RRB NTPC Notification : ଆରଆରବି ଏନଟିପିସି ଗ୍ରାଜୁଏଟ୍ ନିଯୁକ୍ତି: ୩,୫୪୮ଟି ପଦବି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
"ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବୋର୍ଡ (ଆର୍ଆର୍ବି) ପକ୍ଷରୁ ନନ୍-ଟେକ୍ନିକାଲ୍ ପପୁଲାର କ୍ୟାଟେଗୋରିଜ୍ (ଏନ୍ଟିପିସି ଗ୍ରାଜୁଏଟ୍) ଅଧୀନରେ ବିଭିନ୍ନ ସ୍ନାତକସ୍ତରୀୟ ପଦବିରେ ୩,୫୪୮ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ବିସ୍ତୃତ ବିଜ୍ଞପ୍ତି ଜାରି ହୋଇଛି।
ଅକ୍ଟୋବର ୮ରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଥିବାବେଳେ ନଭେମ୍ବର ୬ ତାରିଖ ଆବେଦନର ଶେଷ ତାରିଖ ରହିଛି।Advertisment ଏହି ନିଯୁକ୍ତି ଅଭିଯାନରେ ମୁଖ୍ୟ ବାଣିଜ୍ୟିକ କମ ଟିକେଟ୍ ସୁପରଭାଇଜର ପଦବିରେ ୧୨୭ଟି, ଗୁଡ୍ସ ଟ୍ରେନ୍ ମ୍ୟାନେଜର ପଦବିରେ ୨,୭୫୦ଟି, ଜୁନିୟର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ ସହ ଟାଇପିଷ୍ଟ ପଦବିରେ ୩୦୦ଟି ଏବଂ ସିନିୟର କ୍ଲର୍କ ସହ ଟାଇପିଷ୍ଟ ପଦବିରେ ୩୭୧ଟି ଖାଲି ପଦ ପୂରଣ କରାଯିବ।
ଆର୍ଆର୍ବି ପ୍ରୟାଗରାଜ ଅଧୀନରେ ମୋଟ ୨୬୫ଟି ପଦବିରେ ନିଯୁକ୍ତି ଦିଆଯିବ।
ସେଥିମଧ୍ୟରୁ ଗୁଡ୍ସ ଟ୍ରେନ୍ ମ୍ୟାନେଜର ପାଇଁ ସର୍ବାଧିକ ୧୯୬ଟି ପଦ ରହିଛି।
ସେହିପରି ମୁଖ୍ୟ ବାଣିଜ୍ୟିକ ସହ ଟିକେଟ୍ ସୁପରଭାଇଜର ପାଇଁ ୪୨ଟି ପଦ ରହିଛି।
ଏଥିରୁ ଉତ୍ତର କେନ୍ଦ୍ରୀୟ ରେଳବାଇ (ଏନ୍ସିଆର୍)ରେ ୩୬ଟି ଏବଂ ଉତ୍ତର ରେଳବାଇ (ଏନ୍ଆର୍)ରେ ୬ଟି ପଦ ରହିଛି।
ସିନିୟର କ୍ଲର୍କ ସହ ଟାଇପିଷ୍ଟ ପଦବିରେ ୨୭ ଜଣଙ୍କୁ ନିଯୁକ୍ତି ଦିଆଯିବ।
ଏଥିରୁ ଏନ୍ସିଆର୍ରେ ୨୦ଟି, ବିଏଲ୍ଡବ୍ଲ୍ୟୁରେ ୬ଟି ଏବଂ ଏନ୍ଆର୍ରେ ଗୋଟିଏ ପଦ ରହିଛି।
ବୟସ ସୀମା କେତେ?
ଆବେଦନକାରୀଙ୍କ ବୟସ ୧୮ରୁ ୩୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
୨୦୨୭ ଜାନୁଆରି ୧ ତାରିଖକୁ ଆଧାର କରି ବୟସ ଗଣନା କରାଯିବ।
ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ଦିଆଯାଉଛି।
ପ୍ରାର୍ଥୀଙ୍କ ଚୟନ ଦୁଇଟି ପର୍ଯ୍ୟାୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି-୧ ଓ ସିବିଟି-୨), ଦସ୍ତାବିଜ୍ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ଆଧାରରେ କରାଯିବ।
ଆଉ ହେବନାହିଁ ଟାଇପିଂ ପରୀକ୍ଷା ରେଳବାଇ ନିଯୁକ୍ତି ବୋର୍ଡ ଏଥର ଏନ୍ଟିପିସି ସ୍ନାତକସ୍ତରୀୟ ନିଯୁକ୍ତିରେ ପ୍ରାର୍ଥୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି।
ସିନିୟର କ୍ଲର୍କ ସହ ଟାଇପିଷ୍ଟ ଏବଂ ଜୁନିୟର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ ସହ ଟାଇପିଷ୍ଟ ପଦବି ପାଇଁ ଚୟନ ପ୍ରକ୍ରିୟାରୁ କମ୍ପ୍ୟୁଟର ଆଧାରିତ ଟାଇପିଂ ଦକ୍ଷତା ପରୀକ୍ଷା (ସିବିଟିଏସ୍ଟି)କୁ ହଟାଇ ଦିଆଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।