Political Buzz Grows as Manmohan Visits Delhi: କାର୍ଯ୍ୟକାରିଣୀ ପରେ ମନମୋହନଙ୍କ ଦିଲ୍ଲୀ ଗସ୍ତ, ବଢ଼ିଲା ଚର୍ଚ୍ଚା
ରାଜ୍ୟ କାର୍ଯ୍ୟକାରିଣୀ ପରେ ମନମୋହନଙ୍କ ଦିଲ୍ଲୀ ଗସ୍ତ ନେଇ ବଢ଼ିଲା ଚର୍ଚ୍ଚା। ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଆଜି ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ଗତକାଲି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ସଂଗଠନ, ଆଗାମୀ ରଣନୀତି ଓ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତି ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ମନମୋହନ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ରାଜ୍ୟ ସଂଗଠନକୁ ଆହୁରି ମଜବୁତ କରିବା ସହ ଆଗାମୀ ଦିନରେ ଦଳର ରଣନୀତି ନେଇ କେନ୍ଦ୍ରୀୟ ନେତାଙ୍କ ସହ ମନମୋହନଙ୍କ ଆଲୋଚନା ଗୁରୁତ୍ୱ ବହନ କରୁଛି। ତେବେ ଦିଲ୍ଲୀ ଗସ୍ତ ସମୟରେ କେଉଁ କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ସାକ୍ଷାତ ହେବ। କେଉଁ ପ୍ରସଙ୍ଗରେ ଆଲୋଚନା ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।...
ଦିଲ୍ଲୀ ଗସ୍ତରେ ମନମୋହନ ସାମଲ
ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ରାଜ୍ୟ କାର୍ଯ୍ୟକାରିଣୀ ପରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା
କେନ୍ଦ୍ରୀୟ ନେତାଙ୍କ ସହ ମନମୋହନଙ୍କ ହୋଇପାରେ ଆଲୋଚନା
ରାଜ୍ୟ ସଂଗଠନ ଓ ଆଗାମୀ ରଣନୀତି ନେଇ ଆଲୋଚନା ସମ୍ଭାବନା
କାର୍ଯ୍ୟକାରିଣୀ ନିଷ୍ପତ୍ତି ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅବଗତ କରିବେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।