Sarangadhar Das: ତିରୋଧାନ ତାରିଖ: ସାରଙ୍ଗଧର ଦାସ
"ବିପ୍ଳବୀ ସାରଙ୍ଗଧର ଦାସ ଥିଲେ ଓଡ଼ିଶାରେ ଗଡ଼ଜାତ ଆନ୍ଦୋଳନର ଅନ୍ୟତମ ପୁରୋଧା।
ତାଙ୍କ ନେତୃତ୍ବରେ ଢେଙ୍କାନାଳ ପ୍ରଜାମଣ୍ଡଳ ଏକ ଲଢୁଆ ବାହିନୀରେ ପରିଣତ ହୋଇପାରିଥିଲା।
ସେ ୧୮୮୭ ଅକ୍ଟୋବର ୧୭ ତାରିଖରେ ଢେଙ୍କାନାଳର ହରେକୃଷ୍ଣପୁର ଗ୍ରାମରେ ଜନ୍ମ ହୋଇଥିଲେ।
ରେଭେନ୍ସା କଲେଜରେ ପଢ଼ୁଥିବାବେଳେ ବ୍ରିଟିସ୍ ସରକାର ଅଧୀନରେ ଚାକିରି କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।
ବିଦେଶରେ ପଢ଼ି, ସ୍ବଦେଶରେ ଶିଳ୍ପ ଓ କୃଷିର ବିକାଶ ଥିଲା ତାଙ୍କ ଜୀବନର ଲକ୍ଷ୍ୟ।
ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବା ସତ୍ତ୍ବେ ବହୁ କଷ୍ଟରେ ଜାପାନ ଯାଇଥିଲେ।
ପରେ ଆମେରିକାର କାଲିଫର୍ନିଆ ବିଶ୍ବବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ପଢ଼ିଥିଲେ।
ଏକ ଚିନି କାରଖାନାର ଉଚ୍ଚ ପଦରେ ମଧ୍ୟ ସେ ଅବସ୍ଥାପିତ ହୋଇଥିଲେ।
ଚାହିଁଥିଲେ ଆଜୀବନ ବିଦେଶରେ ରହିପାରିଥାଆନ୍ତେ।
ତେବେ, ଜନ୍ମଭୂମିର ଡାକ ତାଙ୍କୁ ସ୍ବଦେଶକୁ ଫେରାଇଆଣିଥିଲା।
ସେ ଢେଙ୍କାନାଳରେ ଏକ ଚିନି କାରଖାନା ବସାଇବାକୁ ନିଷ୍ପତ୍ତି ନେଇଥିଲେ।
କିନ୍ତୁ, ଢେଙ୍କାନାଳ ରାଜାଙ୍କ ଅତ୍ୟାଚାର ତାଙ୍କୁ ଗଡ଼ଜାତ ପ୍ରଜାଙ୍କ ପାଇଁ ଲଢ଼ିବାକୁ ଆହ୍ବାନ ଦେଇଥିଲା।Advertisment AFC Champions League 2: ଏଏଫ୍ସି ଚାମ୍ପିଅନ୍ସ ଲିଗ୍-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍ ରାଜାବିରୋଧୀ ଆନ୍ଦୋଳନ ପାଇଁ କେହି ସାହସ କରୁ ନ ଥିବାବେଳେ, ସାରଙ୍ଗଧର ଗଁାଗଣ୍ଡା ବୁଲିବୁଲି ପ୍ରଜାଙ୍କ ମଧୢରେ ନୂଆ ଜାଗରଣ ସୃଷ୍ଟି କରିଥିଲେ।
ରାଜାଙ୍କ ଦମନଲୀଳା ପ୍ରତିବାଦରେ ବାଙ୍କୀ ଘୋଳପୁର ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ସେହି ସଭାରେ ଅଗ୍ନିବର୍ଷୀ ଉଦ୍ବୋଧନ ଦେବା ପରେ, ତାଙ୍କୁ ଲୋକେ "ଗଡ଼ଜାତ ଗାନ୍ଧୀ" ଆଖ୍ୟା ଦେଇଥିଲେ।
୧୯୩୮ ମସିହାରେ ସାରଙ୍ଗଧର କ˚ଗ୍ରେସ୍ରେ ଯୋଗଦେଇଥିଲେ।
ତାହା ପରେ ସାରା ରାଜ୍ୟରେ ପ୍ରଜାମଣ୍ଡଳ ଆନ୍ଦୋଳନ ତୀବ୍ରତର ହୋଇଥିଲା।
ଗଡ଼ଜାତ ରାଜାମାନଙ୍କ ସ୍ବାଧୀନ ରାଜ୍ୟ ଗଢ଼ିବା ଚକ୍ରାନ୍ତକୁ ସାରଙ୍ଗଧର ପଣ୍ଡ କରିଦେଇଥିଲେ ଏବ˚ ଗଡ଼ଜାତ ରାଜ୍ୟମାନଙ୍କର ମିଶ୍ରଣ ପାଇଁ ଉଦ୍ୟମ କରିଥିଲେ।
୧୯୫୬ ସେପ୍ଟେମ୍ବର ଆଜି ଦିନରେ ଏହି ଜନନାୟକଙ୍କ ପରଲୋକ ହୋଇଥିଲା।
WSC: ଦକ୍ଷତା ବିକାଶର ମଡେଲ ଭାବେ "ବିଶ୍ୱ ଦକ୍ଷତା କେନ୍ଦ୍ର"କୁ ନୀତି ଆୟୋଗର ପ୍ରଶଂସା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।