Road Collapse Near Nalia River: ଧସିଲା ନାଳିଆ ନଦୀବନ୍ଧ ରାସ୍ତା, ୪୦ ଫୁଟରୁ ଊର୍ଦ୍ଧ୍ବ ଖସିଲା ରାସ୍ତା

Sep 11, 2026 - 14:49
Road Collapse Near Nalia River: ଧସିଲା ନାଳିଆ ନଦୀବନ୍ଧ ରାସ୍ତା, ୪୦ ଫୁଟରୁ ଊର୍ଦ୍ଧ୍ବ ଖସିଲା ରାସ୍ତା

ବନ୍ୟା ଛାଡିଯିବା ପରେ ଧସିଲା ନାଳିଆ ନଦୀବନ୍ଧ ରାସ୍ତା। ନଦୀବନ୍ଧ ଧସିବାକୁ ନେଇ ଗାଁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଭଦ୍ରକ ଜିଲ୍ଲା ରାଜୁଆଳିବିନ୍ଧା ଗ୍ରାମ ନିକଟରେ ଭାଙ୍ଗିଲା ନଦୀବନ୍ଧ । ସେଠାରେ ନଦୀବନ୍ଧ ରାସ୍ତା ପାଖାପାଖି ୪୦ ଫୁଟରୁ ଉର୍ଦ୍ଧ୍ବ ନଦୀ ଭିତରକୁ ଧସିଯାଇଛି ।

ଜିଲ୍ଲା ପ୍ରଶାସନ ଓ ସାଳନ୍ଦୀ କେନାଲ ଡିଭିଜନ ତୁରନ୍ତ ଏହାକୁ ମରାମତି କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏହି ବନ୍ଧ ଉପରେ ପ୍ରତ୍ୟେକ ଦିନ ଦୁଇଟି ପଞ୍ଚାୟତର ଶହ ଶହ ଲୋକମାନେ ଯାତାୟାତ କରିଥାନ୍ତି । ଯଦି ଏହି ବନ୍ଧକୁ ମରାମତି କରାନଯାଏ, ତେବେ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବେ ।.... 

ରାଜୁଆଳିବିନ୍ଧା ଗ୍ରାମରେ ଭାଙ୍ଗିଲା ନଦୀବନ୍ଧ  
ଭୟଭୀତ ଅବସ୍ଥାରେ ଗ୍ରାମବାସୀ 
ତୁରନ୍ତ ମରାମତି କରିବାକୁ ଦାବି  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।