Samantha’s Baby Shower: ଖୁବଶୀଘ୍ର ମା’ ହେବେ ସାମନ୍ଥା; ସୁନ୍ଦର ଫଟୋ ସେୟାର କଲେ, ପାରମ୍ପରିକ ଲୁକ୍ରେ କିଣିଲେ ଫ୍ୟାନ୍ସଙ୍କ ମନ

Sep 15, 2026 - 14:07
Samantha’s Baby Shower: ଖୁବଶୀଘ୍ର ମା’ ହେବେ ସାମନ୍ଥା; ସୁନ୍ଦର ଫଟୋ ସେୟାର କଲେ, ପାରମ୍ପରିକ ଲୁକ୍ରେ କିଣିଲେ ଫ୍ୟାନ୍ସଙ୍କ ମନ

ସାଉଥ୍ ସିନେମାର ଜଣାଶୁଣା ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ପ୍ରେଗ୍ନେନ୍ସି ଖବର ଦେବା ପରେ ଏବେ ସାମନ୍ଥା କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋଗୁଡ଼ିକରେ ସେ ପାରମ୍ପରିକ ଲୁକ୍‌ରେ ନଜର ଆସିଥିବାବେଳେ ତାଙ୍କ ମୁହଁରେ ପ୍ରେଗ୍ନେନ୍ସି ଗ୍ଲୋ ମଧ୍ୟ ସ୍ପଷ୍ଟ ଦେଖାଯାଉଛି।

ଏହି ବିଶେଷ ଅବସରରେ ସାମନ୍ଥା ହଳଦିଆ ରଙ୍ଗର ଏକ ସୁନ୍ଦର ଏଥନିକ୍ ଆଉଟଫିଟ୍ ପିନ୍ଧିଥିଲେ। ଖୋଲା କେଶ, ମିନିମାଲ୍ ମେକଅପ୍ ସହ ତାଙ୍କ ଲୁକ୍ ବେଶ୍ ସରଳ ଓ ଆକର୍ଷଣୀୟ ଥିଲା। ସିଲଭର୍ ଚୋକର୍, ମ୍ୟାଚିଂ ଇୟରରିଂ ଓ ଚୁଡ଼ି ତାଙ୍କ ପାରମ୍ପରିକ ସଜକୁ ଆହୁରି ଖାସ୍ କରିଥିଲା।

ପରମ୍ପରାକୁ ନେଇ କହିଲେ ମନର କଥା

ଫଟୋ ସେୟାର କରି ସାମନ୍ଥା ପରମ୍ପରା ଓ ରୀତିନୀତିକୁ ନେଇ ନିଜ ଭାବନା ମଧ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ରୀତିର ଅର୍ଥ ସେ ସମ୍ପୂର୍ଣ୍ଣ ଭାବେ ବୁଝିନପାରିଲେ ମଧ୍ୟ ଏହା ପଛରେ ନିଶ୍ଚୟ କୌଣସି ଗଭୀର କାରଣ ରହିଛି ବୋଲି ସେ ସବୁବେଳେ ବିଶ୍ୱାସ କରନ୍ତି। ମନ୍ତ୍ରୋଚ୍ଚାରଣରୁ ସୃଷ୍ଟି ହେଉଥିବା ସକାରାତ୍ମକ ଶକ୍ତି ଓ ପିଢ଼ି ପରେ ପିଢ଼ି ଚାଲିଆସୁଥିବା ପ୍ରାଚୀନ ପରମ୍ପରାରେ କିଛି ବିଶେଷତ୍ୱ ଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଫଟୋରେ ଭଲପାଇବା ବର୍ଷାଇଲେ ସେଲିବ୍ରିଟି

ସାମନ୍ଥାଙ୍କ ଏହି ଫଟୋଗୁଡ଼ିକୁ ଫ୍ୟାନ୍ସଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ପସନ୍ଦ କରିଛନ୍ତି। ‘RRR’ ଷ୍ଟାର୍ ରାମ ଚରଣଙ୍କ ପତ୍ନୀ ଉପାସନା କାମିନେନି କୋନିଡେଲା କମେଣ୍ଟରେ ‘ଖୁବ୍ ସୁନ୍ଦର’ ବୋଲି ଲେଖିଥିଲେ। ଅଭିନେତ୍ରୀ ନଜରିୟା ନାଜିମ୍ ମଧ୍ୟ ରେଡ୍ ହାର୍ଟ ଇମୋଜି ଦେଇ ନିଜ ଭଲପାଇବା ଜଣାଇଥିଲେ।

ଫଟୋଗୁଡ଼ିକରେ ସାମନ୍ଥାଙ୍କ ସ୍ୱାମୀ ତଥା ଫିଲ୍ମମେକର୍ ରାଜ ନିଦିମୋରୁ ମଧ୍ୟ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଏହି ଖାସ୍ ଅବସରରେ ନଜର ଆସିଛନ୍ତି।

ସକ୍ସେସ୍ ମିଟ୍‌ରେ ଦେଇଥିଲେ ପ୍ରେଗ୍ନେନ୍ସି ଖବର

ସାମନ୍ଥା ନିଜ ସମ୍ପ୍ରତିକ ଫିଲ୍ମ ‘ମା ଇଣ୍ଟି ବଙ୍ଗାରାମ’ର ସକ୍ସେସ୍ ମିଟ୍‌ରେ ପ୍ରେଗ୍ନେନ୍ସି ସମ୍ପର୍କରେ ଖୁଲାସା କରିଥିଲେ। ସ୍ୱାସ୍ଥ୍ୟ ଓ ମାତୃତ୍ୱକୁ ଧ୍ୟାନରେ ରଖି ଫିଲ୍ମ ପରେ କିଛି ସମୟ ପାଇଁ ବିରତି ନେବେ ବୋଲି ସେ କହିଥିଲେ। ମାଟର୍ନିଟି ଲିଭ୍ ପରେ ପୁଣି ଏକ ନୂଆ ଫିଲ୍ମ ସହ ଦର୍ଶକଙ୍କ ପାଖକୁ ଫେରିବାର ଆଶ୍ୱାସନ ମଧ୍ୟ ଦେଇଥିଲେ ସାମନ୍ଥା। ଏହାପରଠାରୁ ନିଜ ପ୍ରେଗ୍ନେନ୍ସି ଜର୍ନିର ବିଭିନ୍ନ ସୁନ୍ଦର ମୁହୂର୍ତ୍ତକୁ ସେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି।

ସାମନ୍ଥା ଡିସେମ୍ବର ୨୦୨୫ରେ ଫିଲ୍ମମେକର୍ ରାଜ ନିଦିମୋରୁଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ପ୍ରଥମ ସାକ୍ଷାତ ‘ଦ ଫ୍ୟାମିଲି ମ୍ୟାନ୍ 2’ର ସୁଟିଂ ସମୟରେ ହୋଇଥିଲା। ଏବେ ଏହି ଦମ୍ପତି ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଅପେକ୍ଷାରେ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।