Rescue Teams Face Major Challenges: ନିଖୋଜଙ୍କୁ ଖୋଜିବାକୁ ଡିନାମାଇଟ୍ ବିସ୍ଫୋରଣ, ପଥର ତଳେ ଜୀବନର ସନ୍ଧାନ
ଗ ଞ୍ଜାମ ଜିଲ୍ଲାର ଗିଡ଼ିପାବଲିରେ ନିଖୋଜଙ୍କୁ ଖୋଜିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି।
ଉଦ୍ଧାର କାର୍ଯ୍ୟରେ ବାଧା ସାଜିଥିବା ବିଶାଳକାୟ ପଥରକୁ ହଟାଇବା ପାଇଁ ଏବେ ଡିନାମାଇଟ୍ର ସାହାଯ୍ୟ ନିଆଯାଇଛି।
ପଥରରେ ବିସ୍ଫୋରଣ କରାଯିବା ପରେ ନିଖୋଜଙ୍କ ସନ୍ଧାନ ଆହୁରି ଜୋରଦାର ହୋଇଛି।
ଚାରି ଦିନ ଧରି ଚାଲିଥିବା ଏହି ଉଦ୍ଧାର କାର୍ଯ୍ୟ ଏବେ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପଡ଼ିଛି।
Advertisment ଘଟଣାସ୍ଥଳରେ ଏତେ ବଡ଼ ବଡ଼ ପଥର ପଡ଼ିରହିଛି ଯେ , କିଛି ପଥରର ଆକାର ଏକ ଘର ସଦୃଶ।
ରାସ୍ତା ନଥିବାରୁ ବଡ଼ ଉଦ୍ଧାରକାରୀ ମେସିନ୍ ଘଟଣାସ୍ଥଳରେ ପହଞ୍ଚିପାରୁନାହିଁ।
ଏହା ଉଦ୍ଧାରକାରୀ ଦଳ ପାଇଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି।
ପଥର ହଟାଇବା ପାଇଁ ରେଳ ବିଭାଗର ଚେନ୍ ପୁଲିଂ ଟେକ୍ନିକ୍ ମଧ୍ୟ ପ୍ରୟୋଗ କରାଯାଇଥିଲା।
କିନ୍ତୁ ଏହା ସଫଳ ହୋଇନଥିଲା ବୋଲି କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।
ଶେଷରେ ବଡ଼ ପଥରଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗିବା ପାଇଁ ଡିନାମାଇଟ୍ ବ୍ୟବହାର କରାଯାଇଛି।
ବିସ୍ଫୋରଣ ପରେ ମାଟି ଓ ପଥର ତଳେ କେହି ଫସି ରହିଛନ୍ତି କି ନାହିଁ , ତାହା ଜାଣିବାକୁ ସ୍ୱତନ୍ତ୍ର ରୋବୋଟିକ୍ ମେସିନ୍ର ସହାୟତା ନିଆଯାଉଛି।
ଏହି ମେସିନ୍ ଦ୍ୱାରା ଭିତରର ସ୍ଥିତି ଯାଞ୍ଚ କରାଯାଉଛି।
Advertisment ଅନ୍ୟପଟେ ସକାଳୁ ବଡ଼ ବଡ଼ ପଥରରେ ଡ୍ରିଲିଂ କାମ ମଧ୍ୟ ଜାରି ରହିଛି।
ଏହି ପ୍ରୟାସ କେତେ ସଫଳ ହେଉଛି , ତାହା ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ଏବେ ସମସ୍ତଙ୍କ ନଜର ପଥର ତଳେ ଚାଲିଥିବା ଏହି ଜୀବନ ସନ୍ଧାନ ଅଭିଯାନ ଉପରେ।
ନିଖୋଜଙ୍କ ସନ୍ଧାନ ମିଳିବା ନେଇ ଆଶା ରଖିଛନ୍ତି ଉଦ୍ଧାରକାରୀ ଦଳ।
ମଣିଷ ଖୋଜିବାକୁ ପଥର ବ୍ଲାଷ୍ଟିଂ ଗିଡ଼ିପାବଲିରେ ୪ ଦିନ ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ ବଡ଼ ବଡ଼ ପଥର ବାଧକ ସାଜିଛି ଗୋଟିଏ ଗୋଟିଏ ପଥରର ଆକାର ଘର ଭଳି ଡିନାମାଇଟ ଲଗାଇ ପଥର ବ୍ଲାଷ୍ଟିଂ ବ୍ଲାଷ୍ଟିଂ ପରେ ନିଖୋଜଙ୍କୁ ଖୋଜିବାକୁ ଉଦ୍ୟମ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।