥିବା ସୂଚନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନଥିଲେ ଡାକ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।