Russian Oil Trade: ରୁଷଠାରୁ ତେଲ କିଣାରେ ଆଶ୍ୱସ୍ତି, ୧୦୦% ଶୁଳ୍କ ପ୍ରସ୍ତାବ ସ୍ଥଗିତ କଲେ ଟ୍ରମ୍ପ
ରୁଷଠାରୁ ତେଲକିଣାରେ ଆଶ୍ବସ୍ତି। ରୁଷ୍ ଠାରୁ ତେଲ କିଣୁଥିବା ଭାରତ ସମେତ ୫ ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପ୍ରସ୍ତାବକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ନିଷ୍ପତ୍ତି ଭାରତ ସମେତ ରୁଷ୍ ଠାରୁ ତେଲ କିଣୁଥିବା ଅନ୍ୟ ଦେଶଗୁଡ଼ିକୁ ଆଶ୍ୱସ୍ତି ଦେଇଛି।
ରୁଷ୍ ଉପରେ ଚାପ ସୃଷ୍ଟି କରିବା ଲକ୍ଷ୍ୟରେ ଆମେରିକା ପକ୍ଷରୁ ଆସିଥିବା ନୂଆ ଆଇନରେ ରୁଷ୍ ଠାରୁ ତେଲ ଓ ଗ୍ୟାସ୍ କିଣୁଥିବା ପ୍ରମୁଖ ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବାର ବ୍ୟବସ୍ଥା ରହିଥିଲା। ତେବେ ଆମେରିକାର ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟ୍ରମ୍ପ ଏହି ପଦକ୍ଷେପକୁ ସ୍ଥଗିତ ରଖିଛନ୍ତି। ଏହାଦ୍ୱାରା ଭାରତ ଉପରେ ତତ୍କାଳ ଅତିରିକ୍ତ ଟାରିଫ୍ ଲାଗିବାର ଆଶଙ୍କା କମିଛି। ତେବେ ଏହି ନିଷ୍ପତ୍ତି ସ୍ଥାୟୀ ନୁହେଁ। ଆବଶ୍ୟକ ପଡ଼ିଲେ ଆମେରିକା ପୁଣି ଏହି କଟକଣା ଲାଗୁ କରିପାରେ। ଏହା ମଧ୍ୟରେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଜାରି ରହିଛି।
ରୁଷଠାରୁ ତେଲକିଣାରେ ଆଶ୍ବସ୍ତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି
ରୁଷ୍ ଠାରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶଙ୍କୁ ଆଶ୍ୱସ୍ତି
୧୦୦% ଟାରିଫ୍ କୁ ସ୍ଥଗିତ ରଖିଲେ ଡୋନାଲ୍ଡ ଟ୍ରମ୍ପ
ଭାରତ ସମେତ ୫ ଦେଶକୁ ମିଳିବ ଆଶ୍ୱସ୍ତି
ରୁଷ୍ ଉପରେ ଚାପ ପାଇଁ ଟାରିଫ୍ ଯୋଜନା ସ୍ଥଗିତ ସୂଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।