SBI Digital Banking to Remain Suspended: SBI ଗ୍ରାହକ ସାବଧାନ! ଆଜି ରାତିରେ ୪୫ ମିନିଟ୍ ବନ୍ଦ ରହିବ ଡିଜିଟାଲ୍ ବ୍ୟାଙ୍କିଂ
୨୪ ଅକ୍ଟୋବର।
ରାତି ଗୋଟାଏ ୪୫ରୁ ୨ଟା ୩୦, ମାନେ ଆଜି ବିଳମ୍ବିତ ରାତି।
କାମ କରିବନି UPI ।
ବନ୍ଦ ହୋଇଯିବ YONO ।
NEFT ଓ RTGS ହୋଇଯିବ ଠପ୍ ।
୪୫ ମିନିଟ୍ ଧରି ବନ୍ଦ ରହିବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡିଜିଟାଲ୍ ବ୍ୟାଙ୍କିଂ।
ଡାର୍କ ଓ୍ୱେବରେ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ପରେ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ବା ସେଡ୍ୟୁଲ୍ଡ ମେଣ୍ଟେନାନ୍ସ କାର୍ଯ୍ୟ ନିମିତ୍ତ ଅସ୍ଥାୟୀ ଭାବେ ସେବା ବନ୍ଦ କରିବ SBI।
ଏହି ସମୟରେ ବିକଳ୍ପ ଭାବେ UPI Lite ଏବଂ ATM ସେବା ବ୍ୟବହାର କରିବାକୁ ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଛି।
ଟଙ୍କା ଟ୍ରାନ୍ସଫର୍ କରିବାକୁ ଥିଲେ ଗ୍ରାହକମାନେ ସମୟ ପୂର୍ବରୁ ଯୋଜନା କରିନେବା ଜରୁରୀ ବୋଲି କହିଛି ଷ୍ଟେଟ୍ ବ୍ୟାଙ୍କ୍।
Advertisment ଅନ୍ୟପଟେ, ଡାଟା ଲିକ୍ ଘଟଣା ଉପରୁ ସସପେନ୍ସ ହଟାଇଛି SBI।
ବ୍ୟାଙ୍କ କହିଛି ଯେ, ଡାର୍କ ୱେବ୍ ରେ ପ୍ରକାଶ ପାଇଥିବା ପ୍ରାୟ ୩ ଲକ୍ଷ ୭୫ ହଜାର ରେକର୍ଡର ଯାଞ୍ଚ ପରେ, କେବଳ ୩ ହଜାର ୮୯୭ ଜଣ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ବା PII ଲିକ୍ ହୋଇଥିବା ଚିହ୍ନଟ କରାଯାଇଛି।
ପ୍ରଭାବିତ ସମସ୍ତ ଗ୍ରାହକଙ୍କୁ ଇମେଲ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ବ୍ୟକ୍ତିଗତ ଭାବେ ସୂଚନା ଦିଆସରିଛି।
ଏହାସହ ବ୍ୟାଙ୍କ ଗ୍ରାହକମାନଙ୍କୁ ଆଶ୍ୱାସନା ଦେଇ କହିଛି ଯେ, ଜମା ଖାତାର ବାଲାନ୍ସ ଏବଂ ଅର୍ଥ ସଂପୂର୍ଣ୍ଣ ସୁରକ୍ଷିତ ଅଛି।
ତଥ୍ୟ ଲିକ୍ ମାନେ ଆକାଉଣ୍ଟ ଟଙ୍କା ଚୋରି ନୁହେଁ ।
ତେବେ ଡାଟା ଲିକ୍ ଘଟଣାକୁ ଆଧାର କରି ଭବିଷ୍ୟତରେ ସାଇବର ଠକମାନେ ଟାର୍ଗେଟ୍ କରିପାରନ୍ତି।
ତେଣୁ ବ୍ୟାଙ୍କ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।
କୌଣସି ଅଜଣା ବ୍ୟକ୍ତି ବା ବ୍ୟାଙ୍କ ଅଧିକାରୀଙ୍କ ସହ ନିଜର OTP, PIN କିମ୍ବା ପାସୱାର୍ଡ ଆଦୌ ସେୟାର କରନ୍ତୁ ନାହିଁ।
ଏପରିକି ବ୍ୟାଙ୍କ କର୍ମଚାରୀ କହି ଫୋନ ଆସିଲେ ମଧ୍ୟ ଗୋପନୀତ ତଥ୍ୟ ଦିଅନ୍ତୁ ନାହିଁ।
ସନ୍ଦେହଜନକ ଫୋନ୍ କଲ୍ , ମେସେଜ୍ ଏବଂ ଇମେଲ୍ ପ୍ରତି ସତର୍କ ରହି ତୁରନ୍ତ ଥାନାରେ ଜଣାଇବାକୁ ପରାମର୍ଶ ଦିଆଯାଇଛି।
ଏସବୁ ସତ୍ତ୍ବେ ଗ୍ରାହକମାନେ କିନ୍ତୁ ଡାଟା ଲିକ୍ ଘଟଣା ପରେ ଭୟଭୀତ ହୋଇପଡ଼ିଛନ୍ତି।
ଭବିଷ୍ୟତରେ ଯେଭଳି ଏହାର ପୁନରାବୃତ୍ତି ନହୁଏ ସେଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ କଡ଼ା ସୁରକ୍ଷା ପଦକ୍ଷେପ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି।
ଡାଟା ଲିକ୍ କୌଣସି ବ୍ୟାବସାୟିକ କାର୍ଯ୍ୟ, ଆର୍ଥିକ ପ୍ରଦର୍ଶନ ଓ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଭାବ ପକାଇନାହଁ ବୋଲି ସ୍ପଷ୍ଟ କରିଛି ଏସବିଆଇ।
ଠକେଇର ଶୀକାର ହେଲେ SBIର ଅଫିସିଆଲ୍ କଷ୍ଟମର୍ କେୟାର ନମ୍ବର ୧୮୦୦ ୧୨୩୪ ଏବଂ ୧୮୦୦୨୧୦୦ ମାଧ୍ୟମରେ ମଧ୍ୟ ସହାୟତା ନେଇପାରିବେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।