Road Accidents: ଛତ୍ରପୁରରେ ବଢୁଛି ସଡ଼କ ଦୁର୍ଘଟଣା: ଦୁର୍ଘଟଣା ରୋକିବାକୁ ଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର
"ଛତ୍ରପୁର: ୧୬ ନଂ ଜାତୀୟ ରାଜପଥ ଗଞ୍ଜାମ ଜିଲ୍ଲା ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଛକ ଠାରେ ବାରମ୍ବାର ଦୁର୍ଘଟଣା ଘଟି ନୀରିହ ଜନସାଧାରଣଙ୍କ ପ୍ରାଣହାନି ଘଟୁଛି ।
ଏହାସହ ଲୋକେ ଗୁରୁତର ଆହତ ହୋଇ ଅକର୍ମଣ୍ୟର ଶିକାର ହେଉଛନ୍ତି ।
ଏଣୁ ଏହାର ସ୍ଥାୟୀ ସମାଧାନ ଲାଗି ବହୁବାର ଜାତୀୟ ରାଜପଥ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ଉଚିତ୍ ପଦକ୍ଷେପ ନିଆଯାଉ ନାହିଁ ।
ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବା ସହ ଲୋକଙ୍କ ଜୀବନ ଯାଉଛି ।
ଜନସାଧାରଣଙ୍କ ଜୀବନକୁ ପ୍ରଧାନ୍ୟ ଦେଇ ଦୁର୍ଘଟଣା ପ୍ରବଣ ଅଂଚଳ ଗୁଡିକରେ ଦୁର୍ଘଟଣା ରୋକିବା ଏବଂ ଶୂନ ମୃତାହତ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା ଦାବି କରିଛନ୍ତି ।
ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।Advertisment ବାରମ୍ବାର ଦୁର୍ଘଟଣା ରୋକିବା ଦିଗରେ ପଦକ୍ଷେପ ନିଆଯାଉ ଉକ୍ତ ଦାବିପତ୍ରରେ ଉଳ୍ଲେଖ ରହିଛି ଯେ, ଜାତୀୟ ରାଜପଥ ଛତ୍ରପୁର କଲେଜ ଛକ ଓ ଡିଆ୍ରଡିଏ ଛକ ଠାରେ ବାରମ୍ବାର ଦୁର୍ଘଟଣା ରୋକିବା ଦିଗରେ ପଦକ୍ଷେପ ନିଆଯାଉ, ଓଭର ବ୍ରିଜ୍ ଶିଳାନ୍ୟାସ କରିଥିବା ୩ଟି ରୋଡ୍ ଓଭର ବ୍ରିଜ୍ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ହେଉ ।
ମୋଟର ଭେଇକଲ ଆକ୍ଟ ଅନୁଯାୟୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଓଭର ବ୍ରିଜ୍ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମସ୍ତ ଯାନବାହାନ ଉଜଳେଶ୍ୱରୀ ମନ୍ଦିର ଠାରୁ ଆରମ୍ଭ କରି ପାଲିଆ ଛତ୍ରପୁର ଗ୍ରାମ ଶେଷ ପର୍ଯ୍ୟନ୍ତ ଘଂଟା ପ୍ରତି ୨୦/୨୫ କିଲୋମିଟର ମଧ୍ୟରେ ସୀମିତ ରଖାଯାଉ ।
ହୁମୁରୀ ତାମ୍ପରା (ତାମ୍ପରା ଲେକ୍) ପ୍ରବେଶ ରାସ୍ତା ସମ୍ମୁଖରେ ପାଶ୍ୱର୍ ପରିବର୍ତନ ନିମନ୍ତେ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ଏନ୍ଏଚଏଆଇକୁ ତୁରନ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଅନ୍ତୁ ।
ଛତ୍ରପୁର ସହରାଂଚଳ ଜନବସତି ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥରୁ ଟ୍ରାଫିକ୍ ରୋଡ୍ କମାଇବା ନିମନ୍ତେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ବିକଳ୍ପ ବ୍ୟବସ୍ଥା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ଏହିଦାବି ପତ୍ର ପ୍ରଦାନ ବେଳେ ଶ୍ରୀ ବେହେରାଙ୍କ ସମେତ ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ଚକ୍ରପାଣି ପଲାଇ, ଇଜୁ ଆମିନ ଖାନ, ଜିତେନ୍ଦ୍ର ରାଉଳ, ଏନ୍.ରାମାରାଓ ରେଡ୍ଡୀ, କାଳୁଚରଣ ତ୍ରିପାଠୀ, ପୂର୍ବତନ ନାଏବ ସରପଂଚ ପ୍ରଶାନ୍ତ କୁମାର ବେହେରା ଓ ଏଙ୍କେଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
Balipatna: ଛାତ୍ର ମୃତ୍ୟୁକୁ ନେଇ ଆଦର୍ଶ ବିଦ୍ୟାଳୟ ଅଧ୍ୟ୍ୟକ୍ଷଙ୍କୁ ଘେରିଲେ ଅଭିଭାବକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।