Road Projects Face New Rule: ସଡ଼କ ପ୍ରକଳ୍ପରେ ନୂଆ ନିୟମ, ୯୦% ଜମି ନଥିଲେ ମିଳିବନି ଗ୍ରୀନ୍ ସିଗନାଲ୍
ସଡ଼କ ପ୍ରକଳ୍ପରେ ନୂଆ ସର୍ତ୍ତ।
୯୦% ଜମି ନିର୍ମାଣ ପାଇଁ ଉପଲବ୍ଧ ନହେଲେ ଘୋଷଣା ହେବନି କାର୍ଯ୍ୟାରମ୍ଭ ତାରିଖ ।
ରାଜ୍ୟରେ ସଡ଼କ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କରିଛନ୍ତି ସରକାର।
ଏଣିକି କୌଣସି ସଡ଼କ ପ୍ରକଳ୍ପର କାର୍ଯ୍ୟାରମ୍ଭ ତାରିଖ ଘୋଷଣା ପୂର୍ବରୁ ଅନ୍ତତଃ ୯୦ ପ୍ରତିଶତ ଜମି ନିର୍ମାଣ କାର୍ଯ୍ୟ ପାଇଁ ଉପଲବ୍ଧ ହେବା ବାଧ୍ୟତାମୂଳକ ।
Advertisment ଏହାସହ ସମସ୍ତ ଆବଶ୍ୟକ ଅନୁମତି ଓ ଅନୁମୋଦନ ମିଳିଥିବା ବାଧ୍ୟତାମୂଳକ ହେବ।
ପୂର୍ତ୍ତ ବିଭାଗ ପକ୍ଷରୁ ନଭେମ୍ବର ୪ ତାରିଖରେ ଏନେଇ ବିଜ୍ଞପ୍ତି ଜାରି ହୋଇଛି।
ଏଥିରେ ଓଡ଼ିଶା ରାଜ୍ୟ ସଡ଼କ ନୀତିର ଧାରା ୫.୫(ଜେ)ରେ ସଂଶୋଧନ କରାଯାଇଛି।
ପୂର୍ବରୁ ସଡ଼କ ପ୍ରକଳ୍ପର ଠିକା ଦେବା ପୂର୍ବରୁ ଅନ୍ତତଃ ୯୦ ପ୍ରତିଶତ ଜମି ଉପଲବ୍ଧ ଥିବା ସର୍ତ୍ତ ରହିଥିଲା।
ଏବେ ଏହି ସର୍ତ୍ତକୁ କାର୍ଯ୍ୟାରମ୍ଭ ତାରିଖ ଘୋଷଣା ସହ ଯୋଡ଼ାଯାଇଛି।.....
ରାଜ୍ୟ ସଡ଼କ ନୀତି-୨୦୨୫ ସଂଶୋଧନ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ସଂଶୋଧନ କଲେ ସରକାର ସଡ଼କ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ କାର୍ଯ୍ୟାରମ୍ଭ ପୂର୍ବରୁ ଅନୁମତି ଓ ଅନୁମୋଦନ ବାଧ୍ୟତାମୂଳକ ନିର୍ମାଣ କାର୍ଯ୍ୟ ପାଇଁ ୯୦% ଜମି ଉପଲବ୍ଧ ବାଧ୍ୟତାମୂଳକ ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ଓଡ଼ିଶା ରାଜ୍ୟ ସଡ଼କ ନୀତିର ଧାରା ୫.୫(ଜେ) ସଂଶୋଧନ ଜଙ୍ଗଲ, ବନ୍ୟପ୍ରାଣୀ ଅନୁମତି ଓ ପରିବେଶ ମଞ୍ଜୁର ଜରୁରୀ ଜମି ଅଧିଗ୍ରହଣ, ବିଦ୍ୟୁତ୍ ଓ ଜଳ ସେବା ସମ୍ପୂର୍ଣ୍ଣ ହୋଇଥିବା ଜରୁରୀ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।